ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। ଘଟଣାର ୩ଦିନ ପରେ ରବିବାର ଅନୁଗୋଳରେ ଖବରଦାତା ସମ୍ମିଳନୀ କରି ମୁହଁ ଖୋଲିଛନ୍ତି କନ୍ୟାଶ୍ରମ ଅଧ୍ୟକ୍ଷା ସ୍ମିତାରାଣୀ ପଟ୍ଟନାୟକ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ଏବଂ ଛାତ୍ରୀମାନେ କନ୍ୟାଶ୍ରମ ଛାଡ଼ିବା ପଛରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ହାତ ଥିବା କଥା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଡିସିପିଓ ଗୌରୀଶଙ୍କର ବେହେରା ମଧ୍ୟ ଅଧ୍ୟକ୍ଷାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସତ ପଦାକୁ ଆସିବା ପରେ ଅଧ୍ୟକ୍ଷା ବାଚାଳ ହେଉଛନ୍ତି। ନିଜକୁ ବଞ୍ଚାଇବାକୁ ସେ ଏପରି ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ଡିସିପିଓ।
ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷା କହିଛନ୍ତି, କନ୍ୟାଶ୍ରମରେ ରୋଷେଇ ଲାଗି ଗ୍ୟାସ, କାଠ ବଜାରରୁ କିଣାଯାଉଛି। ଅନ୍ତେବାସୀଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଉନାହିଁ। ୨ ଛାତ୍ରୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଦୁଇ ଭଉଣୀଙ୍କୁ ସେମାନଙ୍କ ପିଉସୀ ଘର କାମରେ ନିୟୋଜିତ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ଠାକୁରଗଡ଼ ସଦାନନ୍ଦପୁର ଅଞ୍ଚଳର ୧୫ ଛାତ୍ରୀ କନ୍ୟାଶ୍ରମରୁ ଛାଡ଼ିବା ପଛରେ ଡିସିପିଓଙ୍କ ହାତ ରହିଛି। ଶିଶୁ ଯତ୍ନ ଅନୁଷ୍ଠାନ ୨୦୧୪ରେ ଜେ.ଜେ. ଆକ୍ଟ ଅନୁସାରେ ପଞ୍ଜୀକରଣ କରାଯାଇଛି। ଜିଲାପାଳଙ୍କ ସ୍ବୀକୃତିକ୍ରମେ ଶୃଙ୍ଖଳିତ ଭାବେ ଚାଲୁଛି। ୨୦୨୨ ଯାଏ ପୁନଃ ସ୍ବୀକୃତି ଲାଭ କରିଛି। ଏଠାକୁ ସରକାରୀ ଅନୁଦାନ ଆସୁନାହିଁ। ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଚାଲିଛି। ସିଡବ୍ଲ୍ୟୁସି, ପୋଲିସ ପ୍ରଶାସନ ନିୟମିତ ତଦାରଖ କରୁଛନ୍ତି। ଅନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିଦେବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଧମକ ଦେଉଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ ସମୟରେ ଜିଲାପାଳଙ୍କ ପ୍ରଶ୍ନର ଉତ୍ତରରେ କ୍ଷୀରୋଦବାସିନୀ ଓଆଇଏ (ଗ୍ରାଣ୍ଟ) ସମ୍ପର୍କରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି। ଶିଶୁ ନିର୍ଯାତନା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।
ଏ ନେଇ ଡିସିପିଓ କହିଛନ୍ତି, ସେ କୌଣସି ପିଲାଙ୍କ ଘରକୁ ଯାଇ ପ୍ରବର୍ତ୍ତାଇନାହାନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା ଜେ.ଜେ ନିୟମକୁ ଅନୁସରଣ କରିଛନ୍ତି। କନ୍ୟାଶ୍ରମ ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ। ନିଜର ଦୁର୍ବଳତା ଧରାପଡ଼ିବା ଭୟରେ ଅଧ୍ୟକ୍ଷା ଏଭଳି କହୁଛନ୍ତି। କନ୍ୟାଶ୍ରମ ଛାଡ଼ିଥିବା ଅନ୍ତେବାସୀଙ୍କ ଅଭିଯୋଗକୁ ଆଧାର କରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଚାଲୁଛି। ଏହାର ରିପୋର୍ଟ ସୋମବାର ଜିଲାପାଳଙ୍କୁ ପ୍ରଦାନ କରାଯିବ। ଏହାପରେ ଜିଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri