ଜଉକଣ୍ଢେଇ ବାହାଘର:ମନମୋହିଲା ଚଢ଼େୟା ନାଚ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ଭଜନ ଓ ଲୋକସଙ୍ଗୀତ ପ୍ରତିଯୋଗିତା ସହ ବାଲେଶ୍ୱରର ଲୋକନୃତ୍ୟ ଚଢ଼େୟା ନାଚ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ବାଲେଶ୍ୱର ଗାନ୍ଧୀସ୍ମୃତି ଭବନରେ ଅନୁଷ୍ଠିତ ହେଉଥିବା ୯ମ ଜଉକଣ୍ଢେଇ ବାହାଘର ଉତ୍ସବର ଚତୁର୍ଥ ସନ୍ଧ୍ୟାକୁ ଆଇଟିଆର୍‌ର ଯୁଗ୍ମ ନିର୍ଦ୍ଦେଶକ ନୀଳାଦ୍ରି ରାୟ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନ ଉପଦେଷ୍ଟା କେଶୁ ଦାସ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ଼. ଶିରିଶ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ବରିଷ୍ଠ ଖବରଦାତା ବଳରାମ ପାଢ଼ୀ, ସମ୍ମାନନୀୟ ଅତିଥି ଭାବରେ ଇଂ. ଅଶୋକ କୁମାର ମହାପାତ୍ର, ଯାତ୍ରା କଳାକାର ବାପି ପଣ୍ଡା ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ଉପସଭାପତି ଅଞ୍ଜଳି ପଣ୍ଡା ଯୋଗ ଦେଇଥିଲେ। ଅତିଥିମାନେ ଜଉ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବୁସ୍ତରରେ ପ୍ରୟାସ ହେବା ଦରକାର ବୋଲି କହିଥିଲେ। ଏହି ଅବସରରେ ଉତ୍ସବ କମିଟିର ମୁଖପତ୍ର ‘ଜଇକଣ୍ଢେଇ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସ୍କୁଲ ପିଲାମାନଙ୍କ ମଧ୍ୟରେ ଭଜନ ଓ ଲୋକଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଉଜ୍ଜ୍ୱଳ ଚାନ୍ଦ, କଲ୍ୟାଣୀ ନନ୍ଦ, ପ୍ରମୋଦ କୁମାର ଦାସ ଯୋଗଦେଇଥିଲେ। କୁଳିଗାଁର ଗ୍ରାମ୍ୟ ସଂସ୍କୃତି କଳାକାର ସଂଘ ଦ୍ୱାରା ବାଲେଶ୍ୱରର ଲୋକନୃତ୍ୟ ଚଢ଼େୟା ନାଚ ପରିବେଷଣ ହୋଇଥିଲା। ଦର୍ଶକମାନେ ସମସ୍ତ କାର୍ଯ୍ୟକ୍ରମକୁ ଦେଖି ମୁଗ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri