Posted inଫୁରସତ

ଚିନ୍ମୟ ଚିନ୍ତନ: ହର୍‌ ଗୁଣ୍‌ ଫେଡ୍‌ ମିଶା..

ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ?

ଶ୍ରୀ ସନ୍ନ୍ୟାସୀ

ହର୍‌ ଗୁଣ୍‌ ଫେଡ୍‌ ମିଶା, ଆଉ ସବୁ ପାଠ ଫସରଫସା-ପାଠକେ! ଏ ରସାଳିଆ ପଦଟିକୁ ଆପଣ ଜୀବନକାଳ ମଧ୍ୟରେ କେଉଁଠି ନା କେଉଁଠି ନିଶ୍ଚେ ଶୁଣିଥିବେ। ବିଶେଷକରି ପାଲା ବା ସଂକୀର୍ତ୍ତନ ଗାୟକମାନେ ନିଜ କାର୍ଯ୍ୟକ୍ରମ ପରିବେଷଣ କଲାବେଳେ ଉପସ୍ଥିତ ଶ୍ରୋତାମାନଙ୍କୁ ଏ କଥା କହିଥାନ୍ତି। ମୁଁ ଏ କଥାଟି ଖୁବ୍‌ ପିଲାବେଳେ ମୋ ଜେଜଙ୍କଠାରୁ ପ୍ରଥମେ ଶୁଣିଥିଲି। ପ୍ରଥମ କି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବାର କଥା ଇଏ। ଅବଶ୍ୟ ଭଲ ପଢ଼ୁଥିଲି। କ୍ଲାସ୍‌ରେ ସବୁଥିରେ ଫାଷ୍ଟ। ଘରେ ସବୁବେଳେ ପଢ଼େ। ମୋ ଜେଜ ଜଣେ ବେଶ୍‌ ଧାର୍ମିକ ଥିଲେ। ମୋତେ ଥରେ କହିଲେ-ଆରେ ନାତିଆ, କି ପାଠ ପଢ଼ୁଛୁ କିରେ? କହିଲି- ଜେଜେ ମୁଁ ମିଶାଣ ଫେଡାଣ ହରଣ ଗୁଣନ ଓ ପଣିକିଆ ସବୁ ଶିଖିଗଲିଣି। ଜେଜ କହିଲେ ଧନରେ! ସେ ପାଠଗୁଡାକ କୋଉ କାମରେ ଆସିବ ନାହିଁରେ। କେବଳ ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ପାଠ। ପା….ଠ…..। ଅର୍ଥାତ ଶୂନ୍‌ (0)କୁ ପାଅ। ଏ ପାଠ ହେଉଛି ଅବିଦ୍ୟା। ଅସଲ ପାଠ ହେଉଛି ବିଦ୍ୟା। ଏହା ଆମକୁ ମୁକ୍ତି ଦିଏ।

ମୁଁ ଆଖି ତରାଟି ଜେଜଙ୍କ ମୁହଁକୁ ଚାହିଁଲି। ଆଉ ଗୋଟେ କ’ଣ ‘ବିଦ୍ୟା’ ବୋଲି ଜିନିଷ ଅଛି! ଶ୍ରେଣୀରେ ସାର୍‌ ତ କହୁଥିଲେ-ପିଲାଏ! ତୁମେ ଯାହା ପଢ଼ୁଛ ତାହା ହେଉଛି ‘ବିଦ୍ୟା’। ତାହାକୁ ମନ ଲଗାଇ ପଢ଼ିବ। ତେବେ ଅସଲ ‘ବିଦ୍ୟା’ କ’ଣ?- ଜେଜେଙ୍କୁ ପଚାରିଲି। ସେଦିନ ମୋ ସରଳିଆ ମୁଣ୍ଡକୁ ବୁଝାଇବାକୁ ଯାଇ ଜେଜ କହିଥିଲେ-ହର ଗୁଣ ଫେଡ୍‌ ମିଶା, ଆଉ ସବୁ ପାଠ ଫସରଫସା।

‘ମୋର ତ ଏଗୁଡାକ ସବୁ ହୋଇଯାଇଛି’। ଜେଜ କହିଲେ, ନାଇଁରେ ନାତି, ହର ଗୁଣ ଫେଡ୍‌ ମିଶା କହିଲେ ତୁ ଯୋଉ ହରଣ, ଗୁଣନ, ଫେଡାଣ, ମିଶାଣ କରୁଛୁ, ୟେ ତା ନୁହେଁ। ଏହା ହେଉଛି ମାନବ ଜୀବନର ସବୁଠାରୁ ବଡ଼ କଥା। ଏ ପାଠ ପଢ଼ିଲେ ଈଶ୍ୱର ମିଳନ୍ତି। ଆଉ ଟିକେ ବଡ଼ ହ, ସବୁ ବୁଝିପାରିବୁ।

ଏଇ କିଛିଦିନ ତଳେ ପାଲାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଅତିଥି ହୋଇ ଏକ ମଞ୍ଚକୁ ଯାଇଥିଲି। ସଭା ପରେ ବାଦୀ ପାଲା ଆରମ୍ଭ ହେଲା। ପ୍ରଥମ ଥାକ ଗାୟକ ତାଙ୍କ ପରିବେଷଣରେ ପ୍ରଥମେ ଏଇ ପଦରୁ ହିଁ ଆରମ୍ଭ କଲେ। ସେତେବେଳେ ମୋ ଜେଜଙ୍କ କଥା ମନେପଡ଼ିଗଲା।

ପାଠକେ! ଅସଲ କଥାଟି କହିବାକୁ ଯାଇ ମୁଁ କୁଆଡେ ପଶିଗଲିଣି। ବାସ୍ତବରେ କ’ଣ ସେ ପଦର ବ୍ୟାଖ୍ୟାନ? ତା ଭିତରେ କେଉଁ ଆଧ୍ୟାତ୍ମିକ ଚିନ୍ତାଧାରା ଅଛି? କ’ଣ ହରଣ କରିବା, କାହାକୁ ଗୁଣିବା, କେମିତି ଫେଡିବା, କାହା ସହିତ ମିଶିବା? କ’ଣ… କ’ଣ ଏ ସବୁର ଅନ୍ତରାର୍ଥ।

ଆମ ରାଇଜର ପରମ ଭାଗବତ ମହାପୁରୁଷମାନେ ବହୁ ପ୍ରକାରେ ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରିଛନ୍ତି।
ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ? ପାଠକେ ଆମ ଭିତରେ ଥୋକାଏ ଅଛନ୍ତି, ଯେଉଁମାନେ ସର୍ବଦା ଅନ୍ୟର ନିନ୍ଦା କରିବାରେ ମାହିର୍‌। ତାଙ୍କ ଆଖିକୁ ଅନ୍ୟମାନଙ୍କ ଭଲ ଗୁଣ ଆଦୌ ଦେଖାଯାଏ ନା। ଏ ଧରଣର ଲୋକ ଆଧ୍ୟାତ୍ମିକ ସଡ଼କରେ ଜମା ଚାଲିପାରିବେ ନାହିଁ। ଆଧ୍ୟାତ୍ମିକ ରାଇଜରେ ପ୍ରବେଶ କରିବାର ପ୍ରଥମ ଯୋଗ୍ୟତା ହେଉଛି-ଭଲ ଦେଖ। କାହାର କୁତ୍ସାରଟନା କରନା। ଅନ୍ୟର ଭଲ ଗୁଣକୁ ଆହରଣ କର। ହରଣ କର। ଏହା ହେଉଛି ‘ହର୍‌’ର କଥା।

‘ଗୁଣ’ ମାନେ ? ସର୍ବଦା ଈଶ୍ୱରଙ୍କ ଗୁଣ କୀର୍ତ୍ତନ କର। ଗୀତାରେ କୁହାଗଲା-ତସ୍ମାତ୍‌ ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧ୍ୟ ଚ। ମୋତେ ସର୍ବଦା ସ୍ମରଣ କର। ସ୍ମରଣ ମାନେ ହେଉଛି ‘ଗୁଣିବା’।

ବାକି ରହିଲା ‘ଫେଡ୍‌’। ଫେଡ୍‌ ମାନେ ଫେଡାଣ। ବିଯୁକ୍ତ କରିବା। ମାଇନସ୍‌ କରିବା। ନିଜ ଭିତରେ ଯେଉଁ ମୋହ ବା ଆସକ୍ତି ଅଛି ତାକୁ ଫେଡ। ମୋର୍ହବିମୁକ୍ତ ହୁଅ।

ହର- ଅନ୍ୟର ଭଲ ଗୁଣକୁ ହରଣ କର।
ଗୁଣ- ଈଶ୍ୱରଙ୍କ ଗୁଣଗାନ କର।
ଫେଡ୍‌- ମୋହ ମାୟା ବା ଆସକ୍ତି ପରିତ୍ୟାଗ କର।
ମିଶା- ଉପରୋକ୍ତ ତିନୋଟି କାମ କଲେ ଶେଷରେ ପରମାତ୍ମାଙ୍କ ସହ ଜୀବର ମିଶାଣ ବା ଯୁକ୍ତ ହେବ।
ପାଠକେ କଥାଟି ମନକୁ ପାଇଲା ତ?

-ଦିବ୍ୟାଲୋକ ସନ୍ଧାନେ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନା ପାଇଁ ବେଙ୍ଗାଲୁରୁର ଜେଟ୍‌ପ୍ୟାକ୍‌ ସୁଟ୍‌

ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ କମ୍ପାନୀ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଜେଟ୍‌ପ୍ୟାକ୍‌ ସୁଟ୍‌ ଯୋଗାଇବାରେ ଉଦ୍ୟମ ଚଳାଇଛି। ଯେଉଁଥିରେ କି ଭାରତୀୟ ସେନା ଏହି ସୁଟ୍‌ରେ କଠିନ...

ପେଟର ଉପରି ଭାଗରେ ଦିଶୁଛି ହାର୍ଟ

ଆମେରିକାରେ ରହୁଥିବା ଭିରସାଭ୍ୟା ଗୋଞ୍ଚାରୋଭା ନାମକ ଏକ ଛୋଟ ଝିଅ ବିରଳ ସମସ୍ୟା ଦେଇ ଗତି କରୁଛନ୍ତି। ସେ ପାଣ୍ଟାଲୋଜି ଅଫ କଣ୍ଟ୍ରୋଲ ନାମକ ଏକ...

ଦୁନିଆର ସବୁଠୁ ଶକ୍ତିଶାଳୀ ପ୍ରାଣୀ

ଦୁନିଆରେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରୁ କେତେକ ଭୟଙ୍କର, ଆଉ କେତେକ ଶାନ୍ତ ସ୍ବଭାବର। କେହି କେହି ମାଂସ ଖାଇ ପେଟକୁ...

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା...

ରକ୍ତତୀର୍ଥ ଜାଲିଆନୱାଲାବାଗ

ସମୟ ଅପରାହ୍ନ, ଜୁନ୍‌ ୯ ତାରିଖ। ଅମୃତସରର ସ୍ବର୍ଣ୍ଣମନ୍ଦିର ଉପକଣ୍ଠରେ ରହିଥିବା ଏହି ପବିତ୍ର ସ୍ଥାନ ଦର୍ଶନ ପାଇଁ ଯାଇଥାଏ ମୁଁ। ଇତିହାସ ପୃଷ୍ଠାରେ ପଢ଼ିଥିବା...

ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ

ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର...

୮ ସ୍ତ୍ରୀଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରୁଛନ୍ତି ଏହି ବ୍ୟକ୍ତି

ବ୍ରାଜିଲର ପ୍ରସିଦ୍ଧ ମଡେଲ ଏବଂ ଇନ୍‌ଫ୍ଲୁଏନ୍ସର ଆର୍ଥର ଓ ଉର୍ସୋଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ, ମୋଟ ଆଠ ଜଣ ସ୍ତ୍ରୀ ଅଛନ୍ତି। ସେ ସମସ୍ତ...

ଡୁଡୁଲରେ ପି.କେ. ରୋଜିଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମାଲୟାଲମ୍‌ ଫିଲ୍ମର ପ୍ରଥମ ମହିଳା ତଥା ଦଳିତ ଅଭିନେତ୍ରୀ ପି.କେ. ରୋଜିଙ୍କ ୧୨୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଗୁଗୁଲ ପକ୍ଷରୁ ଏକ ଡୁଡୁଲ୍‌ ସମର୍ପିତ...

Advertisement
Archives

Model This Week