ଜଟଣୀରେ ଗୋରୁଚାଲାଣ ର଼୍ୟାକେଟ୍‌ ସକ୍ରିୟ : ଗୋରୁ ବୋଝେଇ ଗାଡ଼ି ଜବତ,୬ ଗିରଫ

ଜଟଣୀ,୯।୮(ଡ଼ି.ଏନ.ଏ.) : ଗୋରୁଚାଲାଣ ବେଳେ ଜଟଣୀ ପୋଲିସ ୩ଟି ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗାଡ଼ିରେ ଭର୍ତ୍ତି ହୋଇଥିବା ୩୮ଟି ଗାଈ ଉଦ୍ଧାର କରାଯାଇଛି। ରାତ୍ରିକାଳିନ ପାଟ୍ରୋଲିଂ ଓ ବ୍ଲକିଂ ସମୟରେ ୧୬ ନଂ. ଜାତୀୟ ରାଜପଥର ଗଙ୍ଗପଡ଼ା ନିକଟରୁ ବୁଧବାର ୩ଟି ଟାଟା ଏସିଇ ଗାଡ଼ି ଯାଞ୍ଚ ସମୟରେ ଏଥିରେ ଭର୍ତ୍ତି ହୋଇଥିବା ଗୋରୁ ଦେଖିବାକୁ ପାଇଥିଲେ। ଏହି ଗାଡ଼ି ଭିତରେ ନିର୍ଦ୍ଦୟ ଭାବେ ଖୁନ୍ଦା ଖୁନ୍ଦି କରି ଭର୍ତ୍ତି କରାଯାଇଥିବା ଗାଈଗୁଡ଼ିକୁ ଉଦ୍ଧାର କରି ଜଟଣୀରେ ଥିବା ଏକ ଗୋଶାଳାରେ ଛଡାଯାଇଛି। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲା ଅନ୍ତର୍ଗତ ବିଭିନ୍ନ ଗ୍ରାମର କୁନ୍ଦୁଲାମନ୍ତ୍ରୀ ନାନୀ, ନାମାୟାଲୁ ୟାରାବାବୁ, କ୍ୟାପାୱାରେଷୁ ରାଜୁ, ଗନ୍ତା ରମେଶ, ଭିରପୁଲ୍ଲା ସିବା, ପ୍ରଗଡ଼ା ଭିଡ଼ିଭି ସତ୍ୟନାରାୟଣ। ଉଦ୍ଧାର ହୋଇଥିବା ଗାଈଗୁଡ଼ିକୁ କଲିକତାରୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ପଚରାଉଚୁରା ସମୟରେ ଗିରଫ ଅଭିଯୁକ୍ତମାନେ କହିଥିବା ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ କହିଛନ୍ତି। ଏ ନେଇ ଜଟଣୀ ନଂ. ୨୯୧/୧୯ରେ ମାମଲା ରୁଜୁ ହୋଇଛି।
ଦୀର୍ଘଦିନ ହେବ ଜଟଣୀ ଅଞ୍ଚଳରେ ଗୋରୁ ଚୋର ଓ ଚାଲାଣକାରୀ ସକ୍ରିୟ ରହିଥିଲେ ମଧ୍ୟ ପୋଲିସ ଏହି ର଼୍ୟାକେଟ୍‌ ସଦସ୍ୟଙ୍କୁ ଧରି ପାରୁ ନ ଥିଲା। ଜଟଣୀ ସହର, ଗ୍ରାମାଞ୍ଚଳରେ ର଼୍ୟାକେଟ୍‌ର ସଦସ୍ୟମାନେ ବହୁ ସଂଖ୍ୟାରେ ଗୋରୁ ଚୋରି କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ଏହି ର଼୍ୟାକେଟ୍‌ର ପ୍ରାଦୁର୍ଭାବରେ ଲୋକେ ଗାଈ ପାଳିବା ପ୍ରାୟ ଛାଡ଼ି ସାରିଲେଣି। ବିଭିନ୍ନ ରାସ୍ତାକଡ଼ ପଡ଼ିଆ ତଥା ଅନ୍ୟାନ୍ୟ ସ୍ଥାନରେ ରାତିରେ ରହୁଥିବା ଗୋରୁଙ୍କୁ ଏହି ର଼୍ୟାକେଟର ସଦସ୍ୟମାନେ ଚୋରି କରି ନେଉଥିଲେ। ଏପରି କି ଘର ଗୁହାଳରୁ ରାତିରେ ଗାଈ ଚୋରି ହୋଇଯାଉଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା।
ସିସିଟିଭିରେ ଚୋରି ସମୟର ଦୃଶ୍ୟରୁ ଜଣାପଡିଛି ଏକ ଟାଟା ଏସିଇ ଗାଡ଼ି ଆସି ଲାଗୁଛି। ସେଥିରୁ ତଳକୁ ୨ ଜଣ ଓହ୍ଲାଉଛନ୍ତି। ଆଉ ଦୁଇଜଣ ଗାଡ଼ି ଉପରେ ରହୁଛନ୍ତି। ଓହ୍ଲାଇଥିବା ଦୁଇଜଣ ଏକ ଗାମୁଛାକୁ ଗୁଡ଼ାଇ ଶୋଇଥିବା ଏକ ଗାଈ ବେକରେ ପଘା ପକାଇଲା ପରି ପକାଇ ଟାଟା ଏସିଇ ଉପରକୁ ଚଢ଼ାଉଛନ୍ତି। ଉପରେ ଥିବା ୨ଜଣ ଗାଈ ଉଠାଇବାରେ ସହଯୋଗ କରୁଛନ୍ତି। ଅତି ନୃଶଂସ ଭାବେ ଗାଈଟିକୁ କିପରି ଗାଡ଼ି ଉପରକୁ ଚଢ଼ାଉଛନ୍ତି ସିସିଟିଭିରେ ଏହା କଏଦ ହୋଇଛି। ଜଟଣୀ କୁଦିଆରୀ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଶୋଇଥିବା ଗାଈଙ୍କୁ ବୁଧବାର ବିଳମ୍ବିତ ରାତିରେ କିପରି ଗୋରୁ ଚାଲାଣକାରୀ ଚୋରି କରିନେବା ଦୃଶ୍ୟ ଏହି ଫିଲିଂ ଷ୍ଟେଶନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦୃଶ୍ୟମାନ ହେଉଛି। ଏହି ସିସିଟିଭି ଫୁଟେଜ ଚାରିଆଡ଼େ ଭାଇରାଲ ମଧ୍ୟ ହୋଇଯାଇଛି। ପେଟ୍ରୋଲ ପମ୍ପର ମାଲିକ ତଥା ଜଟଣୀ ବ୍ୟବସାୟୀ ସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ କୁହନ୍ତି, ରାତ୍ରି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଗଲେ ଗୋରୁ ଚୋରି ବନ୍ଦ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri