ଚିକିଛା ଲାଗି ଟଁକା ଅଭାବ୍‌, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ

ପର୍ଲା, ୨୩।୧୨ (ଡି.ଏନ୍‌.ଏ.)- ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ। ଇ ହୁରୁତ୍‌ ତରଲି ଗଲା କଥା ପଦ୍‌ଦୁକ କହିଛନ୍‌ ଉର୍ବଶୀ ମାଝି(୫୪)। ସେ ଅନେକ୍‌ ଦିନ ହେଲା କେହେନ୍‌ସ ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ପରିବାର ଲୋକ୍‌ ଆସର ପାସର ଡାକ୍‌ତର ଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ହେଲେ ଟଁକା ପଏସା ଅଭାବୁ ଉର୍ବଶୀକଁର ଉଚ ଚିକିଛା କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଧୀନ ଦଣ୍ଡପାଟ ଅଂଚଲର ଜୟନ୍ତପୁର ପଁଚେତ୍‌ ରଇନାଗୁଡ଼ା ଗଁାର ସୁନ୍ଦର ମାଝି (୬୦)। ପରିବାର କହେଲେ ମାଏକିନା ଉର୍ବଶୀ(୫୪), ପୁଅ ଲମ୍ବୋଧର (୩୦), ବହ ନୀଳେନ୍ଦ୍ରି (୨୮) ଆର ନାତି ବିଦ୍ୟାଧର (୭)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ଆଦିବାସୀ ସମାଜର। ପୁଓ ବହ କୁଲିମଜୁରି କରି ଯାହା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ଘରର ଚୁଲି ଜଲୁଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ ଆଏଜ୍‌କେ ମାସ ୪ରେ ତଲେ ଉର୍ବଶୀକଁର ଛାତି ଦରଦ୍‌ ହେଇଥିଲା। ପରିବାର ଲୋକ୍‌ ତାହାକୁ ଝନେ କ୍ୱାକ୍‌ ପାସକେ ନେଇ ଗୁଟେ ଇଞ୍ଜେକ୍‌ସନ ଦେଇଥିଲେ। ହେଲେ ଇଞ୍ଜେକ୍‌ସନ ନେବାର ୩ରୁ ୪ ଘଁଟା ଉତାରୁ ଉର୍ବଶୀକଁର ଅଁଟାରୁ ତଲ୍‌କେ ଅଚଲ ହେଇଯାଇଥିବାର ପରିବାର ଲୋକ୍‌ କହିଛନ୍‌। ସେଦିନ୍‌ଠାନୁ ଉର୍ବଶୀ ଚାଲବୁଲ କରି ନାଇଁପାରଲେ ଖଟେ ପଡ଼ି ରହିଛନ୍‌। ପରିବାର ଲୋକ୍‌ ଜମିବାଡ଼ି, ଘରଡ଼ିହ ବଁଧକ୍‌ ପକେଇ ଆସର ପାସର ଡାକ୍‌ତରଖାନାରେ ଉର୍ବଶୀକଁର ଚିକିଛା କରେଇ ନିରାଶ ହେଇଛନ୍‌। ଅଁଧ ବିସୁଆସରେ ପରିବାର ଲୋକ୍‌ ଗୁଣିଗାରେଡି, ଫୁକାଝରା, ବଇଦ୍‌ ଡକେଇ ଝିଁକ୍‌ ବି ଦେଇ ସାରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଉର୍ବଶୀକୁଁ ଚଉ ଚିକିଛା ଲାଗି କଟକ ନେଲେ ସେ ଭଲ ହେଇପାରବେ। ହେଲେ ପରିବାରଟା ନିହାତି ଗରିବ୍‌, ଉର୍ବଶୀକୁଁ ଚିକିଛା ଲାଗି କଟକ ନେବାର ସେମାନେ ସପନ୍‌ରେ ବି ଭାବି ନାଇଁପାରବାର। ଇଆଡ଼େ ଉର୍ବଶୀ କାଠ୍‌ ଲେଖେଁ ଖଟେ ପଡ଼ି ରହିଛନ୍‌ ହଲ୍‌ଚଲ ହେଇ ନାଇଁପାରବାର। ଖାଲି କଥା ଦୁଇପଦ୍‌ କହିପାରୁଛନ୍‌। ଖଟେ ଗଧାମଖା, ଖାନାପିନା, ଝାଡ଼ାଝପଟ କରୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ଖାଏଦ୍‌ ସୁରକ୍ଷା ଯୋଜନାରେ ପରିବାରକେ ମିଲିଥିବାର ରାଶନ କାର୍ଡ ଖଁଡ଼େ। ସେନ୍‌ତା ପରିବାରର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ଅଛେ। ହେଲେ ସେଟା କାମେ ନାଇଁ ଲାଗୁଥିବାର ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ଗଣମାଧ୍ୟମ ଜରିଆରେ ଉର୍ବଶୀକଁର ଚିକିଛା ସାହାଯ୍‌ ଲାଗି ରାଏଜ୍‌ ସରକାର ଆର ଜିଲା ପରଶାସନକୁଁ ଗୁହାରି କରିଛନ୍‌। ଇ ବାବ୍‌ଦେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକୁଁ ପଚ୍‌ରାଲାରୁ ସୋମବାର ଗୁଟେ ଡାକ୍‌ତରିଦଲ ପଠେଇ ତାକର କାଣା ଅସ୍‌ବିଧା ଅଛେ ପରୀକ୍ଷା କରାଯିବା। ଦରକାର ପଡ଼ଲେ ଉଚ ଚିକିଛାର ବେବସ୍‌ତା କରାଯିବା ବଲି ସେ କହିଛନ୍‌। ସେନ୍‌ତା ଥାନୀଅ ସରପଁଚ୍‌ ରମଣୀ ଦୁରିଆକୁଁ ପଚ୍‌ରାଲାରୁ ଘଟନାଟା ଉପଜିଲାପାଳକଁର ନଜରକେ ଆନବାର ସଂଗେ ରେଡକ୍ରସରୁ କିଛି ଟଁକା ପଏସା ସାହାଯ୍‌ ଲାଗି କହେମି ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri