ଛାତ୍ରୀଙ୍କୁ ଅସଦାଚରଣ ନେଇ ଉତ୍ତେଜନା: ଚାନ୍ଦପୁର ମହିଳା କଲେଜ ଅଶାନ୍ତ, ଫାଟକ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ରଣପୁର,୨୭ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ମହାବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କ ମାମୁ ଏ ନେଇ ରାଜ୍ୟ ବାଳିକା ସୁରକ୍ଷା ସମିତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସ୍‌ଇ) ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କଠାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଉକ୍ତ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗତ ୨୨ ତାରିଖରେ ତାଙ୍କ ଭାଣିଜୀଙ୍କୁ କ୍ଲାସ୍‌ରୁମ୍‌ ଭିତରେ ମାନସିକ ନିର୍ଯାତନା ଦେଇଥିଲେ। ସେହିଦିନଠାରୁ ୪ଦିନ ହେଲା ତାଙ୍କ ଭାଣିଜୀ ଗୁମସୁମ୍‌ ହୋଇ ରହୁଛନ୍ତି। ବିଭିନ୍ନ ସମୟରେ ଉକ୍ତ ଅଧ୍ୟାପକ ଜଣକ ଛାତ୍ରୀମାନଙ୍କୁ ଅଶ୍ଲୀଳ ବ୍ୟବହାର ମଧ୍ୟ କରନ୍ତି। ଘଟଣାକୁ ନେଇ କଲେଜରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।
କିଛିଦିନ ତଳେ ୨ଜଣ ଅଧ୍ୟାପକ ଭିନ୍ନ ଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଛାତ୍ରୀ ଦ୍ୱୟ ଘରେ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କେତେଜଣ ଛାତ୍ରୀ ଗତ ୨୨ ତାରିଖରେ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ସେମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ରଖିଥିଲେ। ସେହିପରି ଅନ୍ୟ ଏକ ଛାତ୍ରୀ ଗୋଷ୍ଠୀ ୨୫ ତାରିଖରେ ଅନ୍ୟ ଜଣେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଦୁଇ ଅଭିଯୋଗକୁ ଗୁରୁତ୍ୱ ଦେଇ ଅଧ୍ୟକ୍ଷା ଘଟଣା ସମ୍ପର୍କରେ କଲେଜ ପରିଚାଳନା ପରିଷଦର ସଭାପତିଙ୍କୁ ଜଣାଇଥିଲେ। ହେଲେ ସୁଫଳ ନ ମିଳିବାରୁ ଛାତ୍ରୀମାନେ ଶୁକ୍ରବାର ସକାଳ ୧୦ଟାରେ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏ ନେଇ ମୋହନ ମହିଳା କଲେଜ ଅଧ୍ୟକ୍ଷା ଝରଣା ସାହୁ କୁହନ୍ତି, ଦୁଇଗୋଷ୍ଠୀ ଛାତ୍ରୀ ଆସି ଦୁଇଜଣ ଅଧ୍ୟାପକଙ୍କ ନଁାରେ ଅସଦାଚରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଆଣ୍ଟି ହାରାସମେଣ୍ଟ ସେଲ୍‌ ଓ ରାଗିଂ ସେଲ୍‌ କମିଟିକୁ ଦିଆଯାଇଛି। ଗୋଟିଏ ଗୋଷ୍ଠୀ ୨୨ ତାରିଖ ଓ ଅନ୍ୟ ଗୋଷ୍ଠୀ ୨୫ ତାରିଖରେ ଅଭିଯୋଗ କରିଥିଲେ। ୨ଜଣ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଘଟଣା ସମ୍ପର୍କରେ ପରିଚାଳନା ପରିଷଦର ସଭାପତିଙ୍କୁ ଅବଗତ କରାଯାଇଛି। ଦୁଇ ପୃଥକ୍‌ ଟ୍ୟୁଶନର ଛାତ୍ରୀଙ୍କ ମଧ୍ୟରେ ଗ୍ରୁପିଜିମ୍‌ ହୋଇ କଲେଜରେ ଗଣ୍ଡଗୋଳ ଆରମ୍ଭ ହୋଇଛି। କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀର ଛାତ୍ରୀ ଧାରଣା ଦେଇଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ସୁଫଳ ମିଳିଲାନି। ଛାତ୍ରୀ ଅଶାନ୍ତି ବଢ଼ୁଥିବାରୁ କଲେଜ ପାଠପଢ଼ାକୁ ବାତିଲ କରିବାକୁ ସଭାପତି କହିସାରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ କଳାକାଚ ପାଇଁ ଗଣିଲେ ୫ଶହ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ପାର୍ବଣରେ ଅପରାଧୀମାନେ ଗାଡ଼ିରେ କଳାକାଚ ଲଗାଇ ଅପରାଧ ଘଟାଇ ପାରନ୍ତି। କାରରେ ମଧ୍ୟ ଅନୈତିକ କାର୍ଯ୍ୟ ବଢିବା ଆଶଙ୍କା କରାଯାଉଛି। ତେଣୁ କଳାକାଚ ଲଗାଥିବା...

ସୁନ୍ଦରଗଡ଼ରେ ଅଭିବାଦନ ରଖିଲେ ମୁଖ୍ୟମନ୍ତ୍ରୀ: ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ହକି ଷ୍ଟାଡିୟମ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ...

ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର, ଓଡିଶାକୁ ବିଶ୍ୱ ସ୍ତରୀୟ ସ୍ବୀକୃତି: ଜାଗା ମିଶନ ପାଇଁ ‘ଓ୍ବାର୍ଲଡ ହାବିଟାଟ’ ପୁରସ୍କାର

ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ବସ୍ତିରେ ରହୁଥିବା ଲୋକମାନଙ୍କୁ ଥଇଥାନ କରିବା , ସେମାନଙ୍କୁ ଜମି ଅଧିକାର ଦେବା ଓ ଜୀବନ ଜୀବିକା ବିକାଶ କ୍ଷେତ୍ରରେ ନେଇଥିବା ପଦକ୍ଷେପ ପାଇଁ ରାଜ୍ୟ...

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି, ନିଷିଦ୍ଧାଞ୍ଚଳ ହେଲା ସୂର୍ଯ୍ୟନଗର

ଭୁବନେଶ୍ୱର, ୨ା୪(ବ୍ୟୁରୋ): ଭୁବନେଶ୍ୱରରୁ ବୁଧବାର ଚିହ୍ନଟ ହୋଇଥିବା ଓଡ଼ିଶାର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସେ ହେଲେ...

ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ...

ଅରୁଣା ମହାନ୍ତି ସଙ୍ଗୀତ ନାଟକ ଏକାଡେମୀ ସଭାପତି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀ ପାଇଁ ଗୁରୁବାର ନୂତନ ସଭାପତି, ଉପସଭାପତି ଓ ସଚିବଙ୍କୁ ମନୋନୀତ...

ଅତାବିରାରେ ଝିଅ ପରେ ମା’ କରୋନା ପଜିଟିଭ

ବରଗଡ଼ ଅଫିସ,୮।୭: ବରଗଡ଼ ଜିଲା ଅତାବିରା ବ୍ଲକରେ ବୁଧବାର ପୁଣି ଜଣେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଏହି ବ୍ଲକ ଅନ୍ତର୍ଗତ...

କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନ୍ତ

ପୁରୀ ଅଫିସ,୨୫।୮:  ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ଜଟିଳ ହୋଇପଡୁଛି। ଏହି ଧର୍ମଶାଳାର ଜମି ବିକ୍ରିକୁ ଭାଜପା, କଂଗ୍ରେସ ଏବଂ ସିପିଆଇ(ଏମ୍‌)...

Advertisement


Archives

Model This Week