ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ ଗୁଟେ ବିଦ୍ୟୁତ୍‌ ଖୁଁଟା ଅନେକ ବଛର ହେଲା ବିପଦ ଅବସ୍‌ତାରେ ରହିଛେ। ଇ ବାବ୍‌ଦେ ଗାଁବାସୀ ବିଭାଗୀୟ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।

ସୂଚନା ଅନ୍‌ସାରେ ଝାରକଦଲିପାଲି ଗାଁ ମଝିରେ ଗୁଟେ ବିଦ୍ୟୁତ୍‌ ଖୁଁଟା ବିପଦ ଅବସ୍‌ତାରେ ରହିଛେ। ଆଏଜ୍‌କେ ୪ ବଛର ହେଲା ଖୁଁଟାର ତଲିଆଡ଼ୁ ସିମେଟ ଛାଡ଼ିଯାଇ ଲୁହାଛଡ଼୍‌ ଦିଶୁଛେ। ଇ ଖୁଁଟା ଉପରେ ଦେଇ ଯାଇଥିବାର ତାରରେ ବିଦ୍ୟୁତ୍‌ ସପ୍ଲାଏ ହେଉଛେ। କେତେବେଲେ ଇ ଖୁଁଟା ଧୁକାଗରେଲ, ବରଷା ପାଏନ୍‌ରେ ଢଲିପଡ଼ି ଗାଁବାସୀକର ଲାଗି ବିପଦ୍‌ ଡାକିଆନ୍‌ବା କିଛି କହି ନାଇଁହୁଏ। ଗାଁବାସୀ ଇ ସମସିଆ ବାବ୍‌ଦେ ବାରବାର ବିଭାଗୀୟ ଅଧ୍‌କାରୀକୁଁ ଜନେଇଥିଲେ ବି ତାର ପରତିକାର ବେବସ୍‌ତା ନାଇଁ କରାଯିବାର।  ଯଦି ଇ ଖୁଁଟାର ଲାଗି ଗାଁରେ ଧନ୍‌ ଜୀବନ୍‌ର କ୍ଷୟକ୍ଷତି ହେଲା ସେଥିରଲାଗି ଥାନୀୟ ବିଦ୍ୟୁତ୍‌ ବିଭାଗ ଦାୟୀ ରହିବା ବଲି ଗାଁବାସୀ କହିଛନ୍‌। ଇ ବାବ୍‌ଦେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ଜେନାକୁଁ ପଚରାଲାରୁ ଝାରକଦଲିପାଲିରେ ୬୩/୧୦୦ କେଭିର ଗୁଟେ ନୂତନ ଟ୍ରାନ୍ସଫର୍ମର ଲଗାଯିବା। ଯେନ୍‌ଟା ମାସେ ଉତାରୁ କାମ୍‌ ହେବା, ସେ ସମିଆରେ ଇ ପୁରନା ଖୁଁଟାକେ ବଦ୍‌ଲେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri