Posted inଖେଳ

ଚିନ୍ନାସ୍ବାମୀରେ ବର୍ଷାର ଖେଳ

ବେଙ୍ଗାଲୁରୁ, ୧ା୫ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ ବର୍ଷାଯୋଗୁ ଅଧାରୁ ବାତିଲ ହୋଇଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଭାଗ କରିଛନ୍ତି। ଦୀର୍ଘ ସମୟଧରି ବର୍ଷା ଲାଗି ରହିବାରୁ ମ୍ୟାଚକୁ ୫ ଓଭର ବିଶିଷ୍ଟ କରାଯାଇଥିଲା। ଆରସିବି ୫ ଓଭରରେ ୭ ଉଇକେଟ ହରାଇ ୬୨ ରନ କରିଥିଲା। ରାଜସ୍ଥାନ ୩.୨ ଓଭରରେ ୧ ଉଇକେଟ ହରାଇ ୪୧ ରନ କରିଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚକୁ ବାତିଲ କରାଯାଇଥିଲା। ପଏଣ୍ଟ ଭାଗ ହେବାରୁ ଆରସିବିର ପ୍ଲେ-ଅଫ୍‌ ଆଶା ଶେଷ ହୋଇ ଯାଇଛି।

ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୬୩ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ରାଜସ୍ଥାନ ପକ୍ଷରୁ ଇନିଂସ ଓପନ କରିଥିଲେ ଲିଆମ ଲିଭିଙ୍ଗଷ୍ଟୋନ୍‌ ଓ ସଞ୍ଜୁ ସାମସନ। ଉମେଶ ଯାଦବଙ୍କ ପ୍ରଥମ ଓଭରରୁ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ସାମସନ ସଂଗ୍ରହ କରିଥିଲେ ୧୦ ରନ। ଦ୍ୱିତୀୟ ଓଭର ବୋଲିଂ କରିଥିଲେ ନଭଦୀପ ସଇନି। ଏହି ଓଭରରୁ ସଂଗୃହୀତ ହୋଇଥିଲା ୧୨ ରନ। ତୃତୀୟ ଓଭର ନେଇ ଆସିଥିଲେ କୁଲଓ୍ବନ୍ତ ଖେଜ୍ରୋଲିଆ। ତାଙ୍କ ପ୍ରଥମ ବଲ୍‌କୁ ଛକାରେ ପରିଣତ କରି ଚାପ ପ୍ରୟୋଗ କରିଥିଲେ ସାମସନ। ପରେ ୧ ଓ ୧ ଚୌକା ସହ ୧୮ ରନ ସଂଗ୍ରହ କରିଥିଲେ ସାମସନ ଓ ଲିଭିଙ୍ଗଷ୍ଟୋନ। ୪ର୍ଥ ଓଭର ବୋଲିଂ କରିଥିଲେ ୟୁଜବେନ୍ଦ୍ର ଚହଲ। ଏହି ଓଭରର ପ୍ରଥମ ବଲ୍‌ରେ ବାଇରୁ ୧ ରନ ହୋଇଥିବାବେଳେ ଦ୍ୱିତୀୟ ବଲ୍‌ରେ ସାମସନଙ୍କୁ ଆଉଟ କରିଥିଲେ ୟୁଜବେନ୍ଦ୍ର। ଏହାପରେ ପୁଣି ବର୍ଷାର ଖେଳ ଆରମ୍ଭ ହୋଇ ଯାଇଥିଲା। ସାମସନ ୧୩ ବଲ୍‌ରୁ ୨ ଚୌକା ଓ ୩ ଛକା ସହାୟତାରେ ୨୮ ରନ କରି ଆଉଟ ହୋଇଥିବାବେଳେ ଲିଭିଙ୍ଗଷ୍ଟୋନ ୭ ବଲ୍‌ରୁ ୧୧( ୧ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଇନିଂସ ଓପନ କରିଥିଲେ ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲର୍ସ। ବରୁଣ ଆରୋନଙ୍କ ପ୍ରଥମ ୨ ବଲ୍‌କୁ ଛକାରେ ପରିଣତ କରି କୋହଲି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ୩ୟ ବଲ୍‌ରେ ୧ ରନ ହୋଇଥିବାବେଳେ ୪ର୍ଥ ବଲ୍‌କୁ ଚୌକାରେ ପରିଣତ କରିଥିଲେ ଡିଭିଲର୍ସ। ୪ର୍ଥ ବଲ୍‌ରୁ ୨ ଓ ୫ମ ବଲ୍‌ରୁ ଚୌକା ହେବାରୁ ପ୍ରଥମ ଓଭରରୁ ଆରସିବି ୨୩ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସିଥିଲେ ଇନ୍‌ଫର୍ମ ବୋଲର ଶ୍ରେୟାସ ଗୋପାଳ। ତାଙ୍କ ପ୍ରଥମ ବଲ୍‌କୁ ମଧ୍ୟ ଛକାରେ ପରିଣତ କରିଥିଲେ କୋହଲି। ଦ୍ୱିତୀୟ ବଲ୍‌କୁ ଚୌକା ମାରିଥିବାବେଳେ ୩ୟ ବଲ୍‌ରୁ ୨ ରନ ସଂଗ୍ରହ କରିଥିଲେ। ୪ର୍ଥ ବଲ୍‌କୁ ଛକା ମାରିବା ଚକ୍କରରେ ସେ ଲଙ୍ଗଅନ୍‌ରେ ଲିଭିଙ୍ଗଷ୍ଟୋନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୭ ବଲ୍‌ ଖେଳିଥିବା କୋହଲି ୧ଚୌକା ଓ ୩ ଛକା ସହାୟତାରେ ୨୫ ରନ କରିଥିଲେ। ମାତ୍ର ପରବର୍ତ୍ତୀ ବଲ୍‌କୁ ବଡ଼ ଶଟ୍‌ ଲଗାଇବା ଚକ୍କରରେ ଡିଭିଲର୍ସ ଆଉଟ ହେବା ରୟାଲ ଚ୍ୟାଲେଞ୍ଜର୍ସକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ୪ ବଲ୍‌ ଖେଳିଥିବା ଡିଭିଲର୍ସ ୨ ଚୌକା ସହ ୧୦ ରନ କରିଥିଲେ। ଓଭରର ପରବର୍ତ୍ତୀ ବଲ୍‌ରେ ମାର୍କୁସ ଷ୍ଟୋଇନ୍ସ(୦)ଙ୍କୁ ଆଉଟ କରି ହ୍ୟାଟ୍ରିକ  ପୁରଣ କରିଥିଲେ ଗୋପାଳ। ଚଳିତ ଆଇପିଏଲରେ ଏହାଥିଲା ଦ୍ୱିତୀୟ ଏବଂ ଓଭରଅଲ୍‌ ୧୯ତମ ହ୍ୟାଟ୍ରିକ।୨ ଓଭର ଶେଷସୁଦ୍ଧା ବାଙ୍ଗାଲୋର ସ୍କୋର ୩୫/୩ ହୋଇ ଯାଇଥିଲା। ୩ୟ ଓଭରରେ ଆରସିବି ଗୁରକୀରଟ ସିଂଙ୍କ ଉଇକେଟ ହରାଇ ୧୦ ରନ ସଂଗ୍ରହ କରିଥିଲା। ସେହିପରି ୪ର୍ଥ ଓଭରରେ ଦଳ ପାର୍ଥିବ ପଟେଲଙ୍କ ଉଇକେଟ ହରାଇ ସଂଗ୍ରହ କରିଥିଲା ୯ ରନ। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଓଶାନେ ଥୋମାସ। ଏହି ଓଭରରେ ହେନରିଚ୍‌ କ୍ଲାସେନ ଓ ପଓ୍ବନ ନେଗିଙ୍କ ଉଇକେଟ ହରାଇ ଆରସିବି ୮ ରନ କରି ପାରିଥିଲା। ଫଳରେ ଦଳ ୫ ଓଭରରେ ୭ ଉଇକେଟ ହରାଇ ୬୨ ରନ କରିଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଗୋପାଳ ୩ଟି, ଥୋମାସ ୨ଟି ଏବଂ ରିୟାନ ପରାଗ ଓ ଜୟଦେବ ଉନାଡ଼କଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ ଓଭରରେ ୬୨/୭(କୋହଲି-୨୫, ଡିଭିଲର୍ସ-୧୦, ଗୋପାଳ-୩/୧୨, ଥୋମାସ-୨/୬, ପରାଗ-୧/୧୦, ଉନାଡ଼କଟ-୧/୯)।

ରାଜସ୍ଥାନ ରୟାଲ୍ସ ୩.୨ ଓଭରରେ ୪୧/୧(ସାମସନ-୨୮, ଲିଭିଙ୍ଗଷ୍ଟୋନ-୧୧*, ଚହଲ-୧/୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri