ଜଉକଣ୍ଢେଇ ବାହାଘର:ମନମୋହିଲା ଚଢ଼େୟା ନାଚ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ଭଜନ ଓ ଲୋକସଙ୍ଗୀତ ପ୍ରତିଯୋଗିତା ସହ ବାଲେଶ୍ୱରର ଲୋକନୃତ୍ୟ ଚଢ଼େୟା ନାଚ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ବାଲେଶ୍ୱର ଗାନ୍ଧୀସ୍ମୃତି ଭବନରେ ଅନୁଷ୍ଠିତ ହେଉଥିବା ୯ମ ଜଉକଣ୍ଢେଇ ବାହାଘର ଉତ୍ସବର ଚତୁର୍ଥ ସନ୍ଧ୍ୟାକୁ ଆଇଟିଆର୍‌ର ଯୁଗ୍ମ ନିର୍ଦ୍ଦେଶକ ନୀଳାଦ୍ରି ରାୟ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନ ଉପଦେଷ୍ଟା କେଶୁ ଦାସ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ଼. ଶିରିଶ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ବରିଷ୍ଠ ଖବରଦାତା ବଳରାମ ପାଢ଼ୀ, ସମ୍ମାନନୀୟ ଅତିଥି ଭାବରେ ଇଂ. ଅଶୋକ କୁମାର ମହାପାତ୍ର, ଯାତ୍ରା କଳାକାର ବାପି ପଣ୍ଡା ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ଉପସଭାପତି ଅଞ୍ଜଳି ପଣ୍ଡା ଯୋଗ ଦେଇଥିଲେ। ଅତିଥିମାନେ ଜଉ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବୁସ୍ତରରେ ପ୍ରୟାସ ହେବା ଦରକାର ବୋଲି କହିଥିଲେ। ଏହି ଅବସରରେ ଉତ୍ସବ କମିଟିର ମୁଖପତ୍ର ‘ଜଇକଣ୍ଢେଇ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସ୍କୁଲ ପିଲାମାନଙ୍କ ମଧ୍ୟରେ ଭଜନ ଓ ଲୋକଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଉଜ୍ଜ୍ୱଳ ଚାନ୍ଦ, କଲ୍ୟାଣୀ ନନ୍ଦ, ପ୍ରମୋଦ କୁମାର ଦାସ ଯୋଗଦେଇଥିଲେ। କୁଳିଗାଁର ଗ୍ରାମ୍ୟ ସଂସ୍କୃତି କଳାକାର ସଂଘ ଦ୍ୱାରା ବାଲେଶ୍ୱରର ଲୋକନୃତ୍ୟ ଚଢ଼େୟା ନାଚ ପରିବେଷଣ ହୋଇଥିଲା। ଦର୍ଶକମାନେ ସମସ୍ତ କାର୍ଯ୍ୟକ୍ରମକୁ ଦେଖି ମୁଗ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି।...

ଖରାଛୁଟିରେ ରୋଜଗାର

ବାଲେଶ୍ୱର ଅଫିସ, ୨୪।୪-ଏବେ ଚାଲିଛି ଖରାଛୁଟି। ଏହି ସମୟରେ ସାଧାରଣତଃ ପିଲାମାନେ ମଉଜମସ୍ତି କରିବାରେ ବ୍ୟସ୍ତ ରହିଥାନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର...

ବାଲେଶ୍ୱରରୁ ୬ଜଣ କରିବେ ପ୍ଲାଜମା ଦାନ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରୁ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ୬ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକରେ ପାନ୍ଥନିବାସରେ ପହଞ୍ଚତ୍ଛନ୍ତି।...

ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ/ସିମୁଳିଆ,୩ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଦଧିବାମନପୁର ଗ୍ରାମରେ ବାସିଖାଦ୍ୟ ଖାଇ ୬ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ୫...

କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ର ସ୍ଥାନ ପରିଦର୍ଶନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦ୍ରୀୟ ବିଦ୍ୟାଳୟର ଏକ ଟିମ୍‌ କେନ୍ଦୁଝର ଜିଲା ଆନନ୍ଦପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ଟିମ୍‌ରେ କଟକ କେନ୍ଦ୍ରୀୟ...

ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ...

ଅଗ୍ନିକାଣ୍ଡ: ୬ ଗୋରୁ ଜୀବନ୍ତ ଦଗ୍ଧ

ଧାମନଗର, ୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦେଉଳଡ଼ିହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବୈଷ୍ଣବ ଜେନାଙ୍କ ଗୁହାଳ ସଂପୂଣ୍ଣ ଜଳିଯାଇଛି। ଗୁହାଳରେ...

ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ...

Advertisement
Archives

Model This Week