ଚିଲିକାରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୫(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନଳବଣ ନିକଟ ଚିଲିକାରେ ମାଛ ଧରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ୟାମସୁନ୍ଦର ବେହେରାଙ୍କ ଘର କୃଷ୍ଣପ୍ରସାଦ ବ୍ଲକ କୁମାରପୁରରେ। ସେ ଏବଂ ତାଙ୍କ ଭାଇ ରାମହରି ବେହେରା ବୁଧବାର ଭୋର୍‌ ୪ଟାରୁ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ମାଛ ଧରିବା ସମୟରେ ଜୋରରେ ପବନ ପହିବାରୁ ଶ୍ୟାମ ପାଣି ଭିତରେ ପଡ଼ିଯାଇଥିଲେ। ତାଙ୍କ ଭାଇ ଶ୍ୟାମଙ୍କୁ ଉଦ୍ଧାର କରି କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଶ୍ୟାମଙ୍କ ୨ଝିଅ, ଗୋଟିଏ ପୁଅ ଏବଂ ସ୍ତ୍ରୀ ଅର୍ଥାଭାବ ଯୋଗୁ ଆନ୍ଧ୍ରପ୍ରଦେଶର ଅମରାବତୀରେ ଏକ ସୂତାକଳରେ କାମ କରିବା ପାଇଁ ଯାଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ନିଜ ଗ୍ରାମକୁ ଫେରିବା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନେ ଏଯାଏ ଘରକୁ ଫେରି ପାରିନାହାନ୍ତି। କୃଷ୍ଣପ୍ରସାଦ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ୟାମଙ୍କ ସ୍ତ୍ରୀ, ପୁଅ ଝିଅ ଆନ୍ଧ୍ରପ୍ରଦେଶରେ ଥିବାବେଳେ ଶୁଦ୍ଧିକ୍ରିୟା କିପରି କରାଯିବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମୃତକ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମର ଉଦୟନାଥ ବେହେରା ଅନୁରୋଧ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭି ଜଗିବ ପୂଜାମଣ୍ଡପ

ଖୋର୍ଦ୍ଧା ଅଫିସ,୧୮।୯:  ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ପୂଜା ପାଇବେ ଜଗତ୍‌ଜନନୀ ମା’ଦୁର୍ଗା ଓ ଧନଲକ୍ଷ୍ମୀ। ଦୁଇବର୍ଷ ପରେ ବିନା କଟକଣାରେ ମା’ଙ୍କ ପୂଜାର୍ଚ୍ଚନା...

ମୃତକଙ୍କୁ ମିଳୁଛି, ଭିନ୍ନକ୍ଷମଙ୍କୁ ନୁହେଁ

ଯାଜପୁର ଅଫିସ, ୧୧ା୧: ଯାଜପୁର ଜିଲାରେ ମୃତ ବ୍ୟକ୍ତିଙ୍କ ନାମରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଉଠା ଯାଉଥିବାବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନାର...

ଏବେ ବି ପୂଜା ପାଉଛି ୧୯୩୯ ମସିହାର ଗାଡ଼ି: ଅଲୋଡ଼ା ହୋଇଥିଲେ ବି ନିଆରା

କେନ୍ଦୁଝର, ୧୮।୯( ସ୍ବ.ପ୍ର.)-ବ୍ରିଟିଶ ଅମଳର ୧୩୩୯ ମସିହାର ଏକ ଟ୍ରକ ଏବେ ବି ପୂଜା ପାଉଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ହେଁ ଏହା...

ଜମି ଅଧିଗ୍ରହଣ ପରେ ଅଟକିଛି ବିକାଶ

ଭଦ୍ରକ ଅଫିସ, ୮ା୮- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ, ଜିଲାସ୍ତରୀୟ ଷ୍ଟାଡିୟମ୍‌, ଜିଲା କାରାଗାର, ଇଣ୍ଡୋର ଷ୍ଟାଡିୟମ୍‌ ଭଳି କେତେକ ସରକାରୀ ପ୍ରକଳ୍ପ...

ଏକ ମାସ ଜେଲରେ ରହିବା ପରେ ଜଣାଗଲା ନାବାଳକ

ବ୍ରହ୍ମପୁର ଅଫିସ,୫ା୮:ବେଆଇନ ଭାବେ ମଦ ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳକାରାଗାରରେ ଏକ ମାସ ବିଚାରାଧୀନ ବନ୍ଦୀ ଭାବେ ରହିବା ପରେ ଜଣେ...

ଗରୁଡ଼ବନ୍ଦୀକୁ ଫେରିଲା ଶାନ୍ତି

ଭୁବନ, ୨୨।୩(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ବାଲିବୋ ପଞ୍ଚାୟତର ଗରୁଡ଼ବନ୍ଦୀ ଗ୍ରାମରେ ଲାଗି ରହିଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ହୋଇଛି। ପ୍ରଶାସନିକ ହସ୍ତକ୍ଷେପ ପରେ...

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ବାରିପଦା ଅଫିସ,୭ା୧ ମୟୂରଭଞ୍ଜ ଜିଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା-୨୦୨୨ ପ୍ରକାଶିତ ହୋଇଛି। ଜିଲା ନିର୍ବାଚନ ଅଧିକାରୀ ତଥା...

ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ...

Advertisement
Archives

Model This Week