ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ଏଆଇଏସଏଫ୍‌ ବିକ୍ଷୋଭ କଲେଜ ସମ୍ମୁଖରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଲିକା ଦାହ

ଜୁନାଗଡ,୨୯।୮(ଡି.ଏନ.ଏ.) ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପ୍ରତିବାଦରେ ଅଖିଳ ଭାରତୀୟ ଛାତ୍ର ସଂସଦ (ଏଆଇଏସଏଫ୍‌) ପକ୍ଷରୁ ବୁଧବାର କଳାହାଣ୍ଡି ଜିଲା ଜୁନାଗଡ ସହର ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ କଲେଜ ସମ୍ମୁଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶ ପୁତ୍ତଲିକା ଦାହ କରାଯାଇଛି। ପ୍ରକାଶ ଯେ, ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଛାତ୍ର ବିରୋଧି ଅଟେ। ରାଜ୍ୟ ସରକାର ଗତ କିଛିବର୍ଷ ଧରି ହିଂସା ଓ ବୃହତ୍ତର ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଆସୁଛନ୍ତି। ଯେଉଁ ଛାତ୍ର ସଂସଦ ନିର୍ବାଚନ ବିଟ୍ରିସ ଅମଳରେ ଅନେକ ତ୍ୟାଗ, ସଂଘର୍ଷ ରକ୍ତର ଜଳାଞ୍ଜଳୀ ଓ ବଳିଦାନ ଫଳରେ ଭାରତ ବର୍ଷର ଭବିଷ୍ୟତ ପିଲାମାନଙ୍କୁ ଗଣତାନ୍ତ୍ରିକ ଧାରାରେ ପରିଚିତ କରିବା ପାଇଁ ଏଆଇ ଏସଏଫ୍‌ ନେତୃତ୍ୱରେ ଲଢେଇ କରି ଛାତ୍ର ସମାଜ ହାସଲ କରିଥିଲେ ତାକୁ ସରକାର ଭୁଲୁଣ୍ଠିତ କରିଛନ୍ତି। ଏପରିକି ଛାତ୍ର ରାଜନିତୀରୁ ମନ୍ତ୍ରୀ ହୋଇଥିବା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ନିଜେ ନିର୍ବାଚନ ବାତିଲ ପାଇଁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ଜନକ ଅଟେ। ଯେଉଁ ହିଂସାର ଆଳ ଦେଖାଇ ନିର୍ବାଚନ ବାତିଲ କରାଯାଇଛି ସେହି ହିଂସାକୁ ଦୀର୍ଘ ବର୍ଷ ଧରି ସରକାରଙ୍କ ଗୃହ ବିଭାଗ ରୋକିବାରେ ବିଫଳ ହୋଇଛି ବୋଲି ସେମାନେ ବିଷେଦଗାର କରିଥିଲେ। କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଏଭଳି ଛାତ୍ର ବିରୋଧି ନିଷ୍ପତ୍ତିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟହାର ନ କଲେ ଆଗାମୀ ଦିନରେ ସରକାର ଛାତ୍ର ଆନ୍ଦୋଳନର ସମ୍ମୁଖୀନ ହେବେ ବୋଲି ଏଆଇଏସଏଫ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଏଆଇଏସଏଫ୍‌ର ଜିଲା ସଭାପତି ଜଗଦୀଶ ଦୁର୍ଗା, ଆବାହିକା ଝିଲି ବାଗ, ଜିଲା ପରିଷଦ ସଭ୍ୟ ରାଜାରାମ ଡଙ୍ଗରୀ, ନୀଳକଣ୍ଠ ନାଏକ, ଉପେନ୍ଦ୍ର କୁମାର, ପ୍ରଦ୍ୟୁମ୍ନ ସୁନାନୀ, ଜ୍ୟୋତି ପାନ, ପ୍ରହ୍ଲାଦ ମଙ୍ଗରାଜ, ମିଲି ବାଗ, ମସ୍ତକ ସୁନାନୀ, ଯମୁନା ବାଗ, ସୀମାଞ୍ଚଳ ସୁନାନୀ, ତୁଳସା ନାଗ, କୈଳାସ ବାଗ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଦିନରେ ୧,୬୧୧ ନାମାଙ୍କନ

ଢେଙ୍କାନାଳ ଅଫିସ, ୨୧।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ଦାଖଲର ୪ର୍ଥ ଦିନ ଗୁରୁବାର ଢେଙ୍କାନାଳ ଜିଲାର ୧,୬୧୧ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି।...

ଗଞ୍ଜେଇ ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ମାଲକାନଗିରି,୨୦।୧:(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ଗାଡ଼ି ଦୁର୍ଘଟଣା ଘଟି ସେଥିରେ ନିଆଁ ଲାଗିଯାଇଛି। ଖବରପାଇ...

ଗରିବଙ୍କୁ ରାଶନ ଦେବାକୁ ବିଧାୟକଙ୍କ ଦାବି

କଟକ ଅଫିସ୍‌,୧୮ା୪: କଟକ ମହାନଗର ନିଗମ ଅଞ୍ଚଳରେ ଅନେକ ଗରିବ ଖଟିଖିଆ, ଦିନମଜୁରିଆ, ଶ୍ରମିକ ମୂଲିଆ ରହିଛନ୍ତି, ଯେଉଁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ...

ଧୋଇଗଲା ଆପ୍ରୋଚ ରୋଡ୍‌, ଯୋଗାଯୋଗ ବିଚ୍ଛିନ୍ନ

ଜୁନାଗଡ଼,୧୨ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି  ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ...

ଆର୍‌ଏଓ୍ବାଇ ଘର ପ୍ରଦାନ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୨।୮: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୪ ନଂ ଓ୍ବାର୍ଡ ଅନ୍ତର୍ଗତ ପିଚିପିଚା ନଗରର ପ୍ରାୟ ୪୦ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ପ୍ରଦାନ...

ଦୁର୍ଦ୍ଦିନରେ ବାଉଁଶ କାରିଗର

ଫୁଲବାଣୀ ଅଫିସ, ୬ା୩- ଜେଜେ ବାପାଙ୍କ ସମୟରୁ କାମ କରି ଆସୁଛୁ। ଆଉ ବୟସ ନାହିଁ ମୂଳ ପେସାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟ କରିବୁ।...

ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ

ଯୋଡା, ୨୭।୬(ଡି.ଏନ୍‌.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ...

ପେଟ୍ରୋଲ ଢାଳି ପୋଡ଼ିବା ଘଟଣା, ଆହତ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୯।୩(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇର ସନ୍ତୋଷ ନାୟକ (୨୫)ଙ୍କୁ ତାଙ୍କର ୨ ସାଙ୍ଗ କୌଣସି କାରଣକୁ ନେଇ ଗତ ଜାନୁୟାରୀ ୨୫ ତାରିଖରେ ପେଟ୍ରୋଲ ଢାଳି ପୋଡ଼ି...

Advertisement
Archives

Model This Week