ଜଟଣୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ସରକାରୀ ଜମି

ଜଟଣୀ,୧୦ା୮(ଡି.ଏନ.ଏ.): ଜଟଣୀ ତହସିଲ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ଷଣ୍ଢପୁର ମୌଜାର ପ୍ଲଟ ନଂ. ୫୮୫ ଓ ୬୧୬ରେ ଥିବା ୩୦ ଏକର ଜମି ଉପରେ ଜବରଦଖଲ କରି ଅନେକେ ଘର ଓ ପାଚେରି ନିର୍ମାଣ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ତହସିଲ ପକ୍ଷରୁ ଜେସିବି ଦ୍ୱାରା କେତେକ ଅର୍ଦ୍ଧନିର୍ମିତ ଘର ଓ ପାଚେରି ଉଚ୍ଛେଦ କରାଯାଇଥିଲା। ତହସିଲଦାର ପ୍ରିୟାଂଶୁ ଚାନ୍ଦ, ଅତିରିକ୍ତ ତହସିଲଦାର ଦିଲୀପ କୁମାର ଷଡ଼ଙ୍ଗୀ, କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ଜଟଣୀ ତହସିଲ ଅନ୍ତର୍ଗତ ଅନେକ ମୌଜାରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ ହୋଇଛି। ଏହା ଉପରେ ବଡ଼ ବଡ଼ ଅଟ୍ଟାଳିକା ଠିଆ ହୋଇଛି। ଭୂମିହୀନ ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବା ବେଳେ ଅନେକ ପ୍ରଭାବଶାଳୀ, ଆର୍ଥତ୍କ ସ୍ବଚ୍ଛଳ ବ୍ୟକ୍ତି ବିଶେଷ ଓ କେତେକ ନେତାଙ୍କ କବ୍‌ଜାରେ ଏହି ସରକାରୀ ଜମି ରହିଛି। ଏହି ସବୁ ଜମି ଉପରେ ୨ରୁ ୩ ମହଲା ଅଟ୍ଟାଳିକାମାନ ଛିଡା ହୋଇଛି। ଅନେକ ସମ୍ପତ୍ତିର ମାଲିକ ଉପରୋକ୍ତ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ସରକାରୀ ଜମି ଜବରଦଖଲ ହେବା ସହ ଏହାକୁ ବିକ୍ରୟ କରି ଲକ୍ଷାଧିକ ଟଙ୍କା ଲାଭବାନ୍‌ ହେଉଛନ୍ତି। ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଏହି ସରକାରୀ ଜମିକୁ ଡିସିମିଲ ପିଛା ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରୟ ଚାଲିଛି। ବିଶେଷକରି ଏହି ତହସିଲର କୁସୁମାଟି ଛଣଘର, ଗୋପୀନାଥପୁର ଓ ଷଣ୍ଢପୁର ମୌଜାରେ ଥିବା ଶହ ଶହ ଏକର ସରକାରୀ ଜମି ଜବରଦଖଲ କରାଯାଇଛି। ଅନେକ ପ୍ରଭାବଶାଳୀ ଲୋକ ଏହି ସରକାରୀ ଜମି ଜବରଦଖଲ କରିବା ସହ ଘର ନିର୍ମାଣ କରି ସରକାରଙ୍କ ଜମି ମିଶନ ଯୋଜନାରେ ପଟ୍ଟା ହାସଲ ପାଇଁ ଉଦ୍ୟମ କରୁଛନ୍ତି। କେତେକ ଏଥିରେ ସଫଳ ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଜମି ମିଶନ ଯୋଜନାରେ ପ୍ରକୃତ ହିତାଧିକାରୀ ଚିହ୍ନଟ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଏହାକୁ ଠିକ୍‌ ଅନୁଧ୍ୟାନ କରୁ ନ ଥିବା ଅଭିଯୋଗ ହୋଇଛି। ଏଣୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଜବରଦଖଲ ଉଚ୍ଛେଦକୁ ଜୋରଦାର କରିବାକୁ ଦାବି ହେଉଛି। ଷଣ୍ଢପୁର ଗ୍ରାମର ମା’ କାଳିକା ୟୁଥ୍‌ କ୍ଲବର ସଦସ୍ୟ ରୋଶନ କୁମାର ଦାସ, ସୁଶାନ୍ତ କୁମାର ଦାସ, ଲକ୍ଷ୍ମୀକାନ୍ତ ରାଉତ କୁହନ୍ତି ତାଙ୍କ ଗ୍ରାମ ମୌଜାରେ ବହୁ ପରିମାଣରେ ଜବରଦଖଲ ହୋଇଛି। ତହସିଲ ପକ୍ଷରୁ ଶୁକ୍ରବାର ଅଳ୍ପ ଅର୍ଦ୍ଧନିର୍ମିତ ଘର ଓ ପାଚେରି ଉଚ୍ଛେଦ କରାଯାଇଛି। ଏହିପରି ଅନେକ ଜବରଦଖଲ ରହିଛି। ଏଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବା ଅପେକ୍ଷାରେ ୫ ଛାତ୍ର

ଚମ୍ପୁଆ/ପାଟଣା/ଯୋଡ଼ା/ବାରିପଦା ଅଫିସ,୨୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୫ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ସ୍ବଦେଶ ଫେରାଇ ଆଣିବାକୁ ସେମାନଙ୍କ ମାତାପିତା ଉଭୟ ରାଜ୍ୟ ଓ...

ଭୟଙ୍କର ରୂପ ନେଇପାରେ ବାତ୍ୟା ‘ୟାସ’

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଉତ୍ତର ଆଣ୍ଡାମାନ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ‘ୟାସ’ ଭୟଙ୍କର ହେବ। ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳରେ ତାଣ୍ଡବ...

ଲକ୍‌ଡାଉନ୍‌: ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ପାଟଣା ସୁରକ୍ଷା କମିଟିର ସଦସ୍ୟ

ପାଟଣା,୨୯।୩(ସ୍ବ.ପ୍ର): କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଦିନମଜୁରିଆ, ଖଟିଖିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଘରେ ଚୁଲି ଜଳୁନାହିଁ। କେନ୍ଦୁଝର ଜିଲା...

ଅନ୍‌ଲାଇନ ବ୍ୟବସ୍ଥା ଦେଉଛି ଦୁଃଖ

ଝୁମ୍ପୁରା, ୧୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକର ଦୁର୍ଗମ ବଣପାହାଡ଼ ଘେରା ଇଲାକାରେ ଆଜି ବି ଟେଲି ଯୋଗାଯୋଗ ସୁବିଧା ଅପହଞ୍ଚ ହୋଇ ରହିଛି। ଦୁର୍ଗମ ଇଲାକାରେ...

ପକ୍ଷୀକୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କେନ୍ଦୁଝର, ୧୨।୭(ସ୍ବ.ପ୍ର.) କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ବଡପଶି ଗ୍ରାମରେ ଶହ ଶହ ବଗ, ଗେଣ୍ତlଳିଆ ଆଦି ଚଢ଼େଇ ଦୁଇଟି...

ନରେନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ, ୨୪।୩: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ...

କାଲି ଗାଈ ରକ୍ତ ପିଇଥିଲା, ଆଜି କଲିଜା ଖାଇଲା

ନୂଆପଡ଼ା ଅଫିସ, ୧୭।୧ : ନୂଆପଡା ଜିଲା କୁଟେଙ୍ଗାପଡାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ରବିବାର ଅଗିନ ମାଝିଙ୍କ ଏକ ଗାଈକୁ ମାରି...

ଲିଙ୍କ୍‌ରେ କ୍ଲିକ୍‌ କଲେ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର,୧୧।୫(ବ୍ୟୁରୋ): ସାଇବର ଅପରାଧୀମାନେ ନୂଆ ଉପାୟରେ ଲୋକଙ୍କୁ ଠକିଚାଲିଛନ୍ତି। ପୋଲିସ ଯେତେ ଚେଷ୍ଟା କଲେ ବି ସେମାନଙ୍କଠାରୁ ପଛରେ ପଡ଼ିଯାଉଛି। ରାଜ୍ୟରେ କରୋନା ପାଇଁ ଲକ୍‌ଡାଉନ,...

Advertisement
Archives

Model This Week