ଚିକେନ ରାଜପୁତାନା

ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍‌ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ ପ୍ଲେଟ ଦାମ୍‌ ୨୩୦ ଟଙ୍କା। ହୋଟେଲର ମୁଖ୍ୟ ଶେଫ୍‌ ଆକାଶ ଏହାର ପ୍ରସ୍ତୁତି ସମ୍ପର୍କରେ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:
ଚିକେନ : ୧ କିଗ୍ରା
ଅଦା/ରସୁଣ ପେଷ୍ଟ: ୩ ଚାମଚ
ପିଆଜ: ୩ଟି
ହଳଦୀ ଗୁଣ୍ଡ: ୨ ଚାମଚ
ଜିରା ଗୁଣ୍ଡ: ୧ ଚାମଚ
ଚାର୍ଟ ମସଲା: ଅଧା ଚାମଚ
ଧନିଆ ଗୁଣ୍ଡ: ୧ ଚାମଚ
ପାନମଧୁରୀ ଗୁଣ୍ଡ: ୧ ଚାମଚ
ଲଙ୍କା ଗୁଣ୍ଡ: ୧ ଚାମଚ
ଛୋଟ ଛୋଟ କଟା ଶୁଖିଲା ଲଙ୍କା: ୧ ଚାମଚ
ଦହି: ୧୦୦ ଗ୍ରାମ୍‌
ଅମୂଲ କ୍ରିମ୍‌: ୧ ଚାମଚ
ଧଳା ରାଶି(ଭଜା ଯାଇଥିବା): ଅଧା ଚାମଚ
ତେଲ: ୮ ଚାମଚ
ଧନିଆ ପତ୍ର: ଅଧା ଚାମଚ
ସ୍ବାଦ ଅନୁଯାୟୀ ଲୁଣ
(ବି.ଦ୍ର: ଏକ କେଜି ଚିକେନ ପାଇଁ ପ୍ରସ୍ତୁତି)

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଛୋଟ ଛୋଟ କରି କଟାଯାଇଥିବା ଚିକେନକୁ ଭଲ ଭାବେ ଧୋଇ ଦେବେ। ନିଅଁାରେ ପ୍ୟାନ ବସାଇ ତେଲ ଗରମ କରିବେ। ତେଲ ଗରମ ହୋଇଗଲା ପରେ ଏଥିରେ ଚିକେନ ପକାଇ ଛାଣିବେ। ବାଉନ ରଙ୍ଗ ହୋଇଗଲେ ଚିକେନକୁ କାଢିଦେବେ। ଛଣା ଯାଇଥିବା ତେଲରେ ଅଦାରସୁଣ ପେଷ୍ଟ ଓ ହଳଦୀ ଗୁଣ୍ଡ ପକାଇ ମସଲା କରିବେ। ଏହା ମିଶିଯିବା ପରେ ପୂର୍ବରୁ ଛଣାଯାଇଥିବା ଚିକେନକୁ ଏହି ମସଲାରେ ପକାଇବେ। ସେଥିରେ ପୂର୍ବରୁ ଛଣାଯାଇଥିବା ପିଆଜ, ଶୁଖିଲା ଲଙ୍କା, ପକାଇବେ। ଏହାପରେ ଚାର୍ଟ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଦହି ଏବଂ ସ୍ବାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇବେ। କିଛି ସମୟ ଏହାକୁ କସିବା ପରେ ଅଳ୍ପ ପାଣି ଦେଇ ୧୫ରୁ ୨୦ ମିିନିଟ ପର୍ଯ୍ୟନ୍ତ ଏହାକୁ ଘୋଡାଇବେ। ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଏହାକୁ ଗୋଳାଇ ଦେଉଥିବେ। ପରେ ଏଥିରେ ମେଥିପତ୍ର ପକାଇ ଏହାକୁ ଗୋଳାଇ ଓହ୍ଲାଇ ଦେବେ। ପ୍ଲେଟରେ କାଢ଼ି ଛୋଟ ଛୋଟ କଟାଯାଇଥିବା ଧନିଆ ପତ୍ର, ଅମୂଲ କ୍ରିମ୍‌ ଏବଂ ଭଜା ଧଳା ରାଶିକୁ ପକାଇ ଗରମ ଗରମ ପରଷିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଅଯଥା ଦାବି କରିଛନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବିବାଦକୁ ବନ୍ଦ କରିଥିବା...

ବେଆଇନ ଚାଲିଥିଲା ବାଲିଚାଲାଣ: ୫ ଟ୍ରାକ୍ଟର ମାଡ଼ିବସିଲା….

ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି...

ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ, ଅପରାହ୍ନ ୪ଟା ବେଳେ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ...

ଖାମେନେଇଙ୍କୁ ସିଧାସଳଖ ଚେତାବନୀ ଦେଲେ ଟ୍ରମ୍ପ, କହିଲେ ଏମିତି କଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ

ନୂଆଦିଲ୍ଲୀ,୧୦।୧: ଇରାନରେ ଦୁଇ ସପ୍ତାହ ଧରି ବିଶାଳ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ମୁଦ୍ରାସ୍ଫୀତି ଏବଂ ଟଙ୍କାର ହ୍ରାସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିବାଦଗୁଡ଼ିକ ଏବେ...

ହଜମହୋଇପାରୁ ନ ଥିବା ଦୁଃଖ

ବଦହଜମି ଗୋଟେ ବଡ଼ ସମସ୍ୟା। ଗ୍ୟାସ୍‌ଜନିତ କାରଣରୁ ଧୀରେ ଧୀରେ ଏଇ ରୋଗ ବୟସ ଅନୁପାତରେ ବଢ଼ିବଢ଼ିଚାଲେ। ମଣିଷକୁ କଲବଲକରେ। ଖାଇବାର ଲୋଭକୁ ରୋକିହୁଏନି କି...

ସ୍ତମ୍ଭ ଓ ସ୍ତମ୍ଭ ସାହିତ୍ୟ

ଖବରକାଗଜରେ କୌଣସି ଲେଖକର ଆଲେଖ୍ୟ ଯଦି ସ୍ତମ୍ଭ ରୂପରେ ମୁଦ୍ରିତ ହୋଇ ପ୍ରକାଶ ପାଏ ତାକୁ ସ୍ତମ୍ଭ କୁହାଯାଏ ଓ ସେହି ଲେଖକଙ୍କୁ ସ୍ତମ୍ଭକାର କୁହାଯାଏ।...

ଲାଟେରାଲ ଏଣ୍ଟ୍ରିରେ ସମସ୍ୟା

ୟୁପିଏସ୍‌ସି ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପସଚିବ ସ୍ତରରେ ୪୫ଟି ଲାଟେରାଲ ଏଣ୍ଟ୍ରି (ବାହାର କ୍ଷେତ୍ରରୁ ବିଶେଷଜ୍ଞ ଆଣି ସରକାରୀ ପଦବୀରେ ଅବସ୍ଥାପିତ କରିବା ପ୍ରକ୍ରିୟା)...

ପ୍ରଶାସନର ବିଚିତ୍ର ନୀତି: ପ୍ରଧାନମନ୍ତ୍ରୀ ଆବାସ ଘର ସମ୍ପୂର୍ଣ୍ଣ ନ କରିବାରୁ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା,ପିଡିଏସ ବନ୍ଦ

ଲୋଇସିଂହା,୯।୧(ସୁଶାନ୍ତ ବାରିକ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରୁ ପିଡିଏସ ନେବାକୁ ହେଲେ ହିତାଧିକାରୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଆଖି କିମ୍ବା ଆଙ୍ଗୁଠି ସ୍କାନିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri