ଛିଣ୍ଡା ପଲିଥିନ ତଳେ ଜୀବନ

ଭୋଗରାଇ, ୨୯।୯(ଡି.ଏନ.ଏ.)-ଦାରିଦ୍ର ସୀମାରେଖା ତଳେ ଥିବା ଗରିବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ପକ୍କାଗୃହ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ହେଲେ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳା ଯୋଗୁ ଗରିବ ଲୋକେ ଏହି ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାରବାଟିଆ ଗ୍ରାମ ୧ ନମ୍ବର ୱାର୍ଡ଼ର ସୁଧାଂଶୁ କାମିଳା (୫୫) ଏଭଳି ଅବହେଳାର ଶିକାର ହୋଇଛନ୍ତି। ସୁଧାଂଶୁ ଜଣେ ଗରିବ ଚାଷୀ ହୋଇଥିବା ବେଳେ ସ୍ତ୍ରୀ ରେବତୀ ରୋଗିଣା। ଦୁଇପୁଅ କାତ୍ତିର୍ର୍କ ଓ ଗଣେଶ। ଜମିବାଡ଼ି ନ ଥିବାରୁ ପରିବାର ଚଳାଇବା ପାଇଁ ବାପ ଓ ପୁଅଙ୍କୁ ସଂଘର୍ଷ କରିବାକୁ ପଡୁଛି। ୫ବର୍ଷ ହେଲା ତାଙ୍କର ନଡ଼ାଛପର ଘର ଭାଙ୍ଗିଯାଇଛି। ବହୁ କଷ୍ଟରେ ସେମାନେ ଘର ଉପରେ ପଲିଥିନ ପକାଇ କଷ୍ଟେମଷ୍ଟେ ୪ ପ୍ରାଣୀ ରହୁଛନ୍ତି। ଚଳିତବର୍ଷ ଝଡ଼ବର୍ଷାରେ ପଲିଥିନ୍‌ ଚିରିଯାଇ ପାଣି ଗଳୁଛି। ବର୍ଷା ଓ ଘଡ଼ ଘଡ଼ି ସମୟରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସୁଧାଂଶୁ ଏବଂ ତାଙ୍କ ପୁଅ କାର୍ତ୍ତିକ ପର ଘରେ ମୂଲ ଲାଗି ଯାହା ରୋଜଗାର କରନ୍ତି ତାହା ରେବତୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ। ସୀମିତ ଅର୍ଥରେ ଦିନକୁ ଦୁଇ ଓଳି ପେଟପୂରା ଖାଇବାକୁ କଷ୍ଟକର ହୋଇପଡୁଥିବା ବେଳେ ଘର ସଜାଡ଼ିବା ସେମାନଙ୍କ ପାଇଁ ସ୍ବପ୍ନ। ସରକାରୀ ଗୃହ ଯୋଗାଇ ଦେବା ପାଇଁ ଏହି ପରିବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ, ସରପଞ୍ଚ, ବିଡ଼ିଓଙ୍କୁ ନିବେଦନ କରିଛନ୍ତି। ପ୍ରତିଶ୍ରୁତି ମଧ୍ୟ ମିଳିଛି। ହେଲେ ସରକାରଙ୍କ ଏହି ଯୋଜନା ସାତସପନ ପରି ଲାଗୁଛି ବୋଲି କୁହନ୍ତି ସୁଧାଂଶୁ। ତଥାପି ଆଶାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ

ରୂପସା, ୨୩।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଇଡ଼ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଫାର୍ମାସିଷ୍ଟଙ୍କ ଆକ୍ରମଣରେ କରୋନା...

ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା: ଜେଲ ଗଲେ ମହିଳାଙ୍କ ସମେତ ୩ ଅଭିଯୁକ୍ତ

ଭଦ୍ରକ ଅଫିସ,୨।୧- ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗତ ବୁଧବାର ଭୋର ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ସତ୍ୟବ୍ରତ ଶିଅଳ(୨୫)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର...

ଜେଟିକୁ ଫେରୁଛି ବୋଟ୍‌

ବାଲେଶ୍ୱର ଅଫିସ, ୨୧।୧୦: ବନ୍ୟା ହେଉ କି ବାତ୍ୟା, ଏହାର ମୁକାବିଲା ପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ...

ଦୁଇ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ: ଜଣେ ଗିରଫ

ପଦ୍ମପୁର,୬।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମରା ବନ୍ଦରରୁ କୋଇଲା ପରିବହନ ହେଉଥିବା ବେଳେ ବ୍ୟାପକ ଚୋରା ଚାଲାଣ ହୋଇଛି। ଗୁରୁବାର ସକାଳୁ ତିହିଡି ଅଞ୍ଚଚଳର ଏକ ପିକ୍‌ଅପ୍‌...

ତୀର୍ଥଯାତ୍ରାରେ ଗଲେ ୯୭୦ ବରିଷ୍ଠ ନାଗରିକ

ବାଲେଶ୍ୱର ଅଫିସ, ୨୧।୨:‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୩’ ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲାରୁ ୯୭୦ ତୀର୍ଥଯାତ୍ରୀ ଓ ୩୦ ଏସ୍କର୍ଟ...

ସାନ ମାଛକାନ୍ଦଣା ଡ୍ୟାମ୍‌ରେ କମୁଛି ଜଳସ୍ତର: ପୁରୁଣା ସହରରେ ପାଣି ପାଇଁ ହାହାକାର

କେନ୍ଦୁଝର,୧୪ା୬(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ଦୀର୍ଘଦିନ ହେଲା ଜଳ ସଙ୍କଟ ସମସ୍ୟା ଲାଗି ରହିଛି ା ପାଇପ ଦ୍ୱାରା ଜଳ ଯୋଗାଣ ହୋଇପାରୁ ନାହିଁ ା ଲୋକେ...

ଆରମ୍ଭ ହେଲା ଘାଘରା ସେତୁ ନିର୍ମାଣ

ସଜନାଗଡ,୧୩|୧୨(ଡି.ଏନ.ଏ.) ବାଲେଶ୍ୱର ଜିଲା ସେରଗଡ଼, ଭାୟା-ନୀଳଗିରି, ଉଦଳା, ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ଦେଇ ଯାଇଥିବା ଘାଘରା ନଦୀ ଉପରେ ସେତୁ...

Advertisement
Archives

Model This Week