ଚିକିତ୍ସା ଲାଗି ରୁନି ଗଲେ କଟକ ଏସ୍‌ସିବି ମେଡିକାଲ

ବରଗଡ଼ ଅଫିସ୍‌,୨୮।୪: ନିଆଁରେ ପୋଡ଼ିହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଳ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦)ଙ୍କୁ ମଙ୍ଗଳବାର ପୂର୍ବାହ୍ନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଳକୁ ଅଧିକ ଉନ୍ନତ ଚିକିତ୍ସା ଲାଗି ଏଠାରୁ ସ୍ଥାନାନ୍ତର କରାଯାଇଛି । ରୁନି ଗତ ଫେବୃୟାରୀ ମାସରେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ବୁର୍ଲା, କଟକ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ମାତ୍ର ଉଚ୍ଚତର ଚିକିତ୍ସାର ଆବଶ୍ୟକତା ଥିବାରୁ ଅର୍ଥାଭାବ ଯୋଗୁ ସେଠାରୁ ଘରକୁ ଫେରି ଆସି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରୁନିଙ୍କ ଚିକିତ୍ସାରେ ଅର୍ଥାଭାବକୁ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ସେହିପରି ସାମାଜିକ କର୍ମୀ ଦୀପା ବାରିକ ଧରିତ୍ରୀରେ ପ୍ରକାଶିତ ଖବରକୁ ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲାପାଳ ପ୍ରମୁଖଙ୍କୁ ଟୁଇଟ୍‌ କରି ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ସୋମବାର ରାତିରେ ବରଗଡ଼ ତହସିଲଦାର ସବ୍ୟସାଚୀ ପଣ୍ଡା ମଧ୍ୟ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ରୁନିଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ପଚାରି ବୁଝିଥିଲେ । ଅନ୍ୟପଟେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଘଟଣା ଜାଣିବା ପରେ ରୁନିଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଫଳରେ ସୋମବାର ରାତିରେ ରୁନିଙ୍କୁ ବୁର୍ଲା ଭିମ୍‌ସାର୍‌ ଏବଂ ସେଠାରୁ ମଙ୍ଗଳବାର ପୂର୍ବାହ୍ନରେ କଟକ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିଥିଲେ ୧୫, ଫେରିଲେ ୫ ଜିଲାପରିଷଦ

ବାରିପଦା ଅଫିସ,୩୦ା୮: ନିକଟରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମୟୂରଭଞ୍ଜ ଜିଲାର ୧୫ ଜିଲାପରିଷଦ ସଦସ୍ୟ। ସେମାନଙ୍କ ମଧ୍ୟରୁ ରବିବାର ୫ଜଣ ଦଳକୁ...

ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳିତ

ଚଣ୍ଡିଖୋଲ, ୧୪।୮(ଡି.ଏନ୍‌.ଏ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଓ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ଚଣ୍ଡିଖୋଲସ୍ଥିତ...

ନାଳରେ ଭାସି ଯାଇଥିଲେ, ଆଜି ଉଦ୍ଧାର ହେଲା ମୃତଦେହ

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଏମ୍‌ଭି-୩୧ ନିକଟ ନାଳରେ ଗତକାଲି ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ ବୁଧବାର କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଦ୍ୱାରା...

ଚିଙ୍ଗୁଡ଼ିଚାଷ ଜୈବ ବିବିଧତା ନଷ୍ଟ କରୁଛି

ମହାକାଳପଡ଼ା,୩।୯ (ଡି.ଏନ୍‌.ଏ.): ଚିଙ୍ଗୁଡି ଘେରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଜଳରେ ମିଶିବାରୁ ବିଷ ପାଲଟୁଛି। ଏ ନେଇ ଜୀବଜନ୍ତୁ, ଜଙ୍ଗଲ ଓ ମୃତ୍ତିକା କ୍ଷୟ...

କଳା, ସଂସ୍କୃତି ସମସ୍ତଙ୍କୁ ଏକାଠି କରେ

ସୋନପୁର, ୧୦।୧(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ୨୭ ତମ...

ବିକାଶ ପ୍ରକଳ୍ପରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ବଲାଙ୍ଗୀର ଅଫିସ, ୨୦।୪ – କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି। ଦୁଃଖର...

ଟ୍ରଲିରେ ବୁହାହେଲା ଯୁବକଙ୍କ ମୃତଦେହ

ବରୀ,୧୮।୯(ଡି.ଏନ.ଏ.): ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଯୋଜନା ଅନେକ ସ୍ଥାନରେ ପହଞ୍ଚତ୍ ପାରୁନାହିଁ।...

ବୁଲା ବିକାଳିଙ୍କ କବ୍‌ଜାରେ ବଜାର ପିଣ୍ଡି

ରାୟଗଡ଼ା,୨୩ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ଠାରେ କୌଣସି ସ୍ଥାୟୀ ପରିବା ବଜାର ନିର୍ମାଣ ହୋଇନାହିଁ ା ତେଣୁ ଯିଏ ଯେଉଁଠି ବସି ବ୍ୟବସାୟ କଲା...

Advertisement
Archives

Model This Week