ଛତ୍ରପୁର ବିଡିଓଙ୍କ ପରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଯୋଦ୍ଧାଙ୍କୁ ଅସମ୍ମାନ ଏବଂ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଡାକ୍ତର, ଆଶାକର୍ମୀ, ଶିକ୍ଷକ, ମହିଳା ସଂଘ ସଦସ୍ୟ ଏପରିକି ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ନଜିରକୁ ଆସୁଛି। ଏବେ ଓଏଏସ୍‌ ଅଫିସରଙ୍କ ଉପରେ ଆକ୍ରମଣ ହେବାରେ ଲାଗିଛି। ଛତ୍ରପୁର ବିଡ଼ିଓଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଅସନ୍ତୋଷ ଥମି ନ ଥିବା ବେଳେ ଜିଲାର ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ତହସିଲଦାର ୨୧ ତାରିଖରେ ଗୋଠ ଗାଁ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯିବା ସମୟରେ ଚିକିଟି ଅଞ୍ଚଳର ନୂଆମିଶାଣପୁରର ଏକ ସଙ୍ଗରୋଧ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ୫୦ ଉର୍ଦ୍ଧ୍ୱ ବ୍ୟକ୍ତି ସମାଜିକ ଦୂରତ୍ୱ ନ ରଖି ବୁଲୁଥିବା ଦେଖିବାକୁ ପାଇଥିଲେ। ଏହାକୁ ତହସିଲଦାର ବାରଣ କରିଥିଲେ। ଏପରିକି ସେଠାରେ କ୍ରିକେଟ ଖେଳୁଥିବା କିଛି ଯୁବକଙ୍କୁ ଆଇନ ଉଲଘଂନ ହେଉଥିବା ଏବଂ ଏଠାରେ ୧୪୪ ଧାରା ଲାଗୁ ରହିଛି ବୋଲି ସେ କହିଥିଲେ। ହେଲେ ସେହି ଯୁବକମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ କ୍ରିକେଟ ଷ୍ଟମ୍ପରେ ଆକ୍ରମଣ କରିଥିଲେ। ଏପରିକି କେତେକ ବାଇକଧରି ତହସିଲଦାରଙ୍କ ଚାରିପଟେ ବୁଲିଥିଲେ। ଏନେଇ ସେ ୨୨ ତାରିଖ ରେ କେ ନୁଆଁଗାଁ ଥାନାରେ ଏତଲା ଦେଇଥିଲେ ଏବଂ ଏହାକୁ ଭିତି କରି ଏକ ମାମଲା (୧୮୮/୨୦) ରୁଜୁ ହୋଇଛି। ଗଞ୍ଜାମ ଜିଲା ଓଏଏସ୍‌ ସଙ୍ଘ ତରଫରୁ ଛତ୍ରପୁର ସର୍କିଟ ହାଉସରେ ଶନିବାର ସଂଘ ସଭାପତି ତଥା ଏଡ଼ିଏମ୍‌ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ଏହାକୁ ନିନ୍ଦା କରଯାଇଥିଲା। ପରେ ଗଞ୍ଜାମ ଜିଲାପାଳ ଏବଂ ବ୍ରହ୍ମପୁର ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବର୍ତମାନ ସୁଦ୍ଧା ଏଥିରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିପାରିନାହିଁ। ଅପରପକ୍ଷେ ଅଭିଯୁକ୍ତଙ୍କ ଉପରେ ଏନ୍‌ଏସ୍‌ଏ ଲଗାଇବାକୁ ସଂଘ ଦାବି କରିଛି। ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏସମ୍ପର୍କରେ ସରକାର ଓ ରାଜ୍ୟ ସଂଘକୁ ଜଣାଇବୁ ବୋଲି ଜିଲା ସଂଘ ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri