Posted inକଟକ

ଚୌଦ୍ୱାର ସାନିଟାଇଜ୍‌ ହୋଇ ନ ଥିବାରୁ ଜନଅସନ୍ତୋଷ

ଚୌଦ୍ୱାର,୫ା୪(ଡି.ଏନ୍‌.ଏ.): କରୋନା ଭଳି ଭୁତାଣରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ। ଏହାକୁ ରୋକିବା ଲାଗି ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ସରକାର କହୁଛନ୍ତି। ନିଜେ ସ୍ବଚ୍ଛ ରହିବା ସହ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସରକାର ବିଭିନ୍ନ ପୌରପାଳିକାଗୁଡିକୁ ସାନିଟାଇଜ କରୁଥିବାବେଳେ ଏଥିରୁ ବ୍ୟତିକ୍ରମ ଦେଖାଯାଇଛି ଚୌଦ୍ୱାର ପୌରପାଳିକା। ଚୌଦ୍ୱାରରେ ଏବେ ଶଟଡାଉନ ଚାଲିଥିବାବେଳେ ଏପର୍ଯ୍ୟନ୍ତ ଦିନହେଲେ ପୌରପାଳିକା ତରଫରୁ ୱାର୍ଡଗୁଡ଼ିକରେ ବ୍ଲିଚିଂ ପକାଗଲା ନାହଁି କି ସହରକୁ ବିଶୋଧନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହଁି। ଯାହାକୁ ନେଇ ଚୌଦ୍ୱାରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସହର ବିଶୋଧିତ ହେଲେ କରୋନା ଭୂତାଣୁ ବ୍ୟାପିବା ବାଧକ ହେବା ସହ ପରିବେଶ ସ୍ବଚ୍ଛ ରହିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପୌରପାଳିକା କେବଳ ଅସହାୟଙ୍କୁ ଖାଦ୍ୟ ଦେବାରେ ବ୍ୟସ୍ତ ରହୁଥିବାବେଳେ ଅଞ୍ଚଳର ସ୍ବଚ୍ଛତା ପ୍ରତି ଅବହେଳା କରୁଥିବା ଜଣାପଡିଛି। ତୁରନ୍ତ ପୌରପାଳିକା ଚୌଦ୍ୱାର ସହରକୁ ବିଶୋଧନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏ ନେଇ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ବେହେରା କୁହନ୍ତି, ଆମ ପାଖରେ କୌଣସି ପର୍ଯ୍ୟାପ୍ତ ପରିମାଣର ସାଧନ ନ ଥିବାବେଳେ ଚୌଦ୍ୱାରରେ ଥିବା ଅଗ୍ନିଶମ ବିଭାଗ ସହିତ ଯୋଗାଯୋଗ କରିଥିଲୁ। ହେଲେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାୟାଳୟରୁ ନିର୍ଦ୍ଦେଶନାମା ନ ଆସିଲେ କୌଣସି ସହଯୋଗ କରିପାରିବେ ନାହଁି ବୋଲି କହିଥିଲେ। ଖୁବଶୀଘ୍ର ବିଶୋଧନ ପାଇଁ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri