ଚିହ୍ନଟରେ ସୀମିତ ସୁନାମି ପ୍ରବଣ ୬୪ ଗ୍ରାମ

କେନ୍ଦ୍ରାପଡ଼ା ଅଫିସ, ୫ା୯:ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୪୬ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୧୮ ଗ୍ରାମକୁ ସୁନାମି ପ୍ରବଣ ବୋଲି ଚିହ୍ନଟ କରାଯାଇଛି। ଓସ୍‌ଡମା ପକ୍ଷରୁ ସମୁଦ୍ର ତଟଠାରୁ ପ୍ରାୟ ଦେଢ଼କିମି ଭୂଭାଗ ଅଞ୍ଚଳରେ ସୁନାମି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ ବୋଲି ତଦନ୍ତ ରିପୋର୍ଟ ୨୦୦୫ ମସିହାରେ ପ୍ରଦାନ କରାଯାଇଥିଲା। ଏହି ଚିହ୍ନଟ କାର୍ଯ୍ୟକ୍ରମକୁ ଇତିମଧ୍ୟରେ ପ୍ରାୟ ୧୭ ବର୍ଷ ବିତିଯାଇଛି। ଏ ନେଇ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ କାର୍ଯ୍ୟକାରୀ ହୋଇନାହିଁ। ସାମାନ୍ୟ ଉତ୍ତାଳ ଢେଉ ହେଲେ ସମୁଦ୍ରର ପାଣି ଲୁଣାବନ୍ଧ ଡେଇଁ ଭୂଭାଗ ଅଞ୍ଚଳକୁ ପଶିଯାଉଛି। ଏପରି କି ସାତଭାୟା ପଞ୍ଚାୟତର ଗ୍ରାମଗୁଡିକ ଜଳପତନ ଉଚ୍ଚତା ବୃଦ୍ଧି ପାଇଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ଏଠାରେ ଥିବା ଅଧିବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ହେନ୍ତାଳ ବଣ ସୁନାମିର କରାଳ ପ୍ରଭାବରୁ ସାମାନ୍ୟ କିଛି ବଞ୍ଚାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତେବେ ମଧୁର ଜଳର ଅଭାବ, ତଟାଞ୍ଚଳରେ ଚିଙ୍ଗୁଡି ଘେରି ନିର୍ମାଣ, ହେନ୍ତାଳ ବଣ ଜବରଦଖଲକାରୀଙ୍କ କବଳକୁ ଯିବା ଏହି ସୁରକ୍ଷା ପ୍ରାଚୀର ପ୍ରତି ବିପଦ ସୃଷ୍ଟି କରିଛି। ଫଳରେ ୬୪ ଗ୍ରାମର ୨ ଲକ୍ଷରୁ ଅଧିକ ଲୋକ ସୁନାମି ବିପର୍ଯ୍ୟୟରୁ ମୁକୁଳିବା ନେଇ ଆଶଙ୍କାରେ ଅଛନ୍ତି।
୨୦୦୪ରେ ସୃଷ୍ଟି ହୋଇଥିବା ସୁନାମି ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶ ତଟାଞ୍ଚଳରେ ପ୍ରଭାବ ପକାଇଥିଲା। ଏଥିରେ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଷବାସ ନଷ୍ଟ ହୋଇଥିଲା। ଏହି ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୩୨୮ଟି ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲାର ମୋଟ ୪୮ କିମି ତଟାଞ୍ଚଳ ମଧ୍ୟରୁ ୨୮ କିମି ତଟ କ୍ଷୟ ହେଉଛି। ଏହି ସ୍ଥାନରେ ଲୁଣା ମାଟି ଓ କଂକ୍ରିଟ ବନ୍ଧ ନିର୍ମାଣ ପାଇଁ ପ୍ରାଥମିକସ୍ତରରେ ଆଲୋଚନା ହୋଇଥିଲା। ଏପରି କି ସର୍ବାଧିକ ତଟକ୍ଷୟ ହେଉଥିବା ରାଜନଗର ବ୍ଲକ ପେଣ୍ଠଠାରେ ୫୦୫ ମିଟରର ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ ୱାଲ ୨୦୧୮ରେ ପ୍ରାୟ ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ଏହି ଟ୍ୟୁବ୍‌ ୱାଲ ଏବେ ଜୁଆର ମାଡ଼ରେ ନଷ୍ଟ ହେଉଛି। ୨୦୦୬ରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି.ଜି. ଜଗତାପ, ଡ. ବି.ସି. ଇନ୍‌ଗୋଲିଓ, ଡ. କେ. ମୁସା ପ୍ରମୁଖ ଗବେଷଣା ପାଇଁ କେନ୍ଦ୍ରାପଡ଼ା ତଟାଞ୍ଚଳ ଆସିଥିବା ବେଳେ ହେନ୍ତାଳ ବଣ ସୃଷ୍ଟିକୁ ଗୁରୁତ୍ୱ ଦେଇଥିଲେ। ତଟାଞ୍ଚଳରେ ହେନ୍ତାଳ ବଣ ସୁନାମିର ପ୍ରଭାବକୁ ହ୍ରାସ କରିପାରିବ ବୋଲି ରିପୋର୍ଟରେ ପ୍ରକାଶ କରିଥିଲେ। ଏଥିସହ ଲୁଣା ତଟବନ୍ଧକୁ ଅନୂ୍ୟନ ୬ ମିଟର ଉଚ୍ଚ ରଖାଯିବାକୁ ସେମାନେ ରିପୋର୍ଟରେ ପରାମର୍ଶ ଦେଇଥିଲେ। ଜିଲାର ୭୪୪ କିମି ମଧ୍ୟରୁ ୩୧୭ କିମି ତଟବନ୍ଧ ଅସୁରକ୍ଷିତ ବୋଲି ଗତ ଏପ୍ରିଲରେ ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଦେଖାଯାଇଛି। ଏଥିମଧ୍ୟରୁ ନିକଟରେ ୩୨ କିମି ତଟବନ୍ଧ ୬ ମିଟର ଉଚ୍ଚ ହେବ ବୋଲି ରାଜ୍ୟ ସରକାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଅପରପକ୍ଷେ ତଟାଞ୍ଚଳରେ ଗଢ଼ି ଉଠୁଥିବା ଚିଙ୍ଗୁଡ଼ି ଘେରି ହେନ୍ତାଳ ବଣକୁ ଧ୍ୱଂସ କରୁଛି। ସେହିପରି ଅନୁପ୍ରବେଶକାରୀଙ୍କ ହାତକୁ ଜଙ୍ଗଲ ଜମି ଚାଲିଯାଉଛି। ହେନ୍ତାଳ ବଣ ସୃଷ୍ଟି ପାଇଁ ଲୁଣା ସହ ଆନୁପାତିକ ଭାବେ ମଧୁର ଜଳ ଆବଶ୍ୟକ। ଜିଲାରେ ପ୍ରବାହିତ ନଦୀର ସ୍ରୋତ ବିଭିନ୍ନ ପ୍ରକଳ୍ପ ପାଇଁ କମ୍‌ ରହୁଛି। ଏଥିଲାଗି ତଟାଞ୍ଚଳରେ ସମସ୍ତ ନଦୀକୁ ଯୋଡ଼ିବା ପାଇଁ ବୃହତ୍‌ କେନାଲର ଆବଶ୍ୟକତା ଅଛି। ଏହାଦ୍ୱାରା ପାନୀୟ ଜଳ, ବନ୍ୟା, ଜଳସେଚନ, ହେନ୍ତାଳ ବଣ ସୃଷ୍ଟି ଆଦିରେ ଥିବା ସମସ୍ୟାର ସମାଧାନ ହୋଇପାରିବ। ପ୍ଲା କାର୍ଡ, ମକ୍‌ଡ୍ରିଲ ଓ ସ୍ଥାନାନ୍ତର ମାଧ୍ୟମରେ ବିପତ୍ତିରୁ ସାମୟିକ ମୁକ୍ତି ମିଳିବ। ତେବେ ଏହା ସ୍ଥାୟୀ ପ୍ରତିକାର ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪...

ଜାତୀୟ ରାଜପଥ ସମ୍ପ୍ରସାରଣ କର୍ମଚାରୀଙ୍କ ବିକ୍ଷୋଭ

ସୋର, ୨୯।୩(ଡି.ଏନ୍‌.ଏ)-୧୬ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନେ ଶନିବାର ସୋର ଜାତୀୟ ରାଜପଥ ବିଦୁଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଶୋଇଥିବାବେଳେ ଜଳିଗଲା କାର୍‌, ଦୁଇଟି ବାଇକ, ସ୍କୁଟି

ରାଉରକେଲା ଅଫିସ, ୩୦।୧୨: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ,...

ପିପିଲିରେ ଚାଲିଲା ଅସ୍ଥାୟୀ ହାଟ

ପିପିଲି,୨୮ା୩(ସ୍ବ.ପ୍ର./ ଡି.ଏନ୍‌.ଏ.) ପିପିଲି ହାଟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଏହାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କିନ୍ତୁ ଶୁକ୍ରବାରଠାରୁ ସ୍ଥାନୀୟ ଇନ୍ଦିରା ମୈଦାନ...

ବଢୁଛି ବଜ୍ରପାତ ବିପତ୍ତ

ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ...

ଆଜିଠୁ କାର୍ଯ୍ୟକ୍ଷମ ହେବ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ୍‌,୨୪ା୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ପାଇଁ ଅଧିକ ସଂଖ୍ୟାରେ ଶଯ୍ୟା ଆବଶ୍ୟକ ଥିଲା। ଏହି ଅଭାବକୁ ପୂରଣ କରିବା ପାଇଁ ସୋମବାର କାର୍ଯ୍ୟକ୍ଷମ...

କାଜୁ ଜଙ୍ଗଲ ସଂଲଗ୍ନ ସୁରକ୍ଷା ବନ୍ଧ ପ୍ରଭାବିତ

ମହାକାଳପଡ଼ା,୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ରାପଡ଼ା ଜିଲା...

ରାସ୍ତା ପାର ହେଉଥିବା ବେଳେ ପିଟିଲା ଟ୍ରକ୍‌: ଚାଲିଗଲା ଆରୋହୀଙ୍କ ଜୀବନ

ବରଗଡ ଅଫିସ,୨୧।୧୦- ବରଗଡ଼ ଦେଇ ଯାଇଥିବା ୫୩ ନଂଜାତୀୟ ରାଜପଥର ଘୁଲିପାଲି ଛକରେ ଶୁକ୍ରବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣକଙ୍କ...

Advertisement
Archives

Model This Week