ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ: ଚଢ଼ାଉବେଳେ ଅଧିକାରୀଙ୍କୁ ଆକ୍ରମଣ, ଜାଣିଶୁଣି ମାମଲା ଦାୟର କଲେନି ଅଧିକାରୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ୍‌.ଏ.),୧୧।୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ସମୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି ଶନିବାର ପୂର୍ବାହ୍ନରେ ବିଛାଖଣ୍ଡି ପାଣିଟାଙ୍କି ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଛଢ଼ାଉ ବେଳେ ଏକ ହିଟାଚି ମେଶିନ ଓ କମ୍ପ୍ରେସର ଜବତ କରିଥିଲେ। ସମ୍ପୃକ୍ତ ପଥର ମାଫିଆମାନେ ଖବର ପାଇ ଚଢାଉ ସ୍ଥାନରେ ପହଞ୍ଚତ୍ ଅତିରିକ୍ତ ତହସିଲଦାର ମହାନ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ଜବତ କମ୍ପ୍ରେସର ମେଶିନ ଛଡ଼ାଇ ନେଇଥିଲେ। ଏପରି କି ଅତିରିକ୍ତ ତହସିଲ୍‌ଦାରଙ୍କ ସହ ଯାଇଥିବା ଏପିଆର ଫୋର୍ସଙ୍କ ଠାରୁ ମାଫିଆମାନେ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏତେବଡ଼ ଘଟଣା ଘଟିବା ସତ୍ତ୍ୱେ ଥାନାରେ କୌଣସି ମାମଲା ରୁଜୁ କରିବା ପରିବର୍ତ୍ତେ ଅତିରିକ୍ତ ତହସିଲ୍‌ଦାର ଚୂପ ରହିବାକୁ ଉଚିତ୍‌ ମନେ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି।

ଜଙ୍ଗଲ ବିଭାଗ, ପୋଲିସ ଓ ରାଜସ୍ବ ବିଭାଗ ମଧ୍ୟରେ ଦାୟିତ୍ୱ ଏବଂ ଦୋଷ ଲଦାଲଦି ମଧ୍ୟମରେ ସରକାରୀ ଜଙ୍ଗଲ ଜମି ଶେଷ ହେବାକୁ ବସିଲାଣି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ ଡିଏଫ୍‌ଓ(ଡିଭିଜନାଲ ଫରେଷ୍ଟ ଅଫିସର)ଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ କଳାପଥର ଖାଦାନଗୁଡ଼ିକର ତଦନ୍ତ ସମୟରେ ବେଆଇନ ଖାଦାନ ଓ କ୍ରଶରଗୁଡ଼ିକ ସରକାରୀ ଜଙ୍ଗଲ ଜମିରେ ଚାଲିଛି। ବିଶେଷକରି ବିଛାଖଣ୍ଡି, ଅଞ୍ଜିରା, ଡଙ୍କାରୀ, ରାହାଡ଼ପୁର ଓ ଆରୁହା ଅଞ୍ଚଳର ଖାଦାନଗୁଡ଼ିକରେ ଲିଜ୍‌ ନ ଥାଇ ଜଙ୍ଗଲ ଜମିରେ ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି। ଏଥିଯୋଗୁ ପରିବେଶ ପ୍ରଦୂଷଣ ଉକତ୍ଟ ହେବା ସହିତ ସରକାର ବ୍ୟାପକ ଭାବେ ରାଜସ୍ବ ହରାଉଛନ୍ତି ବୋଲି ତହସିଲଦାର ତାଙ୍କ ପତ୍ରରେ ଦର୍ଶାଇଥିଲେ। ତଥାପି ତହସିଲ ସ୍କ୍ବାର୍ଡ ପକ୍ଷରୁ ଚଢାଉ କରାଯାଇ ବେଆଇନ ପରିବହନ ଓ ଖାଦାନଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ ସମ୍ପୂର୍ଣ୍ଣ ଭାବେ ସଫଳତା ମିଳିପାରୁ ନାହିଁ। ଚଢାଉ ସମୟରେ ଖଣି ମାଫିଆମାନେ ଉଗ୍ର ହୋଇ ତହସିଲ ସ୍କ୍ବାର୍ଡକୁ ଧମକଚମକ ଦେବା ସହିତ ଜୀବନରେ ମାରି ଦିଆଯିବ ବୋଲି ଚେତାବନୀ ଦେଉଛନ୍ତି ବୋଲି ଖୋଦ୍‌ ତହସିଲଦାର ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ତେଣୁ ଜଙ୍ଗଲ ଅଧିକାରୀଙ୍କୁ ନିୟୋଜିତ କରି ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଖାଦାନ ଓ କ୍ରଶର ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଥିଲେ। ଏହାସହ ଡିଏଫ୍‌ଓ ଏସ୍‌ଏମ୍‌ଟି ରହେମାନ ମଧ୍ୟ ଗତ ଜୁଲାଇ ୬ ତାରିଖରେ ବଳରାମପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ବନ୍ଦ କରିବା ସହ ଏନଓସି ରଦ୍ଦ କରିବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବାରମ୍ବାର କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ସତ୍ତ୍ବେ ବେଆଇନ କଳାପଥର ଖାଦାନ ଓ କ୍ରଶରଗୁଡ଼ିକ ନିୟନ୍ତ୍ରିତ ହୋଇପାରି ନାହିଁ। ସ୍ଥାନୀୟ କଳାପଥର ମାଫିଆଙ୍କ ଦୃଢ ଜାଲତନ୍ତ୍ର(ନେଟୱାର୍କ) ରହିଥିବାରୁ ବଳରାମପୁର ସଂରକ୍ଷିତ ଜଙ୍ଗଲର ସୁରକ୍ଷା ସମ୍ଭବ ହେଉନାହିଁ ବୋଲି ଡିଏଫ୍‌ଓ ଅସହାୟତା ପ୍ରକାଶ କରିଥିଲେ। ତେବେ ଏନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ନୀରବି ଯାଇଥିବାରୁ ରାଜ୍ୟ ସରକାରଙ୍କ ୫-ଟି ଶାସନ ସୂତ୍ର କାର୍ଯ୍ୟକାରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଶନିବାର ମହୁଲଖୋଲି ଓ ନିତ୍ୟାନନ୍ଦପୁର ଅଞ୍ଚଳର ମାଫିଆମାନେ ଅତିରିକ୍ତ ତହସିଲଦାର ମହାନ୍ତିଙ୍କୁ ଆକ୍ରମଣ କରି କମ୍ପ୍ରେଶର ମେଶିନକୁ ଛଡ଼ାଇ ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରୁଛନ୍ତି। ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି ବୋଲି ଦାବି ହେଉଛି। ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ ଉପରେ ସ୍ବର ଉତ୍ତୋଳନ କରି ଆସୁଥିବା ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା କହିଛନ୍ତି ମାଫିଆଙ୍କ ସହିତ ଚଢାଉକାରୀ ଅଧିକାରୀଙ୍କ କ’ଣ ସମ୍ପର୍କ ରହିଛି ତାହା ଜାଣି ହେଉନାହିଁ। ଏତେବଡ଼ ଆକ୍ରମଣ ପରେ ବି ଅତିରିକ୍ତ ତହସିଲ୍‌ଦାର ଥାନାରେ ଅଭିଯୋଗ ନ କରି ଚୁପ୍‌ ରହିବା ଘଟଣାକୁ ସହଜରେ ଗ୍ରହଣ କରିହେଉ ନାହିଁ। ଅପରପକ୍ଷରେ ଅତିରିକ୍ତ ତହସିଲଦାର ମହାନ୍ତିଙ୍କ କହିବା ହେଲା ଯେ, ତହସିଲ୍‌ ପ୍ରଶାସନ ତରଫରୁ ନିୟମିତ ଭାବେ ଚଢ଼ାଉ କରାଯାଇ ବେଆଇନ ପଥର ଖାଦାନଗୁଡ଼ିକରୁ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଉଛି। ଏଣୁ ପଥର ମାଫିଆମାନେ ଆକ୍ରମଣାମତ୍କ ହେବା ସ୍ବଭାବିକ। ଶନିବାର ଘଟଣାରେ ସେମିତି କିଛି ହୋଇନାହିଁ। ହିଟାଚି ମେଶିନ ଜବତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ପୁରୁଷୋତ୍ତମପୁର,୨୫।୧୦(ଡି.ଏନ.ଏ): ଗାଧୋଉଥିବା ବେଳେ ଭାସିଗଲେ ୨ ଭାଇ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ...

ଟ୍ରକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

କେନ୍ଦୁଝର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଶିରିଷପାଳ ୨୦ନଂ. ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବାରୁ ଡ୍ରାଇଭରଙ୍କର...

ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା କମିଟି ବୈଠକ: କ୍ରେଡିଟ୍‌-ଡେବିଟ୍‌ ଅନୁପାତ କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୮ା୧୨: ଜଗତ୍‌ସିଂହପୁର ଜିଲାରେ ଗତ ୩ ମାସରେ କ୍ରଡିଟ୍‌-ଡେବିଟ୍‌ ଅନୁପାତ କମିବାରେ ଲାଗିଛି। ଯାହାକି ଆଦୌ ଶୁଭଙ୍କର ନୁହେଁ। ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ...

କରୋନା ଆତଙ୍କ: ମାସ୍କ ତିଆରି କରୁଛନ୍ତି ଏସ୍‌ଏଚ୍‌ଜି ମହିଳା

ଜୟପୁର, ୧୯।୩ (ନି.ପ୍ର.): ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହାଠାରୁ ବଞ୍ଚିବାକୁ ହେଲେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ସରକାର ଘୋଷଣା...

ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ...

ଚିହ୍ନଟକାରୀଙ୍କ ତଣ୍ଟି କାଟିଲେ ଅଭିଯୁକ୍ତ

ଗୋପାଳପୁର, ୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୧୭ ତାରିଖ ରାତିରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଷ୍ଟେଜ ଶୋ’...

ପାଟଣା ବ୍ଲକରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ପାଟଣା,୮ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର ଜଣେ ୩୬ ବର୍ଷୀୟ ବିବାହିତ ଯୁବକଙ୍କ ସୋମବାର କରୋନା ପଜିଟିଭ୍‌ ଥିବା ରାଜ୍ୟ ସୂଚନା...

କାନ୍ଥ ଚିତ୍ରାଙ୍କନରେ ସୀମିତ ୫-ଟି ବିଦ୍ୟାଳୟ

ମାଲକାନଗିରି,୨୫ା୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ଉଚ୍ଚ ବିଦ୍ୟାଳୟ ୫-ଟିରେ ରୂପାନ୍ତର ହୋଇଛନ୍ତି। ଏଥିପାଇଁ ଆସୁଥିବା ଅନୁଦାନରେ ବିଦ୍ୟାଳୟରେ ଭିତ୍ତିଭୂମି, ପାଠାଗାର, କମ୍ପ୍ୟୁଟର,ଶିକ୍ଷା, ସ୍ମାର୍ଟ...

Advertisement
Archives

Model This Week