ଚିନିକଳ ବିକ୍ରି ଗୁଜବ : ଏକାଠି ହେଲେ କୃଷକ, ନେତା, ହେବ ଆନ୍ଦୋଳନ

ନୟାଗଡ଼ ଅଫିସ,୧୭ା୬:  ନୟାଗଡ଼ ଜିଲା ସଦର ବ୍ଲକ ପାଣିପୋଇଲାଠାରେ ଥିବା ଚିନିକଳ ବିକ୍ରି ନେଇ ଗୁଜବ ପ୍ରଚାର ହେବା ପରେ ଏବେ ଜିଲାସାରା ଗୋଟିଏ ଚର୍ଚ୍ଚା। କିପରି ଏହାର ସୁରକ୍ଷା ହେବ ବା ଚିନିକଳ ଖୋଲିବ। ଏଥିପାଇଁ କୃଷକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ନେତା ସବୁ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଜିଲାର ଥିବା ଏକମାତ୍ର ଏହି ଚିନିକଳ ୫ବର୍ଷ ହେଲା ବନ୍ଦ ହୋଇପଡ଼ିଥିବା ବେଳେ ଏହାକୁ ଗୁଜରାଟର ଏକ କମ୍ପାନୀ କିଣି ନେଇଥିବା ନେଇ ଆଲୋଚନା ହେଉଛି। ହେଲେ ଏ ନେଇ ପ୍ରଶାସନ ପାଖରେ କୌଣସି ଖବର ନ ଥିବା କୁହାଯାଇଛି।
ରବିବାର ବାଲୁଗାଁର ଚଣ୍ଡୀମନ୍ଦିରଠାରେ ଚିନିକଳ ବଞ୍ଚାଅ ସମିତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମିକନେତା ବିଶ୍ୱନାଥ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ କୃଷକ ପ୍ରତିନିଧି, ଜନପ୍ରତିନିଧି ଓ ଶ୍ରମିକ କର୍ମଚାରୀଙ୍କ ପ୍ରତିନିଧିମାନେ ଯୋଗଦେଇ ଚିନିକଳ ସୁରକ୍ଷା ସହିତ ଏହାକୁ ଖୋଲିବା ପାଇଁ ଜନଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସୋମବାର ଏ ନେଇ ପ୍ରତିନିଧିମାନେ ଜିଲାପାଳଙ୍କୁ ଭେଟିବାକୁ ଆଲୋଚନା ହୋଇଥିଲା। ଚିନିକଳକୁ ଖୋଲିବା ଲାଗି ବ୍ୟାପକ ଗଣସଚେତନତା ଓ ଆନ୍ଦୋଳନ ନିମନ୍ତେ ଚଳିତମାସ ୨୧ ତାରିଖରେ ବାଲୁଗଁାଠାରେ ଏକ ଗଣସମାବେଶ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ଭାଜପା ନେତା ସନ୍ତୋଷ କୁମାର ପ୍ରଧାନ, କୃଷକନେତା ଯୋଗେନ୍ଦ୍ର ଖୁଣ୍ଟିଆ, ଜନାର୍ଦ୍ଦନ ଦଳବେହେରା, ଗୋଲକ ବିହାରୀ ମୁଦୁଲି, ଗୋପୀନାଥ ପ୍ରଧାନ, ରଣଜିତ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ।
ଗୁଜବର ସୂତ୍ରଧର- ଦୁଇଦିନ ତଳେ ଅର୍ଥାତ୍‌ ଗତ ଶୁକ୍ରବାର ଅପରାହ୍ନରେ ଗୁଜରାଟର ଶକ୍ତି ଏଣ୍ଟରପ୍ରାଇଜର୍ସ ସଂସ୍ଥାର ଦୁଇଜଣ ଅଧିକାରୀ କିମ୍ବା କର୍ମଚାରୀ ୩୦ରେ ଚିନିକଳକୁ ଆସିଥିଲେ। ସେମାନେ ଭିତରକୁ ପଶିବାରୁ ଉଦ୍ୟମ କରିବାରୁ ସେଠାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲା। ପରେ ସେମାନେ ଏହାକୁ ବ୍ୟାଙ୍କଠାରୁ ୧ କୋଟି ୮୦ଲକ୍ଷ ଟଙ୍କାରେ କିଣିଥିବା ପ୍ରକାଶ କରିଥିଲେ। ସେମାନଙ୍କୁ କାଗଜପତ୍ର ଦେଖାଇବାରୁ କୁହାଯାଇଥିଲେ ମଧ୍ୟ ଦେଖାଇପାରି ନ ଥିଲେ। ପରେ ପଛରେ ଆସିବେ କହି ଭିଜିଟିଂ କାର୍ଡ଼ ଦେଇ ପଳାଇ ଯାଇଥିଲେ। ଏହା ପରେ ଚିନିକଳ ବିକ୍ରି ହେବା ଗୁଜବ ପ୍ରଚାର ହୋଇଥିଲା। ଭିଜିଟିଂ କାର୍ଡ଼ରେ ଥିବା ଦୁଇଟି ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସୁଇଚ୍‌ ଅଫ୍‌ ଥିବାରୁ ସମ୍ଭବ ହୋଇପାରି ନ ଥିଲା।
ଚିନିକଳ ଇତିହାସ- ଏପ୍ରିଲ ୧୯୮୪ରେ ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ବାଲୁଗାଁ ପଞ୍ଚାୟତ ପାଣିପୋଇଲାଠାରେ ୧୪୩ ଏକର ପରିମିତ ଜାଗାରେ ଚିନିକଳର ଶିଳାନ୍ୟାସ କରାଯାଇଥିଲା। ପରେ ୧୯୮୫ରୁ ୧୯୮୮ ମଧ୍ୟରେ ୧୮କୋଟି ଟଙ୍କା ବ୍ୟୟରେ ଚିନିକଳ ପ୍ରତିଷ୍ଠା କରାଗଲା। ୧୯୮୮ରେ ଚିନିକଳରୁ ଉପତ୍ାଦନ ଆରମ୍ଭ ହେଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ସମବାୟ ଭିତ୍ତିରେ ପ୍ରତିଷ୍ଠିତ ଏହି ଚିନି କଳ ବାରମ୍ବାର କ୍ଷତିରେ ଚାଲିବା ସହ ଆଖୁ ଚାଷୀ ଓ କାରଖାନା କର୍ମଚାରୀମାନେ ତାଙ୍କ ପ୍ରାପ୍ୟ ପାଇପାରିଲେ ନାହିଁ । ମାତ୍ର ୨ବର୍ଷ ଚାଲିବା ପରେ ବନ୍ଦ ହେବା ଅବସ୍ଥାକୁ ଚାଲିଆସିବାରୁ ସରକାର ଏହାକୁ ତାମିଲନାଡ଼ୁର ଧରଣୀ ସୁଗାର୍ସ ନାମକ ଏକ କମ୍ପାନୀକୁ ଲିଜ୍‌ ସୂତ୍ରରେ ୧୨ ବର୍ଷ ପାଇଁ ହସ୍ତାନ୍ତର କରିଦେଲେ। ଧରଣୀ ସୁଗାର୍ସ କିଛିବର୍ଷ ଚିନିକଳ ଚଲାଇବା ପରେ ଆଖୁଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ନ ଦେଇ ରାତିଅଧିଆ ଚମ୍ପଟ ମାରିଲା। ଫଳରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଏହା ବନ୍ଦ ରହିଲା। ୨୦୦୪ ଜୁନ୍‌ ମାସରେ ସରକାର ଚିନିକଳକୁ ମାତ୍ର ୫ କୋଟି ଟଙ୍କାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ହସ୍ତାନ୍ତର କଲେ। ହେଲେ ମିଶ୍ର ୨୦୧୨ରୁ ୨୦୧୪ ମଧ୍ୟରେ ଚିନି କଳ କର୍ମଚାରୀ ଓ ଆଖୁ ଚାଷୀଙ୍କ ପ୍ରାୟ ୪ କୋଟି ଟଙ୍କା ନ ଦେଇ ଗତ ୨୦୧୪ ମାର୍ଚ୍ଚ ୪ ତାରିଖ ରାତିରେ ଚିନି କଳରେ ତାଲା ଝୁଲାଇ ଚମ୍ପଟ ମାରିଲେ। ସେହି ଦିନଠାରୁ ନୟାଗଡ଼ର ଏକମାତ୍ର ଶିଳ୍ପ କାରଖାନା କୁହାଯାଉଥିବା ଚିନିକଳ ବନ୍ଦ ହୋଇ ପଡ଼ିରହିଛି।
ବିଭିନ୍ନ ସମୟରେ ହେଉଛି ଚୋରି – ବନ୍ଦ ହେବାର ୫ବର୍ଷ ଭିତରେ ଚିନକଳ ଭିତରକୁ ଦୁର୍ବୃତ୍ତମାନେ ପଶି ବାରମ୍ବାର ଚୋରି କରିବାରେ ଲାଗିଛନ୍ତି। ୬ମାସ ତଳେ ଏଠାରୁ ପାଇପ୍‌ ଚୋରି କରୁଥିବା ଜଣେ ଦୁର୍ବୃତ୍ତଙ୍କୁ ସଦର ପୋଲିସ ଗିରଫ କରିଥିଲା। ପରେ ବିଭିନ୍ନ ସମୟରେ ଚୋରି ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଜଣେ ବ୍ୟକ୍ତିଙ୍କ କହିବାନୁସାରେ ଚିନିକଳ ଖୋଲିବା ସମୟରେ ୫୪ ଜଣ ଗାର୍ଡ଼ ଥିଲେ। ମାତ୍ର ବନ୍ଦ ହୋଇଯିବା ପରେ ବର୍ତ୍ତମାନ ମାତ୍ର ୬ଜଣ ଅଛନ୍ତି। ଅଧିକ ଗାର୍ଡ଼ ନ ଥିବାରୁ ବିଭିନ୍ନ ସମୟରେ ଚୋରି ହେଉଥିବା କୁହାଯାଉଛି।
ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହାକୁ ଅପେକ୍ଷା- କୃଷିମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଜିଲା ତଥା ତାଙ୍କ ନିର୍ବାଚନମଣ୍ଡଳୀରେ ବନ୍ଦ ହୋଇପଡ଼ିଥିବା ଚିନିକଳ ଖୋଲିବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ନିର୍ବାଚନ ସମୟରେ ଭାଜପା ନିର୍ବାଚନ ଜିତିଲେ ୧୫ ଦିନ ଭିତରେ ଚିନିକଳ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହଭିଳି ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ନିର୍ବାଚନ ଜିତିଲେ ସାତଦିନ ଭିତରେ ଚିନିକଳ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅରୁଣ ନିର୍ବାଚନ ଜିତି କୃଷିମନ୍ତ୍ରୀ ହେଲେଣି। ତେଣୁ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରୁଛନ୍ତି ତାହାକୁ ଜିଲାବାସୀ ଅପେକ୍ଷା କରିଛନ୍ତି। ମନ୍ତ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଚିନିକଳ କେସ୍‌ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ମାମଲା ଫଇସଲା ହେବା ପରେ ତୁରନ୍ତ ଚିନିକଳ ଖୋଲାଯିବ।
କ’ଣ କହନ୍ତି ଜିଲାପାଳ-ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକ କହନ୍ତି, ଚିନିକଳ ବିକ୍ରି ହେବା ନେଇ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ଏ ନେଇ ମଧ୍ୟ ତାଙ୍କ ପାଖକୁ କୌଣସି ଚିଠି ଆସିନାହିଁ। ୟୁକୋ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ପାଖକୁ ସେହିଭଳି କୌଣସି ବ୍ୟକ୍ତି ଆସି ନ ଥିବା ସେ ପ୍ରକାଶ କରିଥିଲେ। ସେହିଭିଳି ଏ ନେଇ କୌଣସି ଟେଣ୍ଡର ହୋଇ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିବା ଜିଲାପାଳ ପ୍ରକାଶ କରିଥିଲେ। ନିଲାମ ନେଇ ନୋଟିସ୍‌ ବାହାରିଥିଲା, କିନ୍ତୁ କେହି ନିଲାମଧାରୀ ମିଳି ନ ଥିଲେ। ବିଭିନ୍ନ ସମୟରେ ଚିନିକଳ ବିକ୍ରି ଗୁଜବରୁ ନିଜକୁ ଦୂରେଇ ରଖିବାକୁ ଜିଲାପାଳ କୃଷକ, ଚିନିକଳ କର୍ମଚାରୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri