ଚିଲିକା ମଝିରେ ଅଟକିଲା ଡଙ୍ଗା: ୩୦ ପରୀକ୍ଷାର୍ଥୀ ୧ ଘଣ୍ଟା ଜଳବନ୍ଦୀ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାଉଥିବା ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ଚିଲିକା ମଝିରେ ଅଟକି ଯାଇଥିଲା। ସେଥିରେ ଯାଉଥିବା ୩୦ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ସମେତ ପ୍ରାୟ ୭୦ ଯାତ୍ରୀ ୧ ଘଣ୍ଟା ଧରି ଜଳବନ୍ଦୀ ହୋଇ ରହିଥିଲେ। ଉକ୍ତ ଡଙ୍ଗାରେ ୨୦ରୁ ଊଦ୍ଧର୍‌ବ ମୋଟରସାଇକେଲ ମଧ୍ୟ ରହିଥିଲା। ଡଙ୍ଗା ଚାଳକ ସାତପଡ଼ାକୁ ଟେଲିଫୋନ କରି ଅନ୍ୟ ଡଙ୍ଗାଚାଳକଙ୍କୁ ଖବର ଦେବା ପରେ ଆଉ ଏକ ଡଙ୍ଗା ଆସି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ସୁରକ୍ଷିତ ଭାବେ ସାତପଡ଼ା କୂଳରେ ପହଞ୍ଚତ୍ଥିଲେ ସମସ୍ତ ଯାତ୍ରୀ। ପରୀକ୍ଷାରୁ ବଞ୍ଚତ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଗଲେ ୩୦ ପରୀକ୍ଷାର୍ଥୀ।
ପ୍ରକାଶ ଯେ, ଉକ୍ତ ଡଙ୍ଗାଟି ବୁଧବାର ପୂର୍ବାହ୍ନ ୮ଟାରେ ଜହ୍ନିକୁଦାରୁ ଯାତ୍ରୀମାନଙ୍କୁ ନେଇ ସାତପଡ଼ା ଅଭିମୁଖେ ବାହାରିଥିଲା। ଉଭୟ ସ୍ଥାନର ବ୍ୟବଧାନ ଜଳରାସ୍ତାରେ ୫କିମି ହୋଇଥିବାବେଳେ ଡଙ୍ଗାଟି ପ୍ରାୟ ୨କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଯାଇଥିଲା। ଭୟଭୀତ ଅବସ୍ଥାରେ ଯାତ୍ରୀମାନେ ପ୍ରାୟ ୧ଘଣ୍ଟା କାଳ ଅଟକି ରହିବା ପରେ ଅନ୍ୟ ଡଙ୍ଗା ମାଧ୍ୟମରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ପାରିତ ହେଲା ୨ ବିଲ୍‌

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଓଡ଼ିଶା ସ୍ଥାନୀୟ ପାଣ୍ଠିରେ ହେରଫେର କରିଥିବା ଅଧିକାରୀଙ୍କୁ ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଅବଧି ଶେଷ ହେବା...

ଅନ୍ତର୍ଜାତୀୟ ପାରା ଆଥଲେଟ ରମେଶଙ୍କୁ ଡକ୍ଟରେଟ ଡିଗ୍ରୀ

ଛତ୍ରପୁର,୨୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଗିଲଟିପେଟା ସାହିର ଆର୍ନ୍ତଜାତୀୟ ପାରା ଆଥଲେଟ ଭି.ରମେଶ ରାଓଙ୍କୁ ଜର୍ମାନୀର ପିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି...

କିଡ୍‌ନୀ ବିକ୍ରି ଘଟଣାରେ ସ୍ବାମୀ ଗିରଫ

ମାଲକାନଗିରି,୪।୯(ଡି.ଏନ.ଏ.): ସ୍ତ୍ରୀଙ୍କ ଅଜାଣତରେ ତାଙ୍କ ସ୍ବାମୀ ତାଙ୍କ କିଡ୍‌ନୀ ବିକିଦେବା ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ମାଲକାନଗିରି ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ତାଙ୍କ...

ସରିଲା ଷଷ୍ଠୀ

କଟକ ଅଫିସ, ୧ା୧୦- ଦଶହରା ପାଇଁ ଉତ୍ସବ ମୁଖର କଟକ ସହର। କରୋନା ଯୋଗୁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା। ଚଳିତବର୍ଷ କରୋନା ହ୍ରାସ...

ଏମ୍‌କେସିଜି କରୋନା ୱାର୍ଡରେ ୫ ସନ୍ଦିଗ୍ଧ ଚିକିତ୍ସାଧୀନ

ବ୍ରହ୍ମପୁର ଅଫିସ,୫।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି(ଏମ୍‌କେସିଜି ) ମେଡିକାଲର କରୋନା ୱାର୍ଡରେ ଏବେ ୫ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ ନମୁନା...

କାମାକ୍ଷାନଗରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ୍‌.ଏ.)୩।୩: ଢେଙ୍କାନାଳ ଜିଲା କାମାକ୍ଷାନଗର ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି ଗୁରୁବାରଠାରୁ ଆରମ୍ଭ ହୋଇଛି।...

୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା...

ସେତୁ ନ ହେଲେ ଭୋଟ୍‌ ବର୍ଜନ

ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ...

Advertisement
Archives

Model This Week