ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର ଆଖପାଖ ଅଞ୍ଚଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଣ୍ଟୋମୋଲୋଜି (କୀଟ ବିଜ୍ଞାନ) ବିଭାଗ ଅଧିକାରୀ ଓ ଇନସେକ୍ଟ କଲେକ୍ଟର (କୀଟ ସଂଗ୍ରହକାରୀ)ମାନେ ଉକ୍ତ ସ୍ଥାନରୁ ଏଡିଶ ମଶାର ଲାର୍ଭା ସଂଗ୍ରହ କରିଛନ୍ତି। ଏହି ଅଞ୍ଚଳରେ ଡେଙ୍ଗୁ ରୋଗର ବାହକ ତଥା ଏଡିଶ ମଶା ବଂଶ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳଗୁଡ଼ିକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଖୁବଶୀଘ୍ର ବିଶୋଧନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
କରୋନା କଟକଣା ଯୋଗୁ ଜଗତପୁର ଅଞ୍ଚଳରେ ବିଭିନ୍ନ କମ୍ପାନୀ ଗତ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ରହିଛି। କମ୍ପାନୀଗୁଡ଼ିକର ଆସବାବପତ୍ର ବ୍ୟବହାର ହେଉ ନ ଥିବାରୁ ଏଠାରେ ମଶା ବଂଶ ବୃଦ୍ଧି ପାଉଛି। ଜଗତପୁରରେ ଥିବା ଏକ ମୃଦୁ ପାନୀୟ କମ୍ପାନୀ ସମେତ ଏକ ଫାର୍ମା କମ୍ପାନୀ ଓ ବସ୍ତିରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୂର୍ବ ତୁଳନାରେ ଏଠାରେ ଏବେ ଏଡ଼ିିଶ ମଶାର ଘନତ୍ୱ ବଢିଥିବା ଜଣାପଡ଼ିଥିଲା। ଏଠାରେ ଦୀର୍ଘଦିନ ଧରି ଜମିରହିଥିବା ପାଣିରେ ପ୍ରଚୁର ମାତ୍ରାରେ ଏଡିଶ ମଶାର ଲାର୍ଭା ଭାସୁଥିବା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ସହରର ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ନିୟମିତ ବ୍ୟବଧାନରେ ଚଢ଼ାଉ କରାଯାଉଛି। ମଙ୍ଗଳବାର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ମଙ୍ଗଳାବାଗ ଏବଂ ସିଏମ୍‌ସିର ୩୫ନଂ ୱାର୍ଡରେ ବିଭିନ୍ନ ସ୍ଥାନକୁ ପରୀକ୍ଷାମୂଳକ ଭାବେ ନିଆଯାଇଥିଲା। ତେବେ ଉକ୍ତ ସ୍ଥାନଗୁଡ଼ିକରେ ଏଡ଼ିଶ ମଶା ବଂଶ ପୂର୍ବାପେକ୍ଷା ବୃଦ୍ଧି ପାଇ ନ ଥିବା ଜଣାପଡ଼ିଥିଲା। ମାତ୍ର ଜଗତପୁରରେ ପରିସ୍ଥିତ ସଙ୍ଗିନ ଆଡ଼କୁ ଗତି କରୁଛି। ଆଗକୁ ବର୍ଷାଦିନ ଆସୁଥିବାରୁ ଏ କ୍ଷେତ୍ରରେ ବିଶେଷ ସଚେତନତା ଗ୍ରହଣ କରିବାକୁ ହେବ ବୋଲି ସେ କହିଥିଲେ। ଜଗତପୁର ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ବେଳେ ଇନସେକ୍ଟ କଲେକ୍ଟର ବିଭାଗର ଜଣେ ରାଜ୍ୟସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଚଢାଉରେ ଜୁନିୟର ଏଣ୍ଟାମୋଲୋଜିଷ୍ଟ ରାଜଲକ୍ଷ୍ମୀ, ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବିଜୟ କୁମାର ବେଉରା, ସେଖ ଆସିମ ଉଦ୍ଦିନ, ଇନସେକ୍ଟ କଲେକ୍ଟର ମିହିର ପଟ୍ଟନାୟକ, ବିଷ୍ଣୁ ଚରଣ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା...

ଏଥର କେବଳ ସେବାୟତ ଟାଣିବେ ରଥ

ପୁରୀ ଅଫିସ,୪।୭: ଚଳିତବର୍ଷ ରଥଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ। ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ କର୍ମଚାରୀମାନେ ରଥଟଣାରେ ନିୟୋଜିତ ହେବେ ନାହିଁ। ରଥଯାତ୍ରାରେ ନିୟୋଜିତ...

ବାତ୍ୟାଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବାତ୍ୟା ‘ୟାସ’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ...

ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍‌

କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ...

ଡ. ବିଭୂତି ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଶନିବାର ଲେଖକ, କବି, ସାହିତି୍ୟକ, କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ ଉତ୍ସବ...

ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଶିକ୍ଷା ଗୁରୁ

ଭୁବନେଶ୍ୱର,୪।୬(ବ୍ୟୁରୋ): ଡ. ବିଜୟ କୁମାର ସାହୁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ। ୧୯୬୩ ଜୁନ୍‌ ୧ରେ ଖୋର୍ଦ୍ଧା ଜିଲାରେ ଜନ୍ମଗ୍ରହଣ କରିଥିବା ବିଜୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ...

ନିର୍ବାଚନ କମିଶନଙ୍କୁ ଅବଗତ କଲେ ବିଧାନସଭା ସଚିବ

ଭୁବନେଶ୍ୱର,୧।୨(ବ୍ୟୁରୋ): ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ରବିବାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ମଙ୍ଗଳବାର ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ...

ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶନିବାର ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଭାସ୍କର...

Advertisement
Archives

Model This Week