ଛୁଟି ସରିଲା, ମରାମତି ହେଲାନି ସ୍କୁଲ : ଛାତ୍ରାବାସ ଶୟନ କକ୍ଷରେ ପାଠପଢ଼ା

ବଇଣ୍ଡା, ୪।୭- ଜୁନ ୬ ତାରିଖ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାପୀଠ। ସ୍କୁଲର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ ପବନରେ ଉଡିଯିବା ସହ ଭାଙ୍ଗି ରୁଜି ଯାଇଥିଲା। ଇତି ମଧ୍ୟରେ ଖରାଛୁଟି ସରି ସ୍କୁଲ ଆରମ୍ଭ ହୋଇଗଲାଣି। ହେଲେ ଏ ପର୍ଯ୍ୟନ୍ତ ବିଦ୍ୟାଳୟ ମରାମତି କରାଯାଇ ନ ଥିବାରୁ ସେଠାରେ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ। ଫଳରେ ବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ବାଳକ ଛାତ୍ରାବାସରେ ଚାଲିଛି ପାଠପଢା। ଛାତ୍ରାବାସର ଶୟନ କକ୍ଷରେ ନବମ ଓ ଦଶମ ଶ୍ରେଣୀର ୨୨୩ ଛାତ୍ରୀଛାତ୍ର ବହୁ ଅସୁବିଧାରେ ବସି ପଢୁଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୧୯୮୯ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେହି ସମୟରେ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟରେ ଟାଇଲ ଛପର କରାଯାଇଥିଲା। ଏହାପରେ ଟାଇଲ ବଦଳାଇ ଶ୍ରେଣୀଗୃହରେ ଛାତ ପକାଇବା ପାଇଁ ଦାବି ହୋଇଥିଲା। ୨୦୧୭-୧୮ରେ ଆଠମଲ୍ଲିକର ତତ୍‌କାଳୀନ ବିଧାୟକ ସଞ୍ଜୀବ ସାହୁଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ଛାତ ଘର ପରିବର୍ତ୍ତେ ଟାଇଲ ଉଠାଇ ଆଜବେଷ୍ଟସ ପକାଯାଇଥିଲା। ଏହି କାମରେ ପୁରୁଣା ସାମଗ୍ରୀର ବ୍ୟବହାର ସହ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ ୨୧ରେ ଖରାଛୁଟି ସରିବା ପରେ ଶିକ୍ଷାଦାନ ଆରମ୍ଭ ହୋଇଛି। ହେଲେ ଛାତ୍ରୀଛାତ୍ରମାନେ ଛାତ୍ରାବାସରେ ପାଠ ପଢୁଛନ୍ତି। ପିଲାମାନେ ଦିନରେ ଛାତ୍ରବାସରେ ପଢି ରାତିରେ ସେଠାରେ ଶୋଉଛନ୍ତି। ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ବିଧାୟକ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପେଡ଼ିପଥର ଗ୍ରାମବାସୀ ଦାବି କରିଛନ୍ତି। ଛାତ୍ରୀ କାଦମ୍ବିନୀ ସ୍ବାଇଁ, ଶୁଚିସ୍ମିତା ସାହୁ, ଛାତ୍ର ଶାଶ୍ୱତ ସାହୁ, ଉତ୍ତମ ପ୍ରଧାନ ପ୍ରମୁଖ କହିଛନ୍ତି, ୧୨ଦିନ ହେବ ଠିକ୍‌ ଭାବେ ପଢା ଯାଇପାରୁନାହିଁ। ଗରମ, ଗୁଳୁଗୁଳିରେ ଏତେ ସଂଖ୍ୟାରେ ଛାତ୍ରୀଛାତ୍ର ସେଠାରେ ପାଠ ପଢିବା କଷ୍ଟକର ହେଉଛି।
ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ କହିଛନ୍ତି, ଛପର ଉଡ଼ିଯାଇଥିବା ଯୋଗୁ ସ୍କୁଲରେ ପାଠପଢାରେ ବହୁ ଅସୁବିଧା ସୃଷ୍ଟି ହେଉଛି। ଶ୍ରେଣୀଗୃହ ମରାମତି ପାଇଁ ଆଠମଲ୍ଲିକ ବିଡିଓ, ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶ୍ରେଣୀଗୃହ ମରାମତି ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଏଲ୍‌ .ମାରାଣ୍ଡିଙ୍କୁ ପଚାରିବାରେ ନିମ୍ନମାନର କାର୍ଯ୍ୟ ହୋଇନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ଏ ନେଇ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କୁହନ୍ତି, ମରାମତିର କିଛି ମାସ ପରେ ଆଜବେଷ୍ଟସ ଉଡିଯାଇଛି। ବ୍ଲକ ପ୍ରଶାସନଠାରେ ଅଭିଯୋଗ ହେବା ପରେ ବ୍ଲକ ପକ୍ଷରୁ ମରାମତି ପାଇଁ ବ୍ୟୟ ଅଟକଳ କରାଯାଇଛି। ଖୁବଶୀଘ୍ର ଏହି ବିଦ୍ୟାଳୟ ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri