ଜଟଣୀ ତହସିଲରେ ଦଲାଲଙ୍କୁ ଧରିଲେ ଆଇନଜୀବୀ :ଆଣିଥିବା ସରକାରୀ ରେକର୍ଡ ଛଡ଼ାଇ ରଖିଲେ

ଜଟଣୀ,୩।୧୧(ଡି.ଏନ.ଏ)

ସରକାରୀ କାର୍ଯ୍ୟାଳୟଗୁଡିକରୁ ଦଲାଲ ହଟାଇବା, ଲାଞ୍ଚ କାରବାର ବନ୍ଦ କରି ଦୁର୍ନୀତିମୁକ୍ତ କରି ଲୋକଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସରକାର ୫-ଟି ଓ ମୋ ସରକାର ପରି ପଦକ୍ଷେପ ଆରମ୍ଭ କରିଛନ୍ତି। ଜଟଣୀରେ ଥିବା କାର୍ଯ୍ୟାଳୟଗୁଡିକରେ ସରକାରଙ୍କ ଏହି ପଦକ୍ଷେପର ବିଶେଷ ପ୍ରଭାବ ପଡୁ ନ ଥିବା ଅଭିଯୋଗ ହେଉଛି। ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର, ଦଲାଲରାଜ ଚାଲିଥିବା ଅଭିଯୋଗରୁ ଜଣାପଡିଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ କିପରି ଖୁଲମ୍‌ଖୁଲା ଦଲାଲମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ହେଉଛି ଓ ଲାଞ୍ଚ ନ ଦେଲେ ଫାଇଲ୍‌ ଆଗକୁ ଘୁଞ୍ଚୁନି ସେ ନେଇ ଅନେକ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଜଟଣୀ ତହସିଲ କାର୍ଯ୍ୟାଳୟରେ ଶନିବାର କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହି ତହସିଲ ଅନ୍ତର୍ଗତ ଏକ ଆର୍‌ଆଇ ଅଫିସର ଅନେକ ସରକାରୀ ରେକର୍ଡ ଧରି ଜଣେ ଦଲାଲ ତହସିଲ ଅଫିସ ଆସିଥିବା ବେଳେ ଏପରି ପରିସ୍ଥିତି ଦେଖାଦେଇଥିଲା। ଏ ନେଇ ଅସନ୍ତୁଷ୍ଟ ଥିବା ସ୍ଥାନୀୟ ଆଇନଜୀବୀ ଓ କେତେଜଣ ଲୋକ ସମ୍ପୃକ୍ତ ଦଲାଲଙ୍କୁ ଘେରି ଯାଇ ଆଣିଥିବା ରେକର୍ଡକୁ ତାଙ୍କଠାରୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ। ସମ୍ପୃକ୍ତ ବେସରକାରୀ ତଥା ଦଲାଲ କୁହାଯାଉଥିବା ଲୋକ ଜଣକ ଏହି ରେକର୍ଡଗୁଡିକୁ ଜଣେ କର୍ମଚାରୀଙ୍କୁ ହସ୍ତାନ୍ତର କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ଆଇନଜୀବୀ ଓ ଲୋକେ ଘେରିଯିବା ପରେ ଦଲାଲ ଜଣକ ଆଣିଥିବା ରେକର୍ଡଗୁଡିକୁ ଛାଡି ଦେଇ ଘଟଣାସ୍ଥଳରୁ ତରବରିଆ ହୋଇ କୁଆଡେ ଉଭାନ ହୋଇଯାଇଥିଲେ। ତହସିଲ କର୍ମଚାରୀ ଜଣକ ହଡବଡେଇ ଯାଇ ତାଙ୍କ ନିକଟକୁ କେହି ରେକର୍ଡ ନେଇ ଆସି ନ ଥିବା ପଚାରିବାରୁ କହିଥିଲେ। ଆଇନଜୀବୀ ବାଉରୀବନ୍ଧୁ ସାହୁ, ଶିବପ୍ରସାଦ ରଥ, ସୁବାସିନୀ ମହାରଥୀ, ପବିତ୍ର ବଳିଆରସିଂହ ଓ ବିକ୍ରମ କେଶରୀ ପଟ୍ଟନାୟକ କୁହନ୍ତି, ତହସିଲ ଓ କେତେକ ଆର୍‌ଆଇ କାର୍ଯ୍ୟାଳୟରେ ଦଲାଲରାଜ ଚାଲିଛି। ଦଲାଲଙ୍କ ବିନା ଫାଇଲ୍‌ ଘୁଞ୍ଚୁ ନାହଁି। କୌଣସି କାର୍ଯ୍ୟ ନେଇ କେହି ଲୋକ ସିଧାସଳଖ ଆବେଦନ କଲେ ମାସ ମାସ ଧରି ଟେବୁଲ୍‌ରେ ଫାଇଲ୍‌ ପଡିରହୁଛି। ଲାଞ୍ଚ ନ ଦେଲେ କିମ୍ବା ଦଲାଲଙ୍କ ମାଧ୍ୟମରେ ନ ଆସିଲେ ଶୀଘ୍ର କାର୍ଯ୍ୟ ହେଉନି। କିସମ ପରିବର୍ତ୍ତନଠାରୁ ଆରମ୍ଭ କରି ନାମଜାରି, ଜାତିଗତ, ଉତ୍ତରାଧିକାରୀ ପ୍ରମାଣପତ୍ର, ଆର୍‌ପି କେସ୍‌ ଆଦି ବିଭିନ୍ନ କାର୍ଯ୍ୟରେ ଲୋକଙ୍କୁ ହଇରାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରି ଶନିବାର ତହସିଲ କାର୍ଯ୍ୟାଳୟକୁ ଆସିଥିବା ସ୍ଥାନୀୟ ଗଜପତିନଗର ଅଞ୍ଚଳର ପି. ଅନିଲ କୁମାର କୁହନ୍ତି, ତାଙ୍କ ମା’ଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ବା ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ଆବେଦନ କରିବା ଏକବର୍ଷ ହୋଇଗଲାଣି। ହେଲେ ଏଯାବତ୍‌ ତାଙ୍କ କାମ ହେଉନି। ପ୍ରଥମେ କୁହାଗଲା ଫାଇଲ୍‌ ମିଳୁନି। ପରେ କୁହାଗଲା ବାତ୍ୟା ଫନୀରେ ଫାଇଲ୍‌ କୁଆଡେ ଗଲାଣି। ଏହିପରି ଗୋଟିଏ ବର୍ଷ ମଧ୍ୟରେ ସେ ୩ ଥର ଆବେଦନ କଲେଣି ବୋଲି କହିଛନ୍ତି। ତଥାପି ତାଙ୍କ କାର୍ଯ୍ୟ ଏଯାବତ୍‌ ହୋଇ ନ ଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ତହସିଲଦାର ପ୍ରିୟାଂଶୁ ଚାନ୍ଦ କୁହନ୍ତି, ତହସିଲ ଓ ଆର୍‌ଆଇ ଅଫିସଗୁଡିକରେ କୌଣସି ଦଲାଲ ନାହାନ୍ତି। ନିୟମ ଅନୁଯାୟୀ, ସମସ୍ତ କାର୍ଯ୍ୟ କରାଯାଇ ସମସ୍ତଙ୍କୁ ସେବା ଯୋଗାଇ ଦିଆଯାଉଛି। ଲାଞ୍ଚ କାରବାର ଯେପରି ନ ହୁଏ ସେନେଇ ଗୁରୁତ୍ୱ ଦିଆଯିବା ସହ ସତର୍କ ଦୃଷ୍ଟି ରଖାଯାଇଛି। ଏହାଛଡ଼ା ଅନେକ କାର୍ଯ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଗୁଳିକାଣ୍ଡ; ବାଇକ୍‌ରେ ଯାଉଥିବା ବେଳେ ଟଳି ପଡ଼ିଲେ ବ୍ୟବସାୟୀ

ପୁରୀ ଅଫିସ,୨୪।୫ : ପୁଣି ଅଶାନ୍ତ ପୁରୀ ସହର। ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଫୁଟିଲା ଗୁଳି। ମଙ୍ଗଳବାର ରାତି ପ୍ରାୟ ୯ଟାରେ...

ଭିତରକନିକାରେ ୨୫ କୁମ୍ଭୀର ବସା ଚିହ୍ନଟ

ରାଜନଗର,୨୭ା୫(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନରେ ରବିବାର ସୁଦ୍ଧା ୨୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଏହି ଜାତୀୟ ଉଦ୍ୟାନର...

କୋଭିଡ୍‌ ପରିଚାଳନା:ଓଡ଼ିଶାକୁ ଡବ୍ଲ୍ୟୁଏଚ୍‌ଓର ପ୍ରଶଂସା

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):କୋଭିଡ୍‌ ପରିଚାଳନାରେ ଭଲ ପ୍ରଦର୍ଶନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓଡ଼ିଶାକୁ ପ୍ରଶଂସା କରିଛି। ଡବ୍ଲ୍ୟୁଏଚ୍‌ଓ କହିଛି, ଓଡ଼ିଶା ଠିକ୍‌ ଭାବେ...

ରବିବାର ଶିକ୍ଷାନୁଷ୍ଠାନ ନ ଖୋଲିବାକୁ ଦାବି

ଭୁବନେଶ୍ୱର, ୭।୧(ବ୍ୟୁରୋ):ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ସବୁଦିନ ପାଠ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ରବିବାର ପାଠ ପଢ଼ାକୁ ଶିକ୍ଷକମାନେ ନାପସନ୍ଦ...

ଆଜି କ୍ୟାବିନେଟ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୫ଟା ୪୫ ମିନିଟ୍‌ ସମୟରେ ମନ୍ତ୍ରୀ ପରିଷଦ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ।...

ଅନୁଭବ-ବର୍ଷା ବିବାଦ: ଆଜି ଶୁଣାଣି

କଟକ ଅଫିସ,୭।୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର...

ସାନଙ୍କୁ ବଞ୍ଚାଇବାକୁ ଯାଉଥିଲେ, ଶେଷରେ ବୁଡ଼ିଗଲେ ୨ ଭଉଣୀ

ମାଲକାନଗିରି,୯ା୧୦(ଡି.ଏନ୍‌.ଏ.): ମାଲକାନଗିରି ଆଦର୍ଶ ଥାନା ଅଧୀନ ହୁଡୁପା ପଞ୍ଚାୟତ ମଙ୍ଗ ଗ୍ରାମରେ ଶନିବାର ଘଟିଛି ଅଘଟଣ। ସାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ବଡ଼ ଭଉଣୀ। ଶେଷରେ...

ସିବିଆଇ ଜାଲରେ ଜିଏସ୍‌ଟି, ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ ଅଧିକାରୀ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଏକ ଘରୋଇ ଶିକ୍ଷାନୁଷ୍ଠାନର ଜିଏସ୍‌ଟି ମାମଲା ସମାଧାନ ନିମନ୍ତେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ...

Advertisement
Archives

Model This Week