Posted inରାଜ୍ୟ

ଜଗତ୍‌ସିଂହପୁର ଜିଲାରେ କୁକୁର ବନ୍ଧ୍ୟାକରଣ ଯୋଜନା ପ୍ରହସନ: କାମରେ ଲାଗୁନି ୧୮ ଲକ୍ଷର ଅନୁଦାନ

ଜଗତ୍‌ସିଂହପୁର ଅଫିସ, ୧୮ା୭: ଜଗତ୍‌ସିଂହପୁର ଜିଲାରେ ଏବେ ବୁଲା କୁକୁରଙ୍କ ଉତ୍ପାତ ଚିନ୍ତାର କାରଣ ହୋଇଛି। ରାତିଅଧ ହେଉ ଅବା ଦ୍ୱିପ୍ରହରରେ ଲୋକେ ରାସ୍ତାରେ ନିରାପଦରେ ଯିବାକୁ ଡରିଲେଣି। ଏ ପରିସ୍ଥିତିରେ ଜଗତ୍‌ସିଂହପୁର ସହରାଞ୍ଚଳରେ କୁକୁର ବନ୍ଧ୍ୟାକରଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ବର୍ତ୍ତମାନ ଜଗତ୍‌ସିଂହପୁର ସହରରେ ବୁଲା କୁକୁର ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଯାତାୟାତ ସମୟରେ ଏହି କୁକୁର ଅନେକ ସ୍ଥାନରେ ଆକ୍ରମଣ କରୁଛନ୍ତି। ଏନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଉଥିଲେ ସୁଦ୍ଧା ନାଚାର। କାରଣ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। କୁକୁର ବନ୍ଧ୍ୟାକରଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଏନେଇ କୁକୁର ଧରାଳି (ଡକ୍‌ କ୍ୟାଚର୍‌) ନିଯୁକ୍ତି ଦିଆଯାଇଛି। ଭିତ୍ତିଭୂମି, ଗାଡି ଓ ଅସ୍ତ୍ରୋପଚାର ଆଦି ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି। ବର୍ଷାଧିକ କାଳ ହେବ ପାଖାପାଖି ୧୮ ଲକ୍ଷ ଟଙ୍କା ସରକାରୀ ଅନୁଦାନ ସତ୍ତ୍ବେ ଏହାର ସୁଫଳ ମିଳିପାରୁନାହିଁ। ଯୋଜନା କେବେ କାର୍ଯ୍ୟକ୍ଷମ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନାହିଁ। କହିବାକୁ ଗଲେ ଯୋଜନା ବାଟବଣା ହୋଇଯାଇଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ଜଗତ୍‌ସିଂହପୁର ନୁହେଁ, ପାରାଦୀପ ପୌର ପରିଷଦରେ ମଧ୍ୟ ଯୋଜନାର ବାସ୍ତବ ରୂପାୟନ ହୋଇପାରି ନ ଥିବା ଅଭିଯୋଗ ହେଉଛି। ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ କୁକୁର ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ୨୦୧୭ରୁ ତତ୍ପରତା ପ୍ରକାଶ ପାଇଥିଲା। ସେତେବେଳେ ଅର୍ଥାତ୍‌ ୨୦୧୭ ଅକ୍ଟୋବରରେ ୫ କୁକୁର ଧରାଳି ନିଯୁକ୍ତି ପାଇଥିଲେ। ସେମାନଙ୍କୁ ଅକ୍ଟୋବର ୧୫ରୁ ନଭେମ୍ବର ୧୫ ପର୍ପ୍ୟନ୍ତ ୧ ମାସ ତାଲିମ ଦିଆଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ମୋଟ ଉପରେ ୭୯ଟି କୁକୁର ବନ୍ଧ୍ୟାକରଣ ସମ୍ଭବ ହୋଇଛି। ତାହା ପୁଣି ୨୦୧୭-୧୮ରେ ପିପୁଲ ଫର ଆନିମଲ ସହାୟତାରେ। ତା’ପରଠାରୁ ପାଖାପାଖି ୨ ବର୍ଷ ହେବ କୁକୁର ଧରାଳି ସେମାନଙ୍କ ମୂଳ ଦାୟିତ୍ୱରୁ ହଟି ପରିମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି କୁହାଯାଉଛି। ପୌର ପରିଷଦ ଯେତେବେଳେ ଏହି କୁକୁର ଧରାଳିଙ୍କୁ ନିଯୁକ୍ତି କଲା ସେତେବେଳଠାରୁ ସେମାନଙ୍କୁ କାମ ଦେବା କଥା ଚିନ୍ତା ନ କରିବା ବିସ୍ମୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର କୁକୁର ବନ୍ଧ୍ୟାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏହି ରାଶିରେ ଜିଲା ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଏକ ବିଲ୍ଡିଂ ନିର୍ମାଣ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ୮ ଲକ୍ଷ ଟଙ୍କା ଆସିଛି। ଏହି ଟଙ୍କା ମଧ୍ୟରୁ ପାଖାପାଖି ୬ ଲକ୍ଷରେ କୁକୁର ବୁହା ଗାଡି କିଣାଯାଇଛି। ବଳକା ୨ ଲକ୍ଷ ବିନିଯୋଗ ହୋଇପାରୁନାହିଁ। କାରଣ ଏହି ଟଙ୍କାରେ କୁକୁର ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ସାଙ୍ଗକୁ କୁକୁର ବୁହା ଗାଡିର ଜାଲି ଆଦି ଲଗାଯିବ। ଯେହେତୁ ଏନେଇ କଣସବୁ ଯନ୍ତ୍ରାଂଶ କିଣାଯିବ ସେ ସମ୍ପର୍କରେ ପରିଷଦ ଜାଣିବା ସମ୍ଭବ ନୁହେଁ, ତେଣୁ ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତା ନିଆଯାଇଥିଲା। ଏ ସମ୍ପର୍କରେ ୧୯ା୨ା୧୮ରେ ପରିଷଦ ଓ ଜିଲା ପ୍ରଣୀ ସମ୍ପଦ ବିଭାଗ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଅନୁଯାୟୀ ୩୧ା୧୨ା୧୮ରେ ପରିଷଦ ପକ୍ଷରୁ ରାଜ୍ୟ ପ୍ରାଣୀଧନ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଅସ୍ତ୍ରୋପଚାର ମାଧ୍ୟମରେ ୧୦ଟି କୁକୁର ବନ୍ଧ୍ୟାକରଣ ପାଇଁ କଣସବୁ ଯନ୍ତ୍ରାଂଶ ଆବଶ୍ୟକ ତାର ତାଲିକା ପ୍ରଦାନ କରାଯାଉ। ଏହା ଜାଣିଲା ପରେ ପରିଷଦ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବ। କେଉଁ ଯନ୍ତ୍ରାଂଶ କେତେ ହିସାବରେ ଦରକାର ଜାଣିପାରିବ। ପରେ ଆବଶ୍ୟକ ଯନ୍ତ୍ରାଂଶ ବାବଦ ଅର୍ଥରାଶି ପ୍ରାଣୀଧନ ଚିକିତ୍ସା ବିଭାଗକୁ ଯୋଗାଇ କିଣିପାରିବ। କିନ୍ତୁ ଏଥିମଧ୍ୟରେ ୬ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଯେଉଁ କାରଣରୁ ୨ ଲକ୍ଷ ଟଙ୍କା ଅନୁଦାନ ରାଶି ବିନିଯୋଗ ହୋଇପାରୁନାହିଁ। ତେଣୁ ପୁଣିଥରେ ପ୍ରାଣୀଧନ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ପ୍ରାଣୀଧନ ଚିକିତ୍ସା ବିଭାଗର ଅବହେଳାରୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ କି ଅନ୍ୟ କିଛି କାରଣ ଅଛି। ଉପରୋକ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ, ସରକାର ଯେତେବେଳେ କୁକୁର ଧରାଳି ନିଯୁକ୍ତି କଥା ଚିନ୍ତାକଲେ ତା ପୂର୍ବରୁ ଯୋଜନା ସମ୍ପର୍କରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ବାସ୍ତବରେ ତାହା ମଧ୍ୟ ହେଲା। ବିଲ୍ଡିଂ ନିର୍ମାଣ, ଗାଡି ଓ ଅନ୍ୟାନ୍ୟ ବାବଦରେ ଯଥାଶୀଘ୍ର ଅନୁଦାନ ଯୋଗାଯାଇଥିଲା। କିନ୍ତୁ ବିଭାଗୀୟ ସମନ୍ବୟ ଅଭାବରୁ ଏଯାଏ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଯୋଜନାର ବାସ୍ତବ ରୂପାୟନ ନେଇ ନାଉଗାଁ ଭିଏସ୍‌ (ଭେଟେରିନାରୀସର୍ଜନ)ଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତି ଦିଆଯାଇଛି। ସେ କେବଳ କାଗଜକଲମରେ ଏହି ଅଫିସର ଦାୟିତ୍ୱରେ ଥିବା ଜଣାଯାଇଛି। ଏଣେ ପାଖାପାଖି ୬ ମାସ ହେବ ନୂଆକରି କିଣାଯାଇଥିବା କୁକୁର ବୁହା ଗାଡି କି କାମରେ ଆସୁଛି ତା’ଉପରେ ନାନା କଥା ଆଲୋଚନା ହେଉଛି। ଏ ସମ୍ପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରାଣୀଧନ ଚିକିତ୍ସା ନିର୍ଦ୍ଦେଶକଙ୍କଠାରୁ ଯଥାଶୀଘ୍ର ଯନ୍ତ୍ରାଂଶ ସମ୍ପର୍କିତ ସୂଚନା ପାଇବା ପାଇଁ ବୁଧବାର ଆଉଥରେ ଚିଠି କରାଯାଇଛି। ଉତ୍ତର ମିଳିଲା ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଆଗକୁ ଦେଖିବାର ଅଛି ଯୋଜନା କେବେ କାର୍ଯ୍ୟକ୍ଷମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?