ଚୋରା ଚାଲାଣ କାଠ ଜବତ

କେନ୍ଦୁଝର,୧୯।୨ (ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ପକ୍ଷରୁ ବିଭିନ ସ୍ଥାନରୁ ଚୋରା ଚାଲାଣ କାଠ ସହିତ ତିନୋଟି ଗାଡି ଜବତ କରାଯାଇଛି। ବାଉରୀପଦା ନିକଟରୁ ଦୁଇଟି ଓ ଜୁଡ଼ିଆରୁ ଗୋଟିଏ ଗାଡି ଜବତ କରାଯାଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଥିଲେ। ତିନୋଟି ଜିପ୍‌ରୁ ପାଖାପାଖି ୧୦୦ ଫୁଟ କାଠ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ମଙ୍ଗଳବାର ରାତିରେ ଚାଲାଣ ହେଉଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ପିଛା କରିଥିଲା। ଏହି ଧରପଗଡ଼ ବେଳେ ବନ ବିଭାଗର ଦୁଇଟି ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା ବେଳେ ସଦର ରେଞ୍ଜରର ସମସ୍ତ କର୍ମଚାରୀ ସାମିଲ ଥିବା ଜଣାପଡିଛି। କାଠ ସବୁ ବଂଶପାଳ ଓ ଝାଡ଼ଖଣ୍ଡ ଅଞ୍ଚଳରୁ କେନ୍ଦୁଝର ଦେଇ ଚାଲାଣ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ

ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା...

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୫୬୭ ଚିକିତ୍ସିତ

ଭବାନୀପାଟଣା,୩୦ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ସୋମବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ୨ ଦିନରେ...

ଶୁଖିଲା ପଡ଼ିଛି ଶତାଧିକ ପୋଖରୀ

କେସିଙ୍ଗା,୨୦ା୪(ଡି.ଏନ.ଏ.): ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଟାଣ ଖରା ଯୋଗୁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ...

୮ ଦିନ ହେଲାଣି ଶିରୋଲ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କଲେ ବିଡିଓ, ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା ,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୮ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଦୂଷିତ ଜଳ ପିଇବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ...

କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଆର.ଉଦୟଗିରି,୨ା୫(ଡି.ଏନ.ଏ.): ଗଜପତି ଜିଲାପାଳ ଅନୁପମ ଶାହା ନୂଆଗଡ ବ୍ଲକର କରୋନା ପାଇଁ ଖୋଲାଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଖଜୁରିପଦା...

ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨...

ବରଗଡ଼ ମତଦାନ: ଦିନ ୧୧ଟା ସୁଦ୍ଧା ଅତାବିରାରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର  ସମୁଦାୟ ୧୩୭୮ ଭୋଟ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ମତଦାନ ଗ୍ରହଣ ଆରମ୍ଭ ହୋଇଛି। କେତେକ...

ଗଞ୍ଜାମ ଜିଲାରେ ୩ ଦିନରେ ୧୫୫ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩୧ କରୋନା ଯୋଦ୍ଧା

ଛତ୍ରପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୧୫୫...

Advertisement
Archives

Model This Week