ରାଜଧାନୀରେ ଏନ୍‌କାଉଣ୍ଟର ମାମଲା : ଗ୍ୟାଙ୍ଗ୍‌ର ୯ ସଦସ୍ୟ ଗିରଫ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଲୁଟପାଟ ଓ ଡକାୟତି ଗ୍ୟାଙ୍ଗ୍‌ର ୯ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ୫ଜଣଙ୍କୁ ଏନ୍‌କାଉଣ୍ଟର କରିଥିବାବେଳେ ଅନ୍ୟ ୪ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଏନ୍‌କାଉଣ୍ଟରରେ ଆହତ ୫ଜଣ କଟକ ବଡ ମେଡିକାଲରେ ଚିକିସତ୍ିତ ହେଉଛନ୍ତି। ଅନ୍ୟ ୪ଜଣଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଆହତ ୫ଜଣଙ୍କ ମଧ୍ୟରୁ ରବି ରାଓ ଏବଂ ଅନ୍ୟ ଦୁଇଜଣଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଗିରଫ ୯ ଅଭିଯୁକ୍ତ ହେଲେ ଆଠଗଡର ବିବେକ ନାୟକ, ଆଠଗଡ଼ ଉପରସାହିର ସିପୁନ କବି, ବାଲେଶ୍ୱର ଜିଲା ସୋର ଅଞ୍ଚଳର ଅରୁଣ ମଲ୍ଲିକ ଓ ଖଇରା ଅଞ୍ଚଳର ଦେବାଶିଷ ଦାଶ, କଟକ ନିଆଳିର ହରେକୃଷ୍ଣ ସ୍ବାଇଁ, ଖାରବେଳନଗରର ରବି ରାଓ, ଖଣ୍ଡଗିରି ରଘୁନାଥ ନଗରର ଅର୍ଜୁନ ଦାଶ, ମହାକାଳପଡା ଥାନା ଗୋଖାଖଟି ଗ୍ରାମର ଜଗବନ୍ଧୁ ସ୍ବାଇଁ ଓ କଟକ ଗୁରୁଡିଝାଟିଆ ଅଞ୍ଚଳର ଅଜୁ ସାହୁ। ଏମାନଙ୍କଠାରୁ ୯ କାର, ୮ ବାଇକ, ୨୨୪ ଗ୍ରାମର ସୁନାଅଳଙ୍କାର, ୫୦ ହଜାର ଟଙ୍କା, ୧୦ ମୋବାଇଲ୍‌ ଫୋନ, ୫ ଚୋରା ବନ୍ଧୁକ, ୬ରାଉଣ୍ଡ ଗୁଳି, ୨ ଭୁଜାଲି ଏବଂ ଏକ ଆପାର୍ଟମେଣ୍ଟରୁ ବିପୁଳ ପରିମାଣର ମଦ ବୋତଲ ଜବତ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗ୍ୟାଙ୍ଗ୍‌ ନାମରେ ୫୦ରୁ ଅଧିକ ମାମଲା
ରବି ରାଓ ଗ୍ୟାଙ୍ଗ୍‌ ନାମରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। କେବଳ ରବିଙ୍କ ମାମଲା ସଂଖ୍ୟା ୨୮ରୁ ଅଧିକ। ନୟାପଲ୍ଲୀ ବ୍ୟବସାୟୀଙ୍କୁ ଅପହରଣ, ମହିମା ମୋଟର୍ସ, ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଓ ଲୁଟ, ଖଣ୍ଡଗିରି ଏବଂ ଏୟାରପୋର୍ଟ ଅଞ୍ଚଳରୁ କାର ଲୁଟ, ବାଲିଅନ୍ତା ବ୍ୟାଙ୍କରୁ ଲୁଟ୍‌ ଆଦି ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ଲୁଟ୍‌ କାର୍‌ରେ ଗଞ୍ଜେଇ ବେପାର କରୁଥିଲେ
ଏହି ଗ୍ୟାଙ୍ଗ୍‌ ଡକାୟତି ଓ ଲୁଟ୍‌ ସହ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲେ। ପ୍ରଥମେ ଏମାନେ ମାରଣାସ୍ତ୍ର ଦେଖାଇ କାର ଲୁଟ କରୁଥିଲେ। ପରେ ଉକ୍ତ କାରକୁ ଅନ୍ୟ ଜିଲାକୁ ନେଇ ନିଶାଦ୍ରବ୍ୟ କାରବାରରେ ବ୍ୟବହାର କରୁଥିଲେ। ବିଶେଷ କରି ରାଜଧାନୀରୁ କାର ଲୁଟ କରି ଫୁଲବାଣୀରେ ଗଞ୍ଜେଇ ଚାଲାଣରେ ବ୍ୟବହାର କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏପରି କି ସେମାନେ ଧରା ନ ପଡ଼ିବା ପାଇଁ ଜଙ୍ଗଲ କିମ୍ବା ନିଛାଟିଆ ସ୍ଥାନରେ କାର ରଖି ତା’ ଭିତରେ ଶୋଉଥିଲେ।
ଲୁଟ୍‌ ଟଙ୍କାରେ ସମ୍ପତ୍ତି କରୁଥିଲେ
ଏହି ଗ୍ୟାଙ୍ଗ ଲୁଟପାଟ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଉଥିଲେ। ଏଥିଯୋଗୁ ପୋଲିସ ସେମାନଙ୍କୁ ଗିରଫ କରିଥିଲେ ମଧ୍ୟ ସମସ୍ତ ଲୁଟ୍‌ ଟଙ୍କା କି ସୁନାକୁ ଜବତ କରିପାରିନାହିଁ। ପାହାଳ ନିକଟ ବ୍ୟାଙ୍କ୍‌ରୁ ଲୁଟିଥିବା ୩୫ଲକ୍ଷ ଟଙ୍କାରେ ସେମାନେ ଗାଡ଼ି, ଘର କରଣା ସାମଗ୍ରୀ କିଣି ଥିଲେ।
ଦୁଇଟି ଗ୍ୟାଙ୍ଗ୍‌ର ହୋଇଥିଲା ମିଳନ
ରବି କାମାକ୍ଷାନଗରର ଜଣେ ଯୁବନେତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ୮ଜଣ ଗିରଫ ହୋଇଥିବାବେଳେ ସେ ଫେରାର ଥିଲେ। ରାଉରକେଲାକୁ ଚାଲିଯାଇ ସେ ଏକ ଗ୍ୟାଙ୍ଗ୍‌ ଗଢିଥିଲେ। ସେଠାରେ ଅପରାଧ ଘଟାଇବା ପରେ ରାଜଧାନୀକୁ ଫେରିଥିଲେ। ଗତ ଦୁଇମାସ ଭିତରେ ଆଠଗଡରୁ କାର ଲୁଟ ଘଟଣାରେ ଗିରଫ ହୋଇଥିବା ଗ୍ୟାଙ୍ଗ୍‌ ସହ ସେ ପରିଚିତ ହୋଇଥିଲେ। ଏହାପରେ ଦୁଇ ଗ୍ୟାଙ୍ଗ୍‌ ମିଶି ଅପରାଧ ଘଟାଉଥିଲେ ବୋଲି ପୋଲିସ କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri