ଚିନ୍ତା ବଢାଇଛି ଆଣବିକ ବିକିରଣ ଯୋଗୁ ଲାଗିଥିବା ନିଆଁ

କିଭ,୧୩।୪: ୟୁକ୍ରେନର ଚେର୍ନୋବିଲ ଆଣବିକ କାରଖାନାର ପରିତ୍ୟକ୍ତ ଅଞ୍ଚଳରେ ଲାଗିଥିବା ନିଆଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଆୟତ୍ତ କରିବାକୁ ଶହ ଶହ ଅଗ୍ନିଶମ କର୍ମଚାରୀ ସଂଘର୍ଷ ଜାରି ରଖିଛନ୍ତି। ଏହି ନିଆଁ ଉକ୍ତ ଅଞ୍ଚଳରେ ବିକିରଣ ସୃଷ୍ଟି କରୁଥିବାରୁ ଏହାକୁ ନେଇ ଅଧିକାରୀମାନେ ଭୟଭୀତ ହୋଇଯାଇଛନ୍ତି ବୋଲି କୁହାଯାଉଛି। ୧୯୮୬ରେ ହୋଇଥିବା ଦୁର୍ଘଟଣା ତୁଳନାରେ ବିକିରଣ ସ୍ତର ଯଥେଷ୍ଟ କମ୍‌ ଥିଲେ ମଧ୍ୟ ଏହା ବିପଦ ସୃଷ୍ଟି କରୁଥିବାରୁ ଅଧିକାରୀମାନେ ଭୟଭୀତ ହୋଇଯାଇଛନ୍ତି। ଗତ ଏକ ସପ୍ତାହ ହେବ ରୁଷ ଓ ବେଲାରୁସ ଆଡକୁ ପବନ ବହୁଥିବାରୁ ଏହା ମଧ୍ୟ ଭୟ ସୃଷ୍ଟି କରୁଛି। ଶୁକ୍ରବାର ୟୁକ୍ରେନର ରାଜଧାନି କିଭ ଆଡକୁ ପବନର ଦିଗ ପରିବର୍ତ୍ତନ କରିଥିବାରୁ ସହରରେ ବିକିରଣ ସ୍ତର ସ୍ବାଭାବିକ ରହିଛି, ଯାହାର ଜନସଂଖ୍ୟା ପ୍ରୟା ୩ ନିୟୁତ ବୋଲି କୁହାଯାଇଛି। କିନ୍ତୁ ଶନିବାର ପବନର ବେଗ ବଢିବାରୁ ଏହା ପରମାଣୁ କାରଖାନାର ଅବଶିଷ୍ଟ ଅଂଶ ଓ ଅନ୍ୟ ଉପକରଣରେ ନିଆଁ ବ୍ୟାପିପାରେ ବୋଲି ଅନୁମାନ କରାଯାଉଛି। ଟେଲିଫୋନଯୋଗେ ଦେଇଥିବା ଏକ ସାକ୍ଷାତକାରରେ ଉକ୍ତ ଅଞ୍ଚଳର ତଦାରଖ କରୁଥିବା ଏଜେନ୍ସିର କାର୍ଯ୍ୟନିର୍ବାହୀ ମୁଖ୍ୟ କ୍ୟାଟରିନା ପାଭ୍ଲୋଭା କହିଛନ୍ତି। ସୂଚନାଯୋଗ୍ୟ, ୧୯୮୬ ଚେର୍ନୋବିଲ ବିପର୍ଯ୍ୟୟ ପରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ଚାରିପାଖରେ ଏକ କ୍ଷେତ୍ର ସୃଷ୍ଟି କରିଥିଲେ। ଯାହା ଜୋନ ଅଫ୍‌ ଏଲିଏନେଶନ ଭାବେ ଜଣାଶୁଣା। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତାକାର, କଣ୍ଟା ବାଡରେ ଏହାକୁ ଘେରାଯାଇଥିଲା। ଏହି ଜୋନକୁ ପ୍ରବେଶ କରିବାକୁ କମ୍‌ ଶ୍ରମିକଙ୍କୁ ଅନୁମତି ମିଳିଥିଲା। ସେହି ଅଞ୍ଚଳକୁ କେବଳ ସାଇଟ୍‌ ପରିଚାଳନା କରୁଥିବା ଶ୍ରମିକ ଓ ପର୍ଯ୍ୟଟକଙ୍କୁ ପରିଭ୍ରମଣ କରୁଥିବା ଗାଇଡଙ୍କୁ ଅନୁମତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri