ଜଟଣୀ ଗୋଶାଳାରେ ବ୍ୟାପକ କ୍ଷତି: ବିଦ୍ୟୁତ୍‌ ନ ଥିବାରୁ ପାଣି, ଖାଦ୍ୟର ଅଭାବ

ଜଟଣୀ,୨୨।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ ଏବେ ବି ଯନ୍ତ୍ରଣା ରହିଛନ୍ତି। ବିଦ୍ୟୁତ୍‌ ନ ଥିବାରୁ ପାଣି ଓ ଖାଦ୍ୟର ଅଭାବ ଦେଖାଯାଇଛି। ବିଦ୍ୟୁତ୍‌ ନ ଥିବାରୁ ମୋଟରରେ ପାଣି ଉଠିପାରୁ ନ ଥିବା ବେଳେ ନଡ଼ା କଟା ମେଶିିନ୍‌ ମଧ୍ୟ ଚାଲୁନାହିଁ। ଏହା ସହ ଗୋରୁଙ୍କ ଲାଗି ଥିବା ଖାଦ୍ୟସାମଗ୍ରୀ ଓଦା ହୋଇ ନଷ୍ଟ ହୋଇଯାଇଛି। ଗୋରୁଙ୍କ ପାଇଁ ଲଗାଯାଇଥିବା ପଙ୍ଖା ବୁଲୁ ନ ଥିବାରୁ ଅସୁସ୍ଥ ଥିବା ଗୋରୁ କଷ୍ଟ ପାଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୋଶାଳାର କର୍ମଚାରୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଗଛପଡ଼ି ଘର ଆଜବେଷ୍ଟସ ଭାଙ୍ଗିଯାଇଛି। ପାଣି ଉଠାଇବା ଓ ନଡ଼ା କାଟିବା ମେଶିିନ୍‌ ଚଳାଇବା ପାଇଁ ଭଡ଼ାରେ ଜେନେରେଟର ଅଣାଯାଇଥିବା ଗୋଶାଳା ମ୍ୟାନେଜର ରାମ ଭରୋଶ କହିଛନ୍ତି। ଭଡ଼ା ବାବଦରେ ଘଣ୍ଟାକୁ ୧୫ଶହ ଟଙ୍କା ଦବାକୁ ପଡୁଛିି। ଏତେ ଟଙ୍କା ବ୍ୟୟ କରି ଜେନେରେଟର ଚଳାଇବା କଷ୍ଟକର ହେଉଥିବା ଗୋଶାଳାର ମ୍ୟାନେଜର ଭରୋଶ ଓ ସାମାଜିକ କର୍ମୀ ଏସ୍‌.ଜନ୍‌ କହିଛନ୍ତି ା ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଦେବାକୁ ସେସୁ ଓ ଫେଡ୍‌କୋ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜ୍‌ ହେଲା ବମିଖାଲ ଅଞ୍ଚଳ

କଟକ ରୋଡ,୪।୪(ଡି.ଏନ୍‌.ଏ): ରାଜଧାନୀର ବମିଖାଲ ଅଞ୍ଚଳରୁ ଶକୁବ୍ରାର ୩ଟି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୩୧ ଓ...

ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା: ଫାଇନାଲରେ ଓଡ଼ିଆ ଝିଅ ପ୍ରତୀକ୍ଷା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ): ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା ଗ୍ରାଣ୍ଡ୍‌ ଫିନାଲେରେ ରହିଛନ୍ତି ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେଉଥିବା ଏହି ପ୍ରତିଯୋଗିତାର ଫାଇନାଲିଷ୍ଟ ହୋଇପାରିଛନ୍ତି ପ୍ରତୀକ୍ଷା...

ଆରୋଗ୍ୟ ହେଲେ ୭୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬ ା୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୦,...

ହୀରାକୁଦ ଡ୍ୟାମ୍‌ର ୧୬ ଗେଟ୍‌ରୁ ବନ୍ଦ ହେଲା ଆଉ ୬ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ରୁ ଆଉ ୬ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି...

ପୁରୀ ସ୍ବର୍ଗଦ୍ୱାରରେ ଜୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ମୁଖାଗ୍ନି...

୨୬ରୁ ହାଇବ୍ରିଡ୍‌ ଆଦିବାସୀ ମେଳା

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ୟୁନିଟ-୧ ଆଦିବାସୀ ପଡ଼ିଆରେ ଆସନ୍ତା ୨୬ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। କରୋନା ମହାମାରୀ ଯୋଗୁ ଷ୍ଟଲ୍‌ ସଂଖ୍ୟା ହ୍ରାସ କରି ମେଳାକୁ ୟୁନିଟ୍‌-୩...

ଶ୍ରେଣୀଗୃହରେ ଅଚେତ ହେଲେ ୨ ଛାତ୍ର

ବେଗୁନିଆ/ ବୋଲଗଡ, ୧୭।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା...

ମାଲକାନଗିରିରେ ୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି...

Advertisement
Archives

Model This Week