ଚୋରି କରିବାକୁ ଯାଇଥିବା ବ୍ୟକ୍ତିଙ୍କ ଟ୍ରକ ହୋଇଗଲା ଚୋରି

ଓ୍ବାଶିଂଟନ୍‌,୨୭।୮: କଥାରେ ଅଛି ଯେମିତି କର୍ମ କରିବ ସେମିତିି ଫଳ ପାଇବ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ଓ୍ବାଶିଂଟନ୍‌ର କେନ୍ନଓ୍ବେିକ୍‌ରେ। ଜଣେ ଟ୍ରକ ଡ୍ରାଇଭର ରାସ୍ତା କଡ଼ରେ ନିଜ ଟ୍ରକକୁ ରଖି ପାଖ ଦୋକାନକୁ ଚୋରି କରିବାକୁ ଯାଇଥିଲେ। ହେଲେ ଏପଟେ ତାଙ୍କର ନିଜର ଟ୍ରକକୁ ଆଉ କିଏ ଚୋରି କରି ନେଇଥିଲେ। ଏନେଇ ଟ୍ରକ ମାଲିକ କେନ୍ନଓ୍ବେିିକ ଥାନାରେ ଲିଖିତ ଅଭିଯୋଗ କରିବା ସହ କହିଥିଲେ, ଟ୍ରକରେ ସେ ଚାବି ଛାଡ଼ି ଦେଇଥିବାରୁ କେହି ଦୁର୍ବୃତ୍ତ ତାଙ୍କର ଗାଡିକୁ ଚୋରି କରି ନେଇଛନ୍ତି। ଏହାପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ସିସିଟିଭିକୁ ଦେଖିବା ପରେ ଘଟଣାରେ ଏକ ନୂଆମୋଡ଼ ଆସିଥିଲା। ଟ୍ରକ ମାଲିକ ଦୋକାନରୁ ଚୋରି କରିବା ଉଦ୍ଦେଶ୍ୟରେ ଟ୍ରକକୁ ଛାଡି ଚାଲି ଯାଇଥିଲେ ଏବଂ ସେ ଚୋରି କରୁଥିବା ସମୟରେ ତାଙ୍କର ଟ୍ରକକୁ ଆଉ ଜଣେ ବ୍ୟକ୍ତି ଚୋରି କରି ନେଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଟ୍ରକ ମାଲିକଙ୍କୁ ଚୋରି ଉଦ୍ଦେଶ୍ୟରେ ଗିରଫ କରି ବେନ୍‌ଣ୍ଟନ କାଉଣ୍ଟି ଜେଲ୍‌କୁ ପଠାଇ ଦେଇଛି। ଅନ୍ୟପଟେ ଏହି ଘଟଣା ବାବଦରେ ସ୍ଥାନୀୟ ପୋଲିସ ଫେସ୍‌ବୁକ୍‌ରେ ଶେୟାର କରିବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

ୟୁରୋପ ଜାଣୁ ଚାଇନା କ’ଣ

ୟୁରୋପର ଜନସାଧାରଣ, ୟୁରୋପର ରାଜନେତା କିମ୍ବା ବ୍ୟବସାୟୀମାନେ କେହି ବି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଧମକକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ଯଦିଓ ଏକଚ୍ଛତ୍ରବାଦୀ ଜିନ୍‌ପିଙ୍ଗ୍‌...

ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼

ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ...

ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ରେ ଘଟିଲା ଏମିତି, ତରଳିଯିବ ହୃଦୟ

କ୍ୱିଭ୍‌,୭।୩: ୟୁକ୍ରେନ ଏବେ ଜଳୁଛି। ଗତ ୧୨ ଦିନ ଧରି ରୁଷିଆର କ୍ଷେପଣାସ୍ତ୍ର ମାଡ, ବୋମା ବିସ୍ଫୋରଣ ଏବଂ ଟ୍ୟାଙ୍କର ଶବ୍ଦରେ ୟୁକ୍ରେନ କମ୍ପୁଛି। ତେବେ...

ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ...

ଚାଇନା ବିରୋଧରେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆର ସାମରିକ ମେଣ୍ଟ, ନିର୍ମାଣ ହେଉଛି ପରମାଣୁ ସବ୍‌ମେରାଇନ୍‌…

ଓ୍ବାଶିଂଟନ,୧୬।୯: ଚାଇନାକୁ ଘେରିବା ପାଇଁ ଆମେରିକା, ବିଟ୍ରେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସାମରିକ ମେଣ୍ଟ ଗଠନ ହୋଇଛି। ଏହା ଅନ୍ତର୍ଗତ ଆମେରିକା ଓ ବ୍ରିଟେନ୍‌ର ସହାୟତାରେ...

ସ୍ବାଧୀନତା ଦିବସରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଲା ଭାରତ

ଫୁଲଓ୍ବାରୀ,୧୫।୮: ଭାରତ ୭୩ ତମ ସ୍ବାଧୀନତା ଦିବସ ଅବସରରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଇଛି। ପଶ୍ଚିମବଙ୍ଗ ଫୁଲଓ୍ବାରୀଠାରେ ବିଏସ୍‌ଏଫ୍‌ ଉଚ୍ଚ କର୍ତ୍ତୃପକ୍ଷ ବାଂଲାଦେଶ ସୀମା ସୁରକ୍ଷା...

ପାକିସ୍ତାନ ସିନ୍ଧ ଅଞ୍ଚଳରେ ପୋଲିସ ବିଭାଗରେ ଯୋଗ ଦେଲେ ପ୍ରଥମ ହିନ୍ଦୁ ମହିଳା

ଇସ୍‌ଲାମାବାଦ,୪।୯: ପ୍ରଥମ ଥର ଲାଗି ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଛି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପୁଷ୍ପା...

Advertisement
Archives

Model This Week