ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। କିନ୍ତୁ ଅନୁପମା ଚୋପ୍ରାଙ୍କ ଶୋ’ରେ ଅରବାଜ ପହଞ୍ଚି ଏନେଇ ମୁହଁ ଖୋଲିଛନ୍ତି।  ଶୋ’ରେ ଯେତେବେଳେ ମଲାଇକାଙ୍କୁ ନେଇ ଅରବାଜଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ଏହାର ଉତ୍ତରରେ ସେ କହିଥିଲେ, ସବୁକିଛି ଠିକ୍‌୍‌ଠାକ୍‌ ଚାଲିଥିଲା। କିନ୍ତୁ ଅଚାନକ ସମ୍ପର୍କ ତୁଟିଗଲା। କିଛି ଭୁଲ ନୁହେଁ।  ଦୁଇଜଣ ନିଜ ନିଜର ଲାଇଫ୍‌କୁ ଚଳାଇବାକୁ ନିଷ୍ପତ୍ତି ନେଇଛୁ। ବିବାହର ସ୍ମୃତିକୁ କ’ଣ ଆପଣ ମନେ ରଖିବେ ବୋଲି ପଚରାଗଲା। ସେ କହିଲେ, ନିଶ୍ଚିତ କରିବି। ବାହାଘର ଦୀର୍ଘବର୍ଷର ସମ୍ପର୍କ। ତେଣୁ ମଣିଷ ମରିବା ପୂର୍ବରୁ ଭଲରେ ରହିବା ପାଇଁ ଚେଷ୍ଟା କରିଥାଏ।  କିନ୍ତୁ ସମୟ ବଦଳିବା ବି ଠିକ୍‌। ଏସବୁ ଘଟଣା ଏବେ ଅତୀତ ହୋଇସାରିଛି।  ଏଥିରୁ ଅରବାଜଙ୍କ ହୃଦୟ କଥା ସ୍ପଷ୍ଟ ବାରି ହୋଇପଡୁଛି। ଅନ୍ୟପକ୍ଷରେ ଏହା ପୂର୍ବରୁ କରୀନା କପୁରଙ୍କ ଏକ ଶୋ’ରେ ମଲାଇକା କହିଥିଲେ, ଏ ବିବାହରେ ଆମେ ଦୁଇଜଣ କେହି ଖୁସି ନ ଥିଲୁ। ଏହାର ପ୍ରଭାବ ପରିବାର ଅନ୍ୟ ସଦସ୍ୟଙ୍କ ଉପରେ ପଡ଼ିଲା। ଛାଡ଼ପତ୍ର ପରେ ସମାଜକୁ ସାମ୍ନା କରିବାକୁ ପଡୁଥିବା କହିଥିଲେ। କହିରଖୁଛୁ, ମଲାଇବା ଅର୍ଜୁନ କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ...

ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି ।...

ନାଇଟ୍‌ ପାଟ୍ରୋଲିଂ ମହିଳା ପୋଲିସକୁ ଭେଟିଲେ ରାଣୀ ମୁଖାର୍ଜୀ

ରାଣୀ ମୁଖାର୍ଜୀ ଫିଲ୍ମ ‘ମର୍ଦ୍ଦାନୀ-୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଖାସ୍‌ ଏଥିପାଇଁ ସେ ଲଗାତାର ପୋଲିସ ଅଧିକାରୀଙ୍କ ସହିତ ମିଳାମିଶା କରୁଛନ୍ତି। କିପରି ଅପରାଧ...

ଶେଷରେ ମାନିଲେ କିଆରା

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ନିଜର ଆଶା ପୂରଣ ହେବା ପରେ କିଆରା କେମିତି ଖୁସିରେ ଉଛୁଳୁଛନ୍ତି।...

ପିତାଙ୍କ ସହ ଖୁବ୍‌ ନାଚିଲେ କିଆରା

ମୁମ୍ବାଇ: କରୋନା ଭାଇରସକୁ ନେଇ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ବଲିଉଡ୍‌ର ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ଥିବା ବେଳେ ଏମାନେ ବିଭିନ୍ନ ସମୟରେ...

ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା...

ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ।...

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ...

Play 250+ Trending Games
Archives

Model This Week

Why Dharitri