ଚିକିତ୍ସା ଅବହେଳାରୁ ଶିଶୁକନ୍ୟାଙ୍କ ମୃତ୍ୟୁ ଅଭିଯୋଗ: ପ୍ରତିବାଦରେ ମେଡ଼ିକାଲ୍‌ରେ ଉତ୍ତେଜନା

ବାରିପଦା ଅଫିସ,୨୪ା୫-ମୟୂରଭଞ୍ଜ ଜିଲା ବାରିପଦା ସହରର ବାଲେଶ୍ୱର ଗୋଲେଇସ୍ଥିତ ଜୀବନଦୀପ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ପିତା ବାରିପଦା ତକତପୁର ୱାର୍ଡ଼ ନଂ. ୨୪ର ବାସିନ୍ଦା ରମେଶ ଚନ୍ଦ୍ର ସିଂହ ଏନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ଗତ ୧୬ ତାରିଖ ସନ୍ଧ୍ୟାରେ ରମେଶ ତାଙ୍କ ସ୍ତ୍ରୀ ସୁନିତା ଗିଭେଲଙ୍କୁ ପ୍ରସବ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ରାତିରେ ତାଙ୍କର ଅସ୍ତ୍ରୋପଚାର ଦ୍ୱାରା ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ପରେ ଶିଶୁଟି ହଳଦିଆ ଦେଖାଯିବାରୁ ପରିବାର ଲୋକେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଦେଖାଇବାରୁ ଶିଶୁଟି ସୁସ୍ଥ ଥିବା ସେମାନେ କହିଥିଲେ। ୧୭ ତାରିଖ ସକାଳେ ରମେଶ ଶିଶୁ କନ୍ୟାଙ୍କୁ ବାରିପଦା ପିଆରଏମ୍‌ ମେଡ଼ିକାଲକୁ ନେଇ ଦେଖାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଚିକିତ୍ସାର କିଛି ସମୟ ପରେ ଶିଶୁଟି ଗୁରୁତର ହୋଇପଡ଼ିଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ସହିତ କଟକ ସ୍ଥାନାନ୍ତର କରିଥିଲେ। କଟକ ଶିଶୁ ଭବନରେ ରାତିରେ ପହଞ୍ଚିବା ପରେ ଡାକ୍ତର ସେଠାରେ ଚିକିତ୍ସା କରାଇଥିଲେ। ଅସ୍ତ୍ରୋପଚାର ସମୟରେ ମୁଣ୍ଡରେ ଆଘାତ ହୋଇଥିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଶିଶୁଭବନ ପକ୍ଷରୁ ରମେଶଙ୍କୁ କୁହାଯାଇଥିଲା। ପରେ ରମେଶ ଶିଶୁ କନ୍ୟାଙ୍କୁ କଟକସ୍ଥିତ ଏକ ଘରୋଇ କ୍ଲିନିକ୍‌କୁ ନେଇଥିଲେ। ୧୮ ତାରିଖ ସକାଳେ ଶିଶୁକନ୍ୟାକୁ ମୃତ ଘୋଷଣା କରାଯାଇଥିଲା। ଶନିବାର ସକାଳେ ରମେଶଙ୍କ ସ୍ତ୍ରୀ ସୁନିତା ଜୀବନଦୀପ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିଲେ। ଏହା ପରେ ରମେଶ ଓ ତାଙ୍କର କେତେଜଣ ସମ୍ପର୍କୀୟ ଜୀବନଦୀପ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ। ହସ୍ପିଟାଲ୍‌ରେ ଉତ୍ତେଜନା ଦେଖାଦେଇଥିଲା। ପରେ ଏ ସମ୍ପର୍କରେ ରମେଶ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଜୀବନଦୀପ ହସ୍ପିଟାଲର ଡାକ୍ତର କେ.ସି ମହାନ୍ତିଙ୍କୁ ପଚାରିବାରୁ ଶିଶୁରୋଗ ବିଶେଷଜ୍ଞ ଚିକିତ୍ସା କରିଥିବା ବେଳେ ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ ବୋଲି କହିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୩୩୦/୨୦)ରୁଜୁ ହୋଇ ତଦନ୍ତ କରାଯାଉଥିବା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri