Posted inଖେଳ

ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍‌ଙ୍କ ପରାମର୍ଶ

ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍‌. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ ଓ ତାଙ୍କୁ ଆଦର୍ଶ ମାନିବାକୁ ସେ ଯୁବ ଫୁଟବଲରମାନଙ୍କୁ ପରାମର୍ଶ ଦେଇଛନ୍ତି।
ଗତ ମାସ ବିଜୟନ୍‌ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଦୀର୍ଘଦିନ ଧରି ନିରବଚ୍ଛିନ୍ନ ଭାବେ ଖେଳ ଜାରି ରଖିଥିବାରୁ ସେ ଛେତ୍ରୀଙ୍କୁ ତାରିଫ୍‌ କରିଛନ୍ତି। ଏଥିରୁ ଯୁବ ଖେଳାଳିମାନେ ବହୁତ କିଛି ଶିକ୍ଷା କରିପାରିବେ ବୋଲି ଛେତ୍ରୀଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲାଇଭ୍‌ ଚାଟ୍‌ରେ ଅଂଶଗ୍ରହଣ କରିବା ଅବସରରେ ସେ ଏହି କଥା କହିଛନ୍ତି। ତୁମର ମ୍ୟାଚ୍‌ଗୁଡିକୁ ନିୟମିତ ଭାବେ ଦେଖିଥାଏ। ନିଜ କ୍ଲବ ଓ ଦେଶ ପାଇଁ ଯେଉଁଭଳି ଉତ୍ସର୍ଗୀକୃତ ମନୋଭାବ ନେଇ ଖେଳୁଛ, ତାହା ବାସ୍ତବରେ ଶିକ୍ଷଣୀୟ ବୋଲି ଛେତ୍ରୀଙ୍କୁ ସମ୍ବୋଧନ କରି ବିଜୟନ କହିଛନ୍ତି। ଭାରତ ପାଇଁ ଯେତେ ସଂଖ୍ୟାରେ ମ୍ୟାଚ୍‌ ଖେଳିଛ ଓ ଗୋଲ ସ୍କୋର କରିଛ, ତାହା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ତେଣୁ ଅବଦୁଲ ସମାଦ ଓ ଆଶିକ କୁରୁନିୟାନଙ୍କ ଭଳି ଯୁବ ତଥା ଆଗାମୀ ପିଢିର ଫୁଟବଲର ଛେତ୍ରୀଙ୍କୁ ଆଦର୍ଶ ଓ ଉଦାହରଣ ରୂପେ ବିବେଚନା କରନ୍ତୁ ବୋଲି ପରାମର୍ଶ ଦେଇଛି। ଉଲ୍ଲେଖଥାଉ କି, ଛେତ୍ରୀ ଭାରତ ପାଇଁ ସର୍ବାଧିକ ୧୦୮ଟି ମ୍ୟାଚ୍‌ ଖେଳି ରେକର୍ଡ କରିଛନ୍ତି ଓ ୭୨ଟି ଗୋଲ ଦେଇ ଅନ୍ତର୍ଜାତୀୟସ୍ତରରେ ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ତେବେ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ୯୯ଟି ଗୋଲ ଦେଇ ଶୀର୍ଷ ରହିଥିବା ବେଳେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ୭୦ଟି ଗୋଲ ଦେଇ ତୃତୀୟ ସ୍ଥାନରେ ରହିଛନ୍ତି। ଛେତ୍ରୀ ଏବେ ରୋନାଲ୍ଡୋ ଓ ମେସିଙ୍କ ମଝିରେ ରହିଛନ୍ତି। ବିଜୟନ ମଧ୍ୟ ଭାରତର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ବିବେଚିତ ହୋଇଥାନ୍ତି। ସଫଳତାରେ ଅତ୍ୟଧିକ ଉତ୍ସାହିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଛେତ୍ରୀ ମଧ୍ୟ ବିଜୟନଙ୍କୁ ପ୍ରଶଂସା କରିଛନ୍ତି। ପୂର୍ବତନ ଅଧିନାୟକ ବିଜୟନ ଭାରତ ପାଇଁ ୭୯ଟି ମ୍ୟାଚ୍‌ ୧୯୯୨ରୁ ୨୦୦୩ ମଧ୍ୟରେ ଖେଳିଛନ୍ତି। ବିଜୟନ ଜଣେ ଅସାଧାରଣ ତଥା ଉଚ୍ଚକୋଟୀର ଫୁଟବଲର ବୋଲି ଛେତ୍ରୀ ଏହି ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri