ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ ପାଳନ କରାଯାଇଥିଲା। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଓ୍ବାଲର୍‌ଡ ଫେଡେରେଶନ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ( ବିଶ୍ୱ ମାନସିକ ସ୍ବାସ୍ଥ୍ୟ ମହାସଂଘ) ଦ୍ୱାରା ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏହି ଦିବସର ଉଦ୍ଦେଶ୍ୟ। ଏହି ଦିନ ପୂରା ବିଶ୍ୱରେ ବିଭିନ୍ନ ଦେଶର ସରକାର ତଥା ସାମାଜିକ ସଂଗଠନଗୁଡିକ ଦ୍ୱାରା ଲୋକମାନଙ୍କୁ ମାନସିକ ଚାପମୁକ୍ତ କରିବା ପାଇଁି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ୨୦୧୮ରେ ଏହିି ଦିବସର ସ୍ଲୋଗାନ୍‌ ‘ବିଶ୍ୱରେ ପରିବର୍ତ୍ତିତ ପରିସ୍ଥିତିରେ ବୟସ୍କ ଓ ମାନସିକ ସ୍ବାସ୍ଥ୍ୟ’ ବୋଲି ରଖାଯାଇଥିଲା । ୨୦୧୯ରେ ଏହି ଦିବସର ସ୍ଲୋଗାନ ରହିଛି‘ଆମତ୍ହତ୍ୟା ରୋକିବା ଲାଗି ଧ୍ୟାନଦେବା’। ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ରୋଗଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ,ବିଶ୍ୱରେ ପାଖାପାଖି ୩୫୦ ମିଲିୟନରୁ ଅଧିକ ଲୋକ ମାନସିକ ବିଷାଦଗ୍ରସ୍ତ। ଏ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବେଶି। ବିଷାଦ ଯୋଗୁ ପ୍ରତିବର୍ଷ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏବେ ବିଶ୍ୱରେ ଆନୁମାନିକ ୪୫୦ ମିଲିୟନ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରହିଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି। ଭାରତରେ ପ୍ରାୟ ୧.୫ ମିଲିୟନ ବ୍ୟକ୍ତି ମାନସିିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ। ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋର ବି ସାମିଲ ରହିଛନ୍ତି। ଆଧୁନିକ ତଥା ବ୍ୟସ୍ତ ଜୀବନଶୈଳୀ ଏବେ ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଉଛି। ବିଷାଦ ଆମତ୍ହତ୍ୟାର ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏଣୁ ଏହି ପରିସ୍ଥିତିରେ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାର ଯଥାର୍ଥତା ରହିଛି।
ମାନସିକ ରୋଗ ବ୍ୟକ୍ତିଙ୍କ ଭାବନା ଓ କାର୍ଯ୍ୟଶୈଳୀକୁ ପ୍ରଭାବିତ କରେ। ଏହି ରୋଗ ଏକାଗ୍ରତା,ସ୍ବଭାବ,ସଂଯୋଜନା ଏବଂ କହିବା କ୍ଷମତାରେ ସମସ୍ୟା ଆଣିଥାଏ। ଏହାଦ୍ୱାରା ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟରେ ବି ସଂଘର୍ଷ କରିବାକୁ ପଡେ। ଏଣୁ ଏହି ସମସ୍ୟା ଏବେ ବିଶ୍ୱରେ ଚିନ୍ତା ବଢାଇ ଦେଇଛି ଓ ସବୁ ଦେଶ ପାଇଁ ବୋଝ ପାଲଟିଯାଇଛି। ଭାରତ ସରକାର ଏହି ସମସ୍ୟାକୁ ରୋକିବା ପାଇଁ ୧୯୮୨ରେ ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଏନ୍‌ଏମ୍‌ଏଚ୍‌ବି) ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri