ଚୋରାଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେଶନ ରଦ୍ଦ ହେବ

ଛତ୍ରପୁର,୧୨ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ତଥା ବାଲି ମୋରମ ଆଦି ଚୋରାଚାଲାଣ କରୁଥିବା ଗାଡିଗୁଡିକ ଉପରେ ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଲଘୁ ଖଣିଜ ଚୋରାଚାଲାଣ କରୁଥିବା ଗାଡ଼ିର ରେଜିଷ୍ଟ୍ରେଶନ ରଦ୍ଦ କରାଯିବ। ଫଳରେ ଉକ୍ତ ଗାଡି କୌଣସି ପରିସ୍ଥିତିରେ ଆଉ ରାସ୍ତାକୁ ବାହାରି ପାରିବ ନାହିଁ। ମାଫିଆଙ୍କ ଉପରେ ଲଗାମ କଷିବା ପାଇଁ ଏପରି ଦୃଢ଼ ନିଷ୍ପତ୍ତିି ନେବାକୁ ଜିଲାପାଳ ବୈଠକରେ ଉପସ୍ଥିତ ତହସିଲଦାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଇନ ଅନୁମୋଦିତ ଖଣିଗୁଡିକର ଲାଇସେନ୍ସ ପ୍ରଦାନରେ ବିଳମ୍ବ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ସମସ୍ୟା ହାତ ପାଆନ୍ତାରେ ସମାଧାନ କରିବା ପାଇଁ ଜିଲାର ବିଭିନ୍ନ ଅପହଞ୍ଚ ଇଲାକାରେ ମହାସମାଧାନ ଶିବିର ଆୟୋଜନ କରାଯିବ। ଜିଲାପାଳ ଏବଂ ବିଭାଗୀୟ କର୍ମଚାରୀ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ତତକ୍ଷଣାତ୍‌ ସମାଧାନ ପନ୍ଥା ଗ୍ରହଣ କରିବେ। ଜିଲାପାଳ ଜିରୋ ପେଣ୍ଡେନ୍ସି ଅଫ୍‌ ୱାର୍କ ଘୋଷଣା କରିଛନ୍ତି। କୌଣସି କର୍ମଚାରୀ ପାଖରେ କୌଣସି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବ ନାହିଁ। କାମ ପଡି ରହିଲେ କର୍ମଚାରୀଙ୍କ ବିରୋଧରେ ସମୁଚିତ ଦଣ୍ଡବିଧାନ କରାଯିବ। କାର୍ଯ୍ୟାଳୟରେ ଅଧିଗ୍ରହଣ ଚିଠିଗୁଡିକ ରୀତିମତ ରେଜିଷ୍ଟରରେ ଉଲ୍ଲେଖ ରହିବ। ଏଥିରେ ଅବହେଳା କଲେ କର୍ମଚାରୀଙ୍କ ଦରମା ବନ୍ଦ କରାଯିବ। ପ୍ରତ୍ୟେକ କାର୍ଯ୍ୟର ରୂପାୟନ ସମୟ ଭିତରେ କରାଯିବ। ତହସିଲଦାରମାନେ ଜନସାଧାରଣଙ୍କ ଅଧିକ ସୁବିଧାଭାଜନ ହେବେ। ସରକାରୀ ଜମି ଜବରଦଖଲ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଜିଲାପାଳ କହିଥିଲେ। ଯେଉଁମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଜମି ଜବରଦଖଲ କରିଛନ୍ତି, ସେମାନଙ୍କ ଘର ତୁରନ୍ତ ଭଙ୍ଗାଯିବ। ଜମିଜମା ଦାଖଲ ଓ ଖାରଜ ଏବଂ ରେଜିଷ୍ଟ୍ରେଶନ୍‌ ସମ୍ବନ୍ଧୀୟ ନିୟମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଜିଲା ପ୍ରଶାସନ ପକ୍ଷରୁ ମାଗଣାରେ ବଣ୍ଟାଯିବ। ଏହାଦ୍ୱାରା ସାଧାରଣ ଜନତା ଜମିଜମା ବାବଦରେ ମଧ୍ୟସ୍ଥଙ୍କ ଦ୍ୱାରା ହତାଶ ହେବେ ନାହିଁ। ଜିଲାରେ ପାଣି ପାଉଚ୍‌ ସମ୍ପୂର୍ଣ୍ଣ ନିଷେଧ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସରକାରୀ କାର୍ଯ୍ୟରେ ପାଣି ପାଉଚ୍‌ ବ୍ୟବହାର କରାଯିବ ନାହିଁ। ପାଣି ପାଉଚ୍‌ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ସିଲ୍‌ କରାଯିବ ଏବଂ ପାଣି ପାଉଚ୍‌ ପରିବହନ କରୁଥିବା ଗାଡି ଜବତ କରାଯାଇ ଜରିମାନା କରାଯିବାକୁ କୁହାଯାଇଛି। ପେଟ୍ରୋଲ ପମ୍ପରେ ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମ କଡାକଡି ହେବ। ନୂତନ ଭାବେ ତିଆରି ହେବାକୁ ଥିବା ଅଙ୍ଗନୱାଡି କେନ୍ଦ୍ର ପାଇଁ ନିକଟସ୍ଥ ବିଦ୍ୟାଳୟ ପରିସରରେ ସ୍ଥାନ ନିରୂପଣ କରି ସାତ ଦିନ ମଧ୍ୟରେ ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଜିଲାପାଳ ବୈଠକରେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲା ରାଜସ୍ବ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri