Posted inରାଜ୍ୟ

ଜଗତ୍‌ସିଂହପୁର ଜିଲାରେ କୁକୁର ବନ୍ଧ୍ୟାକରଣ ଯୋଜନା ପ୍ରହସନ: କାମରେ ଲାଗୁନି ୧୮ ଲକ୍ଷର ଅନୁଦାନ

ଜଗତ୍‌ସିଂହପୁର ଅଫିସ, ୧୮ା୭: ଜଗତ୍‌ସିଂହପୁର ଜିଲାରେ ଏବେ ବୁଲା କୁକୁରଙ୍କ ଉତ୍ପାତ ଚିନ୍ତାର କାରଣ ହୋଇଛି। ରାତିଅଧ ହେଉ ଅବା ଦ୍ୱିପ୍ରହରରେ ଲୋକେ ରାସ୍ତାରେ ନିରାପଦରେ ଯିବାକୁ ଡରିଲେଣି। ଏ ପରିସ୍ଥିତିରେ ଜଗତ୍‌ସିଂହପୁର ସହରାଞ୍ଚଳରେ କୁକୁର ବନ୍ଧ୍ୟାକରଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ବର୍ତ୍ତମାନ ଜଗତ୍‌ସିଂହପୁର ସହରରେ ବୁଲା କୁକୁର ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଯାତାୟାତ ସମୟରେ ଏହି କୁକୁର ଅନେକ ସ୍ଥାନରେ ଆକ୍ରମଣ କରୁଛନ୍ତି। ଏନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଉଥିଲେ ସୁଦ୍ଧା ନାଚାର। କାରଣ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। କୁକୁର ବନ୍ଧ୍ୟାକରଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଏନେଇ କୁକୁର ଧରାଳି (ଡକ୍‌ କ୍ୟାଚର୍‌) ନିଯୁକ୍ତି ଦିଆଯାଇଛି। ଭିତ୍ତିଭୂମି, ଗାଡି ଓ ଅସ୍ତ୍ରୋପଚାର ଆଦି ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି। ବର୍ଷାଧିକ କାଳ ହେବ ପାଖାପାଖି ୧୮ ଲକ୍ଷ ଟଙ୍କା ସରକାରୀ ଅନୁଦାନ ସତ୍ତ୍ବେ ଏହାର ସୁଫଳ ମିଳିପାରୁନାହିଁ। ଯୋଜନା କେବେ କାର୍ଯ୍ୟକ୍ଷମ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନାହିଁ। କହିବାକୁ ଗଲେ ଯୋଜନା ବାଟବଣା ହୋଇଯାଇଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ଜଗତ୍‌ସିଂହପୁର ନୁହେଁ, ପାରାଦୀପ ପୌର ପରିଷଦରେ ମଧ୍ୟ ଯୋଜନାର ବାସ୍ତବ ରୂପାୟନ ହୋଇପାରି ନ ଥିବା ଅଭିଯୋଗ ହେଉଛି। ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ କୁକୁର ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ୨୦୧୭ରୁ ତତ୍ପରତା ପ୍ରକାଶ ପାଇଥିଲା। ସେତେବେଳେ ଅର୍ଥାତ୍‌ ୨୦୧୭ ଅକ୍ଟୋବରରେ ୫ କୁକୁର ଧରାଳି ନିଯୁକ୍ତି ପାଇଥିଲେ। ସେମାନଙ୍କୁ ଅକ୍ଟୋବର ୧୫ରୁ ନଭେମ୍ବର ୧୫ ପର୍ପ୍ୟନ୍ତ ୧ ମାସ ତାଲିମ ଦିଆଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ମୋଟ ଉପରେ ୭୯ଟି କୁକୁର ବନ୍ଧ୍ୟାକରଣ ସମ୍ଭବ ହୋଇଛି। ତାହା ପୁଣି ୨୦୧୭-୧୮ରେ ପିପୁଲ ଫର ଆନିମଲ ସହାୟତାରେ। ତା’ପରଠାରୁ ପାଖାପାଖି ୨ ବର୍ଷ ହେବ କୁକୁର ଧରାଳି ସେମାନଙ୍କ ମୂଳ ଦାୟିତ୍ୱରୁ ହଟି ପରିମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି କୁହାଯାଉଛି। ପୌର ପରିଷଦ ଯେତେବେଳେ ଏହି କୁକୁର ଧରାଳିଙ୍କୁ ନିଯୁକ୍ତି କଲା ସେତେବେଳଠାରୁ ସେମାନଙ୍କୁ କାମ ଦେବା କଥା ଚିନ୍ତା ନ କରିବା ବିସ୍ମୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର କୁକୁର ବନ୍ଧ୍ୟାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏହି ରାଶିରେ ଜିଲା ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଏକ ବିଲ୍ଡିଂ ନିର୍ମାଣ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ୮ ଲକ୍ଷ ଟଙ୍କା ଆସିଛି। ଏହି ଟଙ୍କା ମଧ୍ୟରୁ ପାଖାପାଖି ୬ ଲକ୍ଷରେ କୁକୁର ବୁହା ଗାଡି କିଣାଯାଇଛି। ବଳକା ୨ ଲକ୍ଷ ବିନିଯୋଗ ହୋଇପାରୁନାହିଁ। କାରଣ ଏହି ଟଙ୍କାରେ କୁକୁର ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ସାଙ୍ଗକୁ କୁକୁର ବୁହା ଗାଡିର ଜାଲି ଆଦି ଲଗାଯିବ। ଯେହେତୁ ଏନେଇ କଣସବୁ ଯନ୍ତ୍ରାଂଶ କିଣାଯିବ ସେ ସମ୍ପର୍କରେ ପରିଷଦ ଜାଣିବା ସମ୍ଭବ ନୁହେଁ, ତେଣୁ ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତା ନିଆଯାଇଥିଲା। ଏ ସମ୍ପର୍କରେ ୧୯ା୨ା୧୮ରେ ପରିଷଦ ଓ ଜିଲା ପ୍ରଣୀ ସମ୍ପଦ ବିଭାଗ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଅନୁଯାୟୀ ୩୧ା୧୨ା୧୮ରେ ପରିଷଦ ପକ୍ଷରୁ ରାଜ୍ୟ ପ୍ରାଣୀଧନ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଅସ୍ତ୍ରୋପଚାର ମାଧ୍ୟମରେ ୧୦ଟି କୁକୁର ବନ୍ଧ୍ୟାକରଣ ପାଇଁ କଣସବୁ ଯନ୍ତ୍ରାଂଶ ଆବଶ୍ୟକ ତାର ତାଲିକା ପ୍ରଦାନ କରାଯାଉ। ଏହା ଜାଣିଲା ପରେ ପରିଷଦ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବ। କେଉଁ ଯନ୍ତ୍ରାଂଶ କେତେ ହିସାବରେ ଦରକାର ଜାଣିପାରିବ। ପରେ ଆବଶ୍ୟକ ଯନ୍ତ୍ରାଂଶ ବାବଦ ଅର୍ଥରାଶି ପ୍ରାଣୀଧନ ଚିକିତ୍ସା ବିଭାଗକୁ ଯୋଗାଇ କିଣିପାରିବ। କିନ୍ତୁ ଏଥିମଧ୍ୟରେ ୬ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଯେଉଁ କାରଣରୁ ୨ ଲକ୍ଷ ଟଙ୍କା ଅନୁଦାନ ରାଶି ବିନିଯୋଗ ହୋଇପାରୁନାହିଁ। ତେଣୁ ପୁଣିଥରେ ପ୍ରାଣୀଧନ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ପ୍ରାଣୀଧନ ଚିକିତ୍ସା ବିଭାଗର ଅବହେଳାରୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ କି ଅନ୍ୟ କିଛି କାରଣ ଅଛି। ଉପରୋକ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ, ସରକାର ଯେତେବେଳେ କୁକୁର ଧରାଳି ନିଯୁକ୍ତି କଥା ଚିନ୍ତାକଲେ ତା ପୂର୍ବରୁ ଯୋଜନା ସମ୍ପର୍କରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ବାସ୍ତବରେ ତାହା ମଧ୍ୟ ହେଲା। ବିଲ୍ଡିଂ ନିର୍ମାଣ, ଗାଡି ଓ ଅନ୍ୟାନ୍ୟ ବାବଦରେ ଯଥାଶୀଘ୍ର ଅନୁଦାନ ଯୋଗାଯାଇଥିଲା। କିନ୍ତୁ ବିଭାଗୀୟ ସମନ୍ବୟ ଅଭାବରୁ ଏଯାଏ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଯୋଜନାର ବାସ୍ତବ ରୂପାୟନ ନେଇ ନାଉଗାଁ ଭିଏସ୍‌ (ଭେଟେରିନାରୀସର୍ଜନ)ଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତି ଦିଆଯାଇଛି। ସେ କେବଳ କାଗଜକଲମରେ ଏହି ଅଫିସର ଦାୟିତ୍ୱରେ ଥିବା ଜଣାଯାଇଛି। ଏଣେ ପାଖାପାଖି ୬ ମାସ ହେବ ନୂଆକରି କିଣାଯାଇଥିବା କୁକୁର ବୁହା ଗାଡି କି କାମରେ ଆସୁଛି ତା’ଉପରେ ନାନା କଥା ଆଲୋଚନା ହେଉଛି। ଏ ସମ୍ପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରାଣୀଧନ ଚିକିତ୍ସା ନିର୍ଦ୍ଦେଶକଙ୍କଠାରୁ ଯଥାଶୀଘ୍ର ଯନ୍ତ୍ରାଂଶ ସମ୍ପର୍କିତ ସୂଚନା ପାଇବା ପାଇଁ ବୁଧବାର ଆଉଥରେ ଚିଠି କରାଯାଇଛି। ଉତ୍ତର ମିଳିଲା ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଆଗକୁ ଦେଖିବାର ଅଛି ଯୋଜନା କେବେ କାର୍ଯ୍ୟକ୍ଷମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri