ରାଜଧାନୀରେ ଏନ୍‌କାଉଣ୍ଟର ମାମଲା : ଗ୍ୟାଙ୍ଗ୍‌ର ୯ ସଦସ୍ୟ ଗିରଫ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଲୁଟପାଟ ଓ ଡକାୟତି ଗ୍ୟାଙ୍ଗ୍‌ର ୯ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ୫ଜଣଙ୍କୁ ଏନ୍‌କାଉଣ୍ଟର କରିଥିବାବେଳେ ଅନ୍ୟ ୪ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଏନ୍‌କାଉଣ୍ଟରରେ ଆହତ ୫ଜଣ କଟକ ବଡ ମେଡିକାଲରେ ଚିକିସତ୍ିତ ହେଉଛନ୍ତି। ଅନ୍ୟ ୪ଜଣଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଆହତ ୫ଜଣଙ୍କ ମଧ୍ୟରୁ ରବି ରାଓ ଏବଂ ଅନ୍ୟ ଦୁଇଜଣଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଗିରଫ ୯ ଅଭିଯୁକ୍ତ ହେଲେ ଆଠଗଡର ବିବେକ ନାୟକ, ଆଠଗଡ଼ ଉପରସାହିର ସିପୁନ କବି, ବାଲେଶ୍ୱର ଜିଲା ସୋର ଅଞ୍ଚଳର ଅରୁଣ ମଲ୍ଲିକ ଓ ଖଇରା ଅଞ୍ଚଳର ଦେବାଶିଷ ଦାଶ, କଟକ ନିଆଳିର ହରେକୃଷ୍ଣ ସ୍ବାଇଁ, ଖାରବେଳନଗରର ରବି ରାଓ, ଖଣ୍ଡଗିରି ରଘୁନାଥ ନଗରର ଅର୍ଜୁନ ଦାଶ, ମହାକାଳପଡା ଥାନା ଗୋଖାଖଟି ଗ୍ରାମର ଜଗବନ୍ଧୁ ସ୍ବାଇଁ ଓ କଟକ ଗୁରୁଡିଝାଟିଆ ଅଞ୍ଚଳର ଅଜୁ ସାହୁ। ଏମାନଙ୍କଠାରୁ ୯ କାର, ୮ ବାଇକ, ୨୨୪ ଗ୍ରାମର ସୁନାଅଳଙ୍କାର, ୫୦ ହଜାର ଟଙ୍କା, ୧୦ ମୋବାଇଲ୍‌ ଫୋନ, ୫ ଚୋରା ବନ୍ଧୁକ, ୬ରାଉଣ୍ଡ ଗୁଳି, ୨ ଭୁଜାଲି ଏବଂ ଏକ ଆପାର୍ଟମେଣ୍ଟରୁ ବିପୁଳ ପରିମାଣର ମଦ ବୋତଲ ଜବତ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗ୍ୟାଙ୍ଗ୍‌ ନାମରେ ୫୦ରୁ ଅଧିକ ମାମଲା
ରବି ରାଓ ଗ୍ୟାଙ୍ଗ୍‌ ନାମରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। କେବଳ ରବିଙ୍କ ମାମଲା ସଂଖ୍ୟା ୨୮ରୁ ଅଧିକ। ନୟାପଲ୍ଲୀ ବ୍ୟବସାୟୀଙ୍କୁ ଅପହରଣ, ମହିମା ମୋଟର୍ସ, ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଓ ଲୁଟ, ଖଣ୍ଡଗିରି ଏବଂ ଏୟାରପୋର୍ଟ ଅଞ୍ଚଳରୁ କାର ଲୁଟ, ବାଲିଅନ୍ତା ବ୍ୟାଙ୍କରୁ ଲୁଟ୍‌ ଆଦି ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ଲୁଟ୍‌ କାର୍‌ରେ ଗଞ୍ଜେଇ ବେପାର କରୁଥିଲେ
ଏହି ଗ୍ୟାଙ୍ଗ୍‌ ଡକାୟତି ଓ ଲୁଟ୍‌ ସହ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲେ। ପ୍ରଥମେ ଏମାନେ ମାରଣାସ୍ତ୍ର ଦେଖାଇ କାର ଲୁଟ କରୁଥିଲେ। ପରେ ଉକ୍ତ କାରକୁ ଅନ୍ୟ ଜିଲାକୁ ନେଇ ନିଶାଦ୍ରବ୍ୟ କାରବାରରେ ବ୍ୟବହାର କରୁଥିଲେ। ବିଶେଷ କରି ରାଜଧାନୀରୁ କାର ଲୁଟ କରି ଫୁଲବାଣୀରେ ଗଞ୍ଜେଇ ଚାଲାଣରେ ବ୍ୟବହାର କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏପରି କି ସେମାନେ ଧରା ନ ପଡ଼ିବା ପାଇଁ ଜଙ୍ଗଲ କିମ୍ବା ନିଛାଟିଆ ସ୍ଥାନରେ କାର ରଖି ତା’ ଭିତରେ ଶୋଉଥିଲେ।
ଲୁଟ୍‌ ଟଙ୍କାରେ ସମ୍ପତ୍ତି କରୁଥିଲେ
ଏହି ଗ୍ୟାଙ୍ଗ ଲୁଟପାଟ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଉଥିଲେ। ଏଥିଯୋଗୁ ପୋଲିସ ସେମାନଙ୍କୁ ଗିରଫ କରିଥିଲେ ମଧ୍ୟ ସମସ୍ତ ଲୁଟ୍‌ ଟଙ୍କା କି ସୁନାକୁ ଜବତ କରିପାରିନାହିଁ। ପାହାଳ ନିକଟ ବ୍ୟାଙ୍କ୍‌ରୁ ଲୁଟିଥିବା ୩୫ଲକ୍ଷ ଟଙ୍କାରେ ସେମାନେ ଗାଡ଼ି, ଘର କରଣା ସାମଗ୍ରୀ କିଣି ଥିଲେ।
ଦୁଇଟି ଗ୍ୟାଙ୍ଗ୍‌ର ହୋଇଥିଲା ମିଳନ
ରବି କାମାକ୍ଷାନଗରର ଜଣେ ଯୁବନେତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ୮ଜଣ ଗିରଫ ହୋଇଥିବାବେଳେ ସେ ଫେରାର ଥିଲେ। ରାଉରକେଲାକୁ ଚାଲିଯାଇ ସେ ଏକ ଗ୍ୟାଙ୍ଗ୍‌ ଗଢିଥିଲେ। ସେଠାରେ ଅପରାଧ ଘଟାଇବା ପରେ ରାଜଧାନୀକୁ ଫେରିଥିଲେ। ଗତ ଦୁଇମାସ ଭିତରେ ଆଠଗଡରୁ କାର ଲୁଟ ଘଟଣାରେ ଗିରଫ ହୋଇଥିବା ଗ୍ୟାଙ୍ଗ୍‌ ସହ ସେ ପରିଚିତ ହୋଇଥିଲେ। ଏହାପରେ ଦୁଇ ଗ୍ୟାଙ୍ଗ୍‌ ମିଶି ଅପରାଧ ଘଟାଉଥିଲେ ବୋଲି ପୋଲିସ କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

ସାନଖେମୁଣ୍ଡିରେ ବନ ବିଭାଗ ପ୍ରକଳ୍ପରୁ ସାମଗ୍ରୀ ଚୋରି: ପାଣି ମୋଟର-ସୋଲାର ପ୍ୟାନେଲ ଜବତ, ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ ଗ୍ରାମର ଏକ ବନ ବିଭାଗ ଜଳାଶୟ ପ୍ରକଳ୍ପରୁ ବିଭିନ୍ନ ସାମଗ୍ରୀ ଚୋରି…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri