ଚିକିତ୍ସା ଅବହେଳାରୁ ଶିଶୁକନ୍ୟାଙ୍କ ମୃତ୍ୟୁ ଅଭିଯୋଗ: ପ୍ରତିବାଦରେ ମେଡ଼ିକାଲ୍‌ରେ ଉତ୍ତେଜନା

ବାରିପଦା ଅଫିସ,୨୪ା୫-ମୟୂରଭଞ୍ଜ ଜିଲା ବାରିପଦା ସହରର ବାଲେଶ୍ୱର ଗୋଲେଇସ୍ଥିତ ଜୀବନଦୀପ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ପିତା ବାରିପଦା ତକତପୁର ୱାର୍ଡ଼ ନଂ. ୨୪ର ବାସିନ୍ଦା ରମେଶ ଚନ୍ଦ୍ର ସିଂହ ଏନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ଗତ ୧୬ ତାରିଖ ସନ୍ଧ୍ୟାରେ ରମେଶ ତାଙ୍କ ସ୍ତ୍ରୀ ସୁନିତା ଗିଭେଲଙ୍କୁ ପ୍ରସବ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ରାତିରେ ତାଙ୍କର ଅସ୍ତ୍ରୋପଚାର ଦ୍ୱାରା ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ପରେ ଶିଶୁଟି ହଳଦିଆ ଦେଖାଯିବାରୁ ପରିବାର ଲୋକେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଦେଖାଇବାରୁ ଶିଶୁଟି ସୁସ୍ଥ ଥିବା ସେମାନେ କହିଥିଲେ। ୧୭ ତାରିଖ ସକାଳେ ରମେଶ ଶିଶୁ କନ୍ୟାଙ୍କୁ ବାରିପଦା ପିଆରଏମ୍‌ ମେଡ଼ିକାଲକୁ ନେଇ ଦେଖାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଚିକିତ୍ସାର କିଛି ସମୟ ପରେ ଶିଶୁଟି ଗୁରୁତର ହୋଇପଡ଼ିଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ସହିତ କଟକ ସ୍ଥାନାନ୍ତର କରିଥିଲେ। କଟକ ଶିଶୁ ଭବନରେ ରାତିରେ ପହଞ୍ଚିବା ପରେ ଡାକ୍ତର ସେଠାରେ ଚିକିତ୍ସା କରାଇଥିଲେ। ଅସ୍ତ୍ରୋପଚାର ସମୟରେ ମୁଣ୍ଡରେ ଆଘାତ ହୋଇଥିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଶିଶୁଭବନ ପକ୍ଷରୁ ରମେଶଙ୍କୁ କୁହାଯାଇଥିଲା। ପରେ ରମେଶ ଶିଶୁ କନ୍ୟାଙ୍କୁ କଟକସ୍ଥିତ ଏକ ଘରୋଇ କ୍ଲିନିକ୍‌କୁ ନେଇଥିଲେ। ୧୮ ତାରିଖ ସକାଳେ ଶିଶୁକନ୍ୟାକୁ ମୃତ ଘୋଷଣା କରାଯାଇଥିଲା। ଶନିବାର ସକାଳେ ରମେଶଙ୍କ ସ୍ତ୍ରୀ ସୁନିତା ଜୀବନଦୀପ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିଲେ। ଏହା ପରେ ରମେଶ ଓ ତାଙ୍କର କେତେଜଣ ସମ୍ପର୍କୀୟ ଜୀବନଦୀପ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ। ହସ୍ପିଟାଲ୍‌ରେ ଉତ୍ତେଜନା ଦେଖାଦେଇଥିଲା। ପରେ ଏ ସମ୍ପର୍କରେ ରମେଶ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଜୀବନଦୀପ ହସ୍ପିଟାଲର ଡାକ୍ତର କେ.ସି ମହାନ୍ତିଙ୍କୁ ପଚାରିବାରୁ ଶିଶୁରୋଗ ବିଶେଷଜ୍ଞ ଚିକିତ୍ସା କରିଥିବା ବେଳେ ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ ବୋଲି କହିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୩୩୦/୨୦)ରୁଜୁ ହୋଇ ତଦନ୍ତ କରାଯାଉଥିବା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହେବ ଗଞ୍ଜାମ

ଛତ୍ରପୁର,୧୬।୫(ଡିଏନଏ ): ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି...

ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ‘ବାହା ପର୍ବ’

ସୁନାବେଡା,୯ା୩(ଡି.ଏନ୍‌.ଏ.): ଆଦିବାସୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସୁନାବେଡା ସାହରାଞ୍ଚଳରେ ମହା ଆଡମ୍ବରରେ ବାହା ପର୍ବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସମସ୍ତ ପରିବାର ସମେତ ଅବିଭକ୍ତ...

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ସନ୍ଦିଗ୍ଧଙ୍କୁ ଜେରା

ପୁରୀ ଅଫିସ,୬।୪: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜେରା କରୁଛି ପୋଲିସ। ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧଜଣଙ୍କ କେବଳ...

ନାଟକ ଚାଲିଥିବା ବେଳେ ବାଣ ବିସ୍ଫୋରଣ: ୪ ଗୁରୁତର,୪ ଆହତ

ଆସିକା,୧୫।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ସୋରଡା ମୁଖ୍ୟରାସ୍ତାର ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ରପୁର (କଇଠରା) ଗ୍ରାମରେ ରବିବାର ସକାଳେ ବାଣ ବିସ୍ଫୋରଣ ଘଟି ୪ ଗୁରୁତର,...

ପୁରୀ: ହୋଟେଲ ଶିଳ୍ପରେ ତାଲା

ପୁରୀ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ନୂଆ ନୂଆ କଟକଣା ବି ଲଗାଉଛି। ପ୍ରଶାସନିକ...

ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି

ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ସ୍ଲିପର,ଏସି ବଗି ଫାଟକ ବନ୍ଦ: ଯାତ୍ରୀ ହଇରାଣ

ଛତ୍ରପୁର,୧ା୧(ଡି.ଏନ.ଏ): ଛତ୍ରପୁର ଷ୍ଟେଶନରେ ରହୁଥିବା ବିଭିନ୍ନ ଟ୍ରେନ୍‌ର ସ୍ଲିପର ଓ ଏସି ବଗିର ଫାଟକ ବନ୍ଦ ରହୁଛି। ଫଳରେ ଏସବୁ ବଗିରେ ଯିବାପାଇଁ ଟିକେଟ କରିଥିବା...

ନଦୀପାର ବେଳେ ଭାସିଗଲେ ପରିବା ବ୍ୟବସାୟୀ

ଆସିକା,୨୩ା୭(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ବଡନଦୀ ପାରି ହେଉଥିବାବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜଣେ ପରିବା ବ୍ୟବସାୟୀ ନଦୀ ସୁଅରେ ଭାସି ଯାଇଛନ୍ତି। ସେ ହେଲେ...

Advertisement
Archives

Model This Week