ଛୁଆକୁ ଧରି ଭଂଗା ଘରେ ରହୁଛନ୍‌ ଫୁଲତୁଲି

ଲାଠୋର, ୨୦ା୮(ଡି.ଏନ୍‌.ଏ.):
ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ନିଅଁାସି ଗରିବ୍‌ ଦୁଖିକୁ ପକାଘର ଯୁଗେଇ ଦେଉଛନ୍‌। ହେଲେ ସର୍ଭେରେ ଭୁଲଭଟକା, ତଦାରଖ ଅଭାବୁ ଅନେକ ହକ୍‌ଦାର ଗରିବ୍‌ ହିତାଧିକାରୀ ସରକାରକଁର ଇ ମହତ୍‌ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ଗୁଦାମପଡ଼ାରେ।
ସୂଚନା ଅନ୍‌ସାରେ ଗୁଦାମପଡ଼ାର ବିଧବା ମହିଲା ଫୁଲତୁଲି ସୁନା(୨୬)। ପରିବାର କହେଲେ ପୁଓ ପ୍ରିତମ(୫) ଆର ଝି’ ପ୍ରୀତି(୩)କେ ନେଇ ତାକର ସଁସାର। ଆପ୍‌ନେ ହେମସାଗର ସୁନା ୨୦୧୮ରେ ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ ଖପର ଘରେ ରହୁଛନ୍‌। ହେମସାଗର ଦାଦନ୍‌ ଖଟି କୁଟୁମ ପୁଷୁଥିଲେ। ୨୦୧୮ରେ ହେମସାଗର ଗୁଟୁମବସିଆ ଆନ୍ଧ୍ରପ୍ରଦେଶର କାରିମନଗରକେ ଦାଦନ୍‌ ଖଟି ଯାଇଥିଲେ। ସେଠାନେ ସେ ଟ୍ରାକ୍ଟର ଡ୍ରାଇଭର ହିସାବେ କାମ୍‌ କରୁଥିଲେ। ସେ ଯାହା କମଉଥିଲେ ସେଥ୍‌ରେ ପରିବାରଟା ଦୁଖେସୁଖେ ଚଲି ଯାଉଥିଲେ। ହେଲେ ଦିନେ ତାକର ବେଟ୍‌ ବଥାବାର ସଂଗେ ଜର ଆର ଝାଡ଼ା ହେଇଥିଲା। ଏନ୍‌ତାଥି ମାଏକିନା ଫୁଲତୁଲି ମାଲିକ୍‌ ସଂଗେ ଯୋଗାଯୋଗ କରି ହେମସାଗରକୁଁ ଚିକିଛା ଲାଗି ଡାକ୍‌ତରଖାନା ନେଇଥିଲେ। ସେଠାନେ ଚିକିଛା ଆରମ୍‌ ହେଲା ଉତାରୁ ତାକର ଝାଡ଼ା ପରିସ୍ରା ବଁଦ୍‌ ହେଇ ପେଟ୍‌ ଫୁଲି ଯାଇଥିଲା ଆର ଫେବୃୟାରୀ ୨, ୨୦୧୮ରେ ତାକର ମୁର୍‌ତୁ ହେଇଥିଲା। ଏନ୍‌ତାଥି ମାଲିକ ଶବ୍‌ ସଂଗେ ପରିବାର ଲୁକ୍‌କୁ ନିଜର ଗଁା ଲାଠୋରକେ ପଠେଇ ଦେଇଥିଲେ। ହେମସାଗରକଁର ହଠାତ୍‌ ମୁର୍‌ତୁରେ ପରିବାରଟା ବେସାହାରା ହେଇଗଲେ। ସରକାରୀ ସାହାଯ୍‌ କହେଲେ ଫୁଲତୁଲି ପାଉଥିବାର ୫ଶହ ଟଁକା ବିଧବା ଭତା ଆର ୫ କେ.ଜି. ଚାଉଲ ସାହାଭରସା। ହେଲେ ତିନ୍‌ ଝନିଅଁା କୁଟୁମ୍‌କେ ଇ ସରକାରୀ ସାହାଯ୍‌ ନିଅଁଟ୍‌ ହେଉଛେ। ଇଆଡ଼େ ତିନ୍‌ହିଁ ମାଇପିଲା ଆଶ୍‌ରେ ନେଇଥିବାର ଘରର ଆଗ୍‌ଫାଲ ଆର ପଛ୍‌ ଫାଲର କଁାଥି ଝରି ବରଷାରେ ଭାଂଗି ଯାଇଛେ। କେତେ ବେଲେ ଇ ଘରଟା ମାଟିରେ ମିଶିଯିବା କିଛି କହି ନାଇଁ ହେବାର। ଏନ୍‌ତା ଅବସ୍‌ତାରେ ବି ତିନ୍‌ହିଁ ମାଇପିଲା ଉପେ ଶୂଇନ୍‌ ହେଇ ଜୀବନ୍‌କେ ପାଏନ୍‌ ଛଡ଼େଇ ଇ ଭଂଗା ଦଦ୍‌ରା ଘରେ ରହୁଛନ୍‌। ଇଆଡ଼େ ପରିବାର କେନ୍‌ଥେଇ ଚଲବା, ଦୁଇ ଛୁଆକର ଭବିଷତ୍‌ କେନ୍‌ଥେଇ ଗଢ଼ବେ, ଘର ବଖ୍‌ରେ କେନ୍‌ଥେଇ ତିଆରବେ ସେ ଚିନ୍‌ତାରେ ଫୁଲତୁଲି ହରମେଶା ଘାରି ହେଉଛନ୍‌। ଇ ଦୁଖି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ନିୟମ ହିସାବେ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri