ଚେକଡ୍ୟାମ୍‌ରେ ବୁଡ଼ିି ବ୍ୟକ୍ତିଙ୍କ ଜୀବନ ଗଲା

ପାଟଣା, ୩୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ କମାରମରା ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରଖ ଜିଲା ବନ୍ତ ଥାନା ଜିରାଣ ଗ୍ରାମ ଆଦିବାସୀ ସାହିର ଗୋବର୍ଦ୍ଧନ ହୋ।
ଲକ୍‌ଡାଉନ ପୂର୍ବରୁ ଗୋବର୍ଦ୍ଧନ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପଡ଼ିଆର ସାହିର ସମୁଦି ଘରକୁ ଆସି ଆଉ ଗାଁ କୁ ଫେରିପାରି ନ ଥିଲେ। ବୁଧବାର ଦୁଇ ସମୁଦି ୨ଟି ସାଇକେଲରେ ଗୋବର୍ଦ୍ଧନଙ୍କ ପୁରୁଣା ଗ୍ରାମ ସାହାରପଡା ବ୍ଲକ ବୁଧୁ ସାହିକୁ ବୁଲିବାକୁ ଆସିଥିଲେ। ଫେରିବା ବେଳେ ଗୋବର୍ଦ୍ଧନ କମାରମରା ନାଳରେ ବନ୍ଧାଯାଇଥିବା ଚେକଡ୍ୟାମରେ ସାଇକେଲକୁ ଟେକି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣିରେ ପଡିଯାଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ବନ୍ଧରେ ବେଶୀ ପାଣିଥିବାରୁ ଶବ ଉଦ୍ଧାର ହୋଇ ପାରି ନ ଥିଲା। ଗୁରୁବାର ଡ୍ୟାମରୁ ପାଣି ଛାଡିବା ପରେ ଶବ ଉଦ୍ଧାର କରି ପାଟଣା ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୦) ରୁଜୁ କରାଯାଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଚାହୁଁଛି ମରାଗୁଳା

କେନ୍ଦୁଝର, ୫ା୧୧(ଡି.ଏନ.ଏ.)-ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ...

ବଡ଼ରମା ରେଞ୍ଜରେ ମାଈହାତୀର ମୃତ୍ୟୁ

ଜମନକିରା,୮।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବଡ଼ରମା ରେଞ୍ଜ ପଥୁରିଆରେ ଶନିବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ବନ ବିଭାଗ...

ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ)-କନ୍ଧମାଳ ଜିଲାରେ ଗତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇ ନ ଥିଲା। ଏନେଇ ବିଭିନ୍ନ ବିଦ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା। ମାତ୍ର ପ୍ରମୁଖ ସମସ୍ୟା ଶିକ୍ଷକ...

ନୟାଗଡ଼ ଗୋଛା ଗ୍ରାମରେ ନଗଡ଼ା ପ୍ରତିଛବି

ନୟାଗଡ଼ ଅଫିସ,୩୦।୫-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମରେ ଯାଜପୁର ଜିଲା ନଗଡା ଗ୍ରାମ ପ୍ରତିଛବି ଦେଖିବାକୁ ମିଳିଛି। ଏଠାକାର ଲୋକେ ପୁଷ୍ଟିହୀନତାର...

ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ: ଗେଟ୍‌ ସମ୍ମୁଖରେ ଅପେକ୍ଷା କରି ବିଫଳ ହେଲ ପ୍ରଧାନଶିକ୍ଷକ

ପୁରୁଷୋତ୍ତମପୁର,୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୧୨ କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ କରିବାକୁ ପୂର୍ବରୁ...

ଅନୁମତି ମିଳିଲେ ହେବ ତାଳଚେର ରଥଯାତ୍ରା

ତାଳଚେର,୧୩ା୫(ନି.ପ୍ର.) – ତାଳଚେରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ।...

ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା: ୧୪୪ ଧାରା ଜାରି

ପୁରୀ ଅଫିସ,୨୭।୧୦: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଛନ୍ତି ଗୋଷାଣୀ। ଏହା ଦେବୀସଭା ଭାବେ ପରିଚିତ। ତେବେ କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ...

ବାପ୍‌ ଆରପାରେ, ମା’ର ପତା ନାଇଁଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର...

Advertisement


Archives

Model This Week