Posted inଜାତୀୟ

ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢ଼ାଇଲେ ଥମିବ ବଳାତ୍କାର: ମହାରାଷ୍ଟ୍ର ରାଜ୍ୟପାଳ

ନାଗପୁର,୨୦।୧୨: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇଲେ ବଳାତ୍କାର ଥମିଯିବ ବୋଲି ସେ କହିଛନ୍ତି। ନାଗପୁର ବିଶ୍ୱବିଦ୍ୟାଳୟରେ ଜମନଲାଲ ବଜାଜ ପ୍ରଶାସନିକ ଭବନ ଉଦ୍‌ଘାଟନ ଅବସରରେ ସେ ଏହା କହିଛନ୍ତି। ଦେଶରେ ପ୍ରତିଦିନ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଯଦି ପିଲାମାନେ ସଂସ୍କୃତ ଶ୍ଳୋକ ପଢିବେ ତେବେ ଏଭଳି ଘଟଣାକୁ ରୋକାଯାଇ ପାରିବ। ଏହି ଅବସରରେ ରାଜ୍ୟପାଳ ଭଲ ଏବଂ ମନ୍ଦ ମଧ୍ୟରେ ପାର୍ଥକ୍ୟ ବୁଝାଇଥିଲେ। ଦିନଥିଲା ଘରେ କନ୍ୟା ପୂଜା କରାଯାଉଥିଲା। କିନ୍ତୁ ଏବେ ବଳାତ୍କାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜିକାଲି ଜ୍ଞାନ, ଶକ୍ତି ଏବଂ ଟଙ୍କାର ଦୁରୁପଯୋଗ କରାଯାଉଛି। ଶକ୍ତି ଏବଂ ସାମର୍ଥ୍ୟର ସଦୁପଯୋଗ କରାଯିବା ଉଚିତ୍‌। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇବା ନିହାତି ଆବଶ୍ୟକ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ...

ଭାଜପା ମୁସଲମାନ ବିରୋଧୀ: ଓଓ୍ବାଇସି

ନୂଆଦିଲ୍ଲୀ,୨୭।୧୧: ହିଂସା ଅପରାଧୀଙ୍କୁ ୨୦୦୨ରେ ଭାଜପା ଶିକ୍ଷା ଦେଇଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ଶାହା...

ରାଜନୀତିକୁ ଆସନ୍ତୁ ରଜନୀକାନ୍ତ

ଚେନ୍ନାଇ,୧୦ ।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ରଜନୀକାନ୍ତଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ରଜନୀକାନ୍ତ ରାଜନୀତିକୁ ଆସନ୍ତୁ । ଏହି ଦାବିରେ ସମର୍ଥକମାନେ...

ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା

ଗୁଆହାଟୀ,୪।୬: ଆସାମରେ କୋଭିଡ୍‌ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ...

ଆର୍‌ଜେଡିର ରୌପ୍ୟ ଜୟନ୍ତି ସମାରୋହରେ ଉଦ୍‌ବୋଧନ ଦେବେ ଲାଲୁ

ନୂଆଦିଲ୍ଲୀ,୪ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ତା’ର ରୌପ୍ୟ ଜୟନ୍ତି ପାଳନ କରୁଛି । କିଛି ବର୍ଷ ପରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ...

କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ...

ସୁପ୍ରିମକୋର୍ଟରେ ‘ଅଗ୍ନିପଥ’

ନୂଆଦିଲ୍ଲୀ,୨୨ା୬: ସେନାରେ ଠିକା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଥମିବାର ନାଁ ଧରୁନି। ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ...

Advertisement
Archives

Model This Week