‘ଛପାକ୍‌’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନିକଟରେ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଛପାକ୍‌’ର ରହିଛି ଓଡ଼ିଶା ଲିଙ୍କ୍‌। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଗତ ଶୁକ୍ରବାର ରିଲିଜ୍‌ ହୋଇଥିବାବେଳେ ଏହାକୁ ନେଇ ନିକଟରେ ବହୁ ବିବାଦ ଦେଖିବାକୁ ମିଳିଥିଲା। ହେଲେ ଫିଲ୍ମର ଦୃଢ କାହାଣୀ ଏବଂ ଦୀପିକାଙ୍କ ଦମ୍‌ଦାର ଅଭିନୟ ଏହାକୁ ବକ୍ସ ଅଫିସରେ ହିଟ୍‌ କରିଥିବାବେଳେ ରାଜନୈତିକ ବିରୋଧ ସତ୍ତ୍ୱେ ମଧ୍ୟ ହଲ୍‌ରେ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି। ବିଶେଷକରି ଏସିଡ୍‌ ପୀଡ଼ିତା ମାଳତୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଫିଲ୍ମ ସହ ଯୋଡ଼ିହୋଇ ରହିଛି ଓଡ଼ିଶା ଲିଙ୍କ୍‌। ପୂର୍ବରୁ ବହୁ ହିନ୍ଦୀ ଫିଲ୍ମ ଏବଂ ଧାରାବାହିକରେ ନଜର ଆସିଥିବା ଓଡ଼ିଶା ଜନ୍ମିତ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ବାସ୍ତବଧର୍ମୀ ଅଭିନୟ କଳା ମାଧ୍ୟମରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଚିତ୍ତରଞ୍ଜନ ‘ଛପାକ୍‌’ରେ ଜଣେ ପୋଲିସ୍‌ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିଛନ୍ତି। ମାଳତୀଙ୍କ ଉପରେ ଏସିଡ୍‌ ମାଡ଼ ମାମଲାରେ ତଦନ୍ତ କରୁଛନ୍ତି ସେ। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲା ପରିଚାଳନା କରିବାରେ ଏହି ଅଧିକାରୀଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଚିତ୍ତରଞ୍ଜନ ନିଜ ଚରିତ୍ରକୁ ନ୍ୟାୟ ଦେବାରେ କୌଣସି ହେଳା କରିନାହାନ୍ତି।
ଜଣେ ମଞ୍ଚ କଳାକାର ଏବଂ ନିର୍ଦ୍ଦେଶକଭାବେ ପରିଚିତ ଚିତ୍ତରଞ୍ଜନଙ୍କ ଘର ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ। ଦିଲ୍ଲୀ ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ରୁ ଅଭିନୟ କଳାରେ ଡିପ୍ଲୋମା କରିଥିବା ତ୍ରିପାଠୀ ଏକାଧାରାରେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, କାହାଣୀ ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀ। ଓଡ଼ିଆ ଫିଲ୍ମ ‘ଧଉଳି ଏକ୍ସପ୍ରେସ୍‌’ ଏବଂ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିବା ତ୍ରିପାଠୀ ‘ଦିଲ୍ଲୀ ୬’, ‘ଫାଣ୍ଟମ୍‌’, ‘ସାନ୍‌ଦାର୍‌’, ‘ତେରା ମେରା ତେଢା ମେଢା’ ଏବଂ ୨୦୧୭ରେ ହିନ୍ଦୀ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’ ନଜର ଆସିଥିଲେ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସ ଇଣ୍ଡିଆର ଲୋକପ୍ରିୟ ଓ୍ବେବ୍‌ସିରିଜ ‘ସାକ୍ରେଡ୍‌ ଗେମ୍ସ’ରେ ମଧ୍ୟ ତାଙ୍କ ଦମ୍‌ଦାର ଅଭିନୟ ଦେଖିବାର ସୁଯୋଗ ମିଳିଥିଲା। ‘ଧଉଳି ଏକ୍ସପ୍ରେସ୍‌’ ପାଇଁ ୩ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ପ୍ରତିଭାବାନ୍‌ କଳାକାର ଏକାଧିକ ପୁରସ୍କାର ହାସଲ କରିଥିବା ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri