ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି, ଜଙ୍ଗଲଜମି ଏବେ ଚିଙ୍ଗୁଡି ମାଫିଆଙ୍କ କବଳରେ ରହିଛି। ପ୍ରଶାସନ ସବୁ ଜାଣି ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଚିଙ୍ଗୁଡି ମାଫିଆମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ଲୋକମାନଙ୍କୁ ହାତ କରି ଏହିସବୁ ଜାଗାରେ ବେଆଇନ ଭାବେ ପୋଖରୀ ଖୋଳୁଛନ୍ତି । ଚିଙ୍ଗୁଡି ଚାଷରେ ମାଫିଆମାନେ ପ୍ରଚୁର ମୁନାଫା ଉଠାଉଥିବାରୁ ତଳିଆ ପ୍ରଶାସନିକ ଅଧିକାରୀମାନଙ୍କୁ ସହଜରେ ବଶ କରୁଛନ୍ତି । ଯେଉଁମାନେ ଏହା ବିରୋଧରେ ସ୍ବର ଉଠାଉଛନ୍ତି ମାଫିଆମାନେ ସେମାନଙ୍କୁ ଧମକଚମକ ଦେଉଛନ୍ତି । ଚିଙ୍ଗୁଡି ଝିଲି ଯୋଗୁ ଜଳନିଷ୍କାସନ ବାଟ, ନାଳ, ଜୋର ଆଦି ଅବରୋଧ ହୋଇଯାଉଛି । ହଂସକରା ନଦୀମୁହାଣ ଚିଙ୍ଗୁଡିଝିଲି ଯୋଗୁ ମଧ୍ୟ ଅବରୋଧ ହୋଇରହିଛି। ଫଳରେ ବର୍ଷାଋତୁରେ ଏସବୁ ଅଞ୍ଚଳର ଉଦବୃତ୍ତ ଜଳରାଶି ନିଷ୍କାସିତ ହୋଇ ନ ପାରି ଚାଷ ଜମିରେ ଦିନ ଦିନ ଧରି ଜମି ରହୁଛି । ବନ୍ୟାଜଳ ମଧ୍ୟ ସହଜରେ ସମୁଦ୍ରକୁ ନିଷ୍କାସିତ ହୋଇପାରୁନାହିଁ । ମାଫିଆମାନେ ଚିଙ୍ଗୁଡି ଝିଲିର ଆବର୍ଜନା, ବିଷାକ୍ତ ଜଳ, ନଷ୍ଟ ଚିଙ୍ଗୁଡି ଖାଦ୍ୟକୁ ଏଣେତେଣେ ଫୋପାଡି ଦେଉଥିବାରୁ ସ୍ଥାନୀୟ ଅଞ୍ଚଳର ପରିବେଶ ମଧ୍ୟ ଦୂଷିତ ହୋଇଯାଉଛି । ପୂର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି କରୁଛି। କୋଷ୍ଟାଲ ରେଗୁଲେଟିଂ ଆକ୍ଟ ଅନୁସାରେ ସମୁଦ୍ରଜଳ ରାଶିଠାରୁ ୨ କି.ମି. ବ୍ୟବଧାନରେ କୌଣସି ବେଆଇନ ଖନନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ମାତ୍ର ମାଫିଆମାନେ ତାହାକୁ ବେଖାତିର କରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ କରୁଛନ୍ତି। ଅନ୍ୟପକ୍ଷରେ ଚିଙ୍ଗୁଡି ମାଫିଆମାନେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ହାତ କରି ହଂସକରା ନଦୀମୁହାଣରୁ ଚିଙ୍ଗୁଡି ଯାଆଁଳ ସହିତ ଅନ୍ୟ ଯାଆଁଳମାନଙ୍କୁ ଧରି ନେଉଥିବାରୁ ମୁହାଣ ମତ୍ସ୍ୟଶୂନ୍ୟ ହେବାକୁ ବସିଲାଣି। ସମୁଦ୍ର ମୁହାଣରୁ ମାଛଧରି ଜୀବିକା ନିର୍ବାହ କରୁଥିବା ଧୀବରମାନେ ମଧ୍ୟ ସେମାନଙ୍କ ଜୀବିକା ହରାଇଲେଣି। ଚାଉଳତି, ଜମ୍ଭୀରାଇ, ହଂସକରା, ଇଚ୍ଛାପୁର, ବୋଳଂ ଓ ସାଉଡି ଆଦି ଗ୍ରାମରେ ସମସ୍ୟା ଦିନକୁ ଦିନ ଜଟିଳ ହୋବକୁ ଲାଗିଛି । ତେବେ ଏନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri