ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଭୟ

ଚୌଦ୍ୱାର,୧୭।୬(ଡି.ଏନ୍‌.ଏ.): ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଗାଡ଼ି ଛନକା ପଶିଛି। ଯେକୌଣସି ଟ୍ରାଭେରା ଗାଡି ଦେଖିଲେ ପୋଲିସର ଗାଡି ଆସିଲା ଭାବି ଭୟଭୀତ ହୋଇପଡୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଗାଡି ଆସିବା ଭାବି ବ୍ୟବସାୟୀ ହେଉ ଅବା ସାଧାରଣଲୋକଙ୍କ ମନରେ ଛନକା ପଶୁଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଚୌଦ୍ୱାର ଥାନା କର୍ମଚାରୀ ଏକ ଟ୍ରାଭେରା ଗାଡିକୁ ଭଡା ସୂତ୍ରରେ ବ୍ୟବହାର କରୁଛନ୍ତି । କରୋନା ଜନିତ କଟକଣାକୁ ଅବମାନନା କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ଠାରୁ ଆରମ୍ଭ କରି ଯାବତୀୟ ଶୁଳ୍କ ଆଦାୟ ପାଇଁ ଏହି ଟ୍ରାଭେରା ଗାଡି ଦିନ ତମାମ ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳ ଘୁରି ବୁଲୁଛି। ଫଳରେ ବର୍ତମାନ ଟ୍ରାଭେରା ଗାଡିକୁ ଦେଖି ଲୋକେ ଭୟ କରୁଥିବା ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍‌: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର

ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ...

ବନ୍ଧା ହେଲା ୧୪ ହାତିଆ ନାଲି ପତିତପାବନ ବାନା

ପୁରୀ ଅଫିସ,୨୦।୨: ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ଶ୍ରୀମନ୍ଦିରରେ ଦର୍ଶନ କରାଇଥିଲେ। ଏହାପରେ ରାଷ୍ଟ୍ରପତି ନାରାୟଣ ଗୋଚ୍ଛିକାରଙ୍କ ସହ କିଛି...

ଗଞ୍ଜାମରେ ଦୋକାନୀମାନଙ୍କ ପାଇଁ ନୂଆ ନିୟମ: ରଖିବେ ଗ୍ରାହକଙ୍କ ତଥ୍ୟ; ସାମାଜିକ ଦୂରତା-ମାସ୍କ ବ୍ୟବହାର ନିଶ୍ଚିତ, ନହେଲେ ହେବ ସିଜ୍‌

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)- ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ...

ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ ଅଫିସ,୮ା୧୦: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂଆ...

ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଠା ଖୁଆଇବା ଘଟଣା:ଉଭୟ ପକ୍ଷର ୭ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣି ଗାରେଡି ସନ୍ଦେହରେ କେତେଜଣ ଲୋକ ରବିବାର ଏକ ଦମ୍ପତିଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି...

ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ

ଧରାକୋଟ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର...

କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ସହରରେ ଚାଞ୍ଚଲ୍ୟ

କେନ୍ଦୁଝର,୧୦।୧୦(ସ୍ବ.ପ୍ର):କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ରବିବାର ବୋମାମାଡ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଉନ ଥାନା...

ଥମିଲା ଭାଲିଆଡିହି ଶ୍ମଶାନ ବିବାଦ: ୨୫ ଘଣ୍ଟା ପରେ ଦାହହେଲା ମୃତଦେହ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ଼ ଜିଲା ଗୋଡିପଡା ଫାଣ୍ଡି ଭାଲିଆଡିହି ଶ୍ମଶାନରେ ମୃତଦେହ ଦାହକୁ ନେଇ ଉପରସାହି ଓ ପାଇକସାହି ମଧ୍ୟରେ ଶୁକ୍ରବାର ଅପରାହ୍ନରୁ ଲାଗିରହିଥିବା ଉତ୍ତେଜନା...

Advertisement
Archives

Model This Week