ଚିକେନ୍‌ ଦମ୍‌ ବିରିୟାନି

ଆବଶ୍ୟକ ସାମଗ୍ରୀ :

ବସୁମତୀ ଚାଉଳ, ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, କଳାମରିଚ, ତେଜପତ୍ର, ଜାଇଫଳ, ଜାୟତ୍ରୀ, ସାଜିରା, ବଡଅଳେଇଚ, କେଓଡା(କିଆଫୁଲ ସେଣ୍ଟ), ଘିଅ, କେଶର, ଜିରା ପାଉଡର, ହଳଦୀଗୁଣ୍ଡ, ମରିଚ ଗୁଣ୍ଡ, ଲଙ୍କାଗୁଣ୍ଡ, ରିଫାଇନ ତେଲ, ଲୁଣ, କଞ୍ଚାଲଙ୍କା, ଲେମ୍ବୁ, ଧନିଆପତ୍ର, ପାଣି, ଭଜାଆଳୁ, ଟମାଟୋ, ଗୋଲାପଜଳ, ବିରିୟାନି ଅତର।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ କଟା ଚିକେନ୍‌, ଦହି, (ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ସାଜିରା, କଳାମରିଚ, ଜିରା ପାଉଡର୍‌, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଭଜାଯାଇ ଗୁଣ୍ଡ), କଟା ହୋଇଥିବା ପୋଦିନାପତ୍ର, ଧନିଆପତ୍ର, ଅଦାରସୁଣ ପେଷ୍ଟ, ଲେମ୍ବୁ, ଟମାଟୋକୁ ମିଶ୍ରଣ କରି ୨-୩ ଘଣ୍ଟା ଲାଗି ମାରିନେଟ ହେବାପାଇଁ ରଖିଦିଅନ୍ତୁ। ତା ପରେ କଟା ହୋଇଥିବା ପିଆଜକୁ କଡ଼େଇରେ ରିଫାଇନ ତେଲରେ ବ୍ରାଉନ ହେବାପର୍ଯ୍ୟନ୍ତ ଭାଜି ଅନ୍ୟ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।
ଏକପାତ୍ରରେ ପାଣି ଗରମ କରି ସେଥିରେ ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ପୋଦିନାପତ୍ର, ଧନିଆପତ୍ର, କଳାମରିଚ, ବଡ଼ ଅଳେଇଚ ଓ ଘିଅ ପକାଇଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ମୁତାବକ ବସୁମତୀ ଚାଉଳ, ଗୋଲାପଜଳ ଓ ସ୍ବାଦ ମୁତାବକ ଲୁଣ ପକାଇ ପାଣିରେ ଉକ୍ତ ଚାଉଳକୁ ଅଧା ସିଝାଇ ଦିଅନ୍ତୁ। ଦେଖିବେ ଚାଉଳ ଯେମିତ ବେଶି ଶିଝି ନ ଯାଏ। ଶିଝି ସାରିବା ପରେ ସେଥିରେ ପକାଯାଇଥିବା ମସଲାଜାତୀୟ ଦ୍ରବ୍ୟକୁ କାଢ଼ି ଦିଅନ୍ତୁ। ତାପରେ ଥିବା ଭାତକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାପରେ ରଖାଯାଇଥିବା ମସଲାଯୁକ୍ତ ଚିକେନ୍‌କୁ ତେଲ ଦେଇ ଏକ କଡେଇରେ ଫ୍ରାଏ କରାଯିବ। ଅନ୍ୟ ଏକ ବିରିୟାନି ହାଣ୍ଡି(ସମତଳ ଥିବା ହାଣ୍ଡି) ଆଣି ସେଥିରେ ତଳେ ଘିଅ ଲଗାଇ ଉପରେ ଫ୍ରାଏ ହୋଇଥିବା ଚିକେନ୍‌କୁ ସଜେଇ ରଖାଯିବ ଯେପରିକି ହାଣ୍ଡିର ତଳ ସ୍ତରରେ ସବୁ ଚିକେନ୍‌ ଲାଗୁଥିବ। ଏହା ଉପରେ ଭଜାଯାଇଥିବା କିଛି ବ୍ରାଉନ ଓନିଅନ ରଖନ୍ତୁ। ତା’ପରେ ଅଧା ସିଝିଥିବା ଭାତ ଗୋଟିଏ ସ୍ତର ପକାନ୍ତୁ। ତା’ପରେ କିଛି କଟା ହୋଇଥିବା ପୋଦିନା ଓ ଧନିଆପତ୍ର, ଭଜାଯାଇଥିବା ପିଆଜ, ଘିଅ, କେଉଡା, ଗୋଲାପଜଳ ପକାଇ ଅନୁରୂପ ଦୁଇସ୍ତର ରଖନ୍ତୁ। ଶେଷରେ କିଛି କ୍ଷୀରରେ କେଶର, ଅତର, ଗୋଲାପଜଳ ମିଶାଇ ଏହା ଉପରେ ପକାଇ ଦିଅନ୍ତୁ। ବିରିୟାନି ହାଣ୍ଡିର ଧାରରେ ପୂର୍ବରୁ ଚକଟା ହୋଇଥିବା ଅଟା ଦେଇ ଢାଙ୍କୁଣୀକୁ ଭଲ ଭାବେ ଘୋଡ଼ାଇ ଦିଅନ୍ତୁ। ଯେପରିକି ଭିତରୁ ବାଷ୍ପ ବାହାରକୁ ନ ବାହାରି ପାରିବ। କିଛି ସମୟ ଅଧିକ ଜାଳ ଦିଆଯାଇ ପରେ କମାଇ ଦିଅନ୍ତୁ। ଏହାପରେ ପ୍ରାୟ ୧ ଘଣ୍ଟା ଦମ୍‌ରେ ବସାଯିବ। ସ୍ବାଦ ମୁତାବକ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଏଥିରେ ସିଝାଅଣ୍ଡା ଓ ଭଜାଆଳୁ ମିଶ୍ରଣ କରାଯାଇପାରିବ। ଖାଇବା ସମୟରେ ଦହି କଚୁମ୍ବର ସାଙ୍ଗରେ ଖାଇଲେ ବେଶ ରୁଚିକର ହୋଇଥାଏ।
– ରିପୋର୍ଟ: ବିଭୁ ପ୍ରସାଦ ବେହେରା, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri