ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ଜୟ: କୁଲି ମଜୁରି କରି କୁଟୁମ ପୁଷୁଛେ ପୁଓ

ଲାଠୋର, ୧୯ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ଗଁାର ଜୟ ମେହେର(୫୦)। ଆଏଜ୍‌କେ ୪ ମାସ ତଲେ ସେ ଘର ଉପ୍‌ରୁ ପଡ଼ି ତାକର ମେରୁହାଡ଼ ଭାଂଗି ଯାଇଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଚିକିଛା ଅଭାବୁ ସେ ଖଟେ ପଡ଼ି ରହିଛନ୍‌। ଇଆଡ଼େ ଜୟର ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଅଛେ, ହେଲେ ପରିବାର ଲୋକ୍‌ ଲକ୍ଷାଧିକ୍‌ ଟଁକା ଯୁଗାଡ଼ କରବାକେ ସକ୍ଷମ ନୁହଁନ୍‌। ଏନ୍‌ତାଥି ପରିବାରଟା ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ପିପଲବାହାଲ ଗଁାର ଜୟ ମେହେରକଁର ପରିବାର କହେଲେ ମାଏକିନା ହିଙ୍ଗୁଳା, ଝି’ ସମିତା ଆର ପୁଓ ଚିନ୍ତାମଣିକୁଁ ନେଇ ତାକର ସଁସାର। ସଁପତି କହେଲେ ୨୫ ଡେସିମିଲ ଚାଷ୍‌ ଜମିକେ ଛାଡ଼ିଦେଲେ କିଛି ନଁାଇଁନ। ଇଆଡ଼େ ଯୁବକ୍‌ ସମିଆରେ ଜୟ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ ଅକାମିକା ହେଇଯାଇଥିଲେ। ଯେନ୍‌ଥିରଲାଗି ସେ ଭିଡ଼ଭାଡ଼ କାମ୍‌ଧଁଦା ନାଇଁ କରିପାରୁଥାଇ। ଫିଦିନ ଆଇସକ୍ରିମ ବିକି ଯାହା ରୁଜଗାର କରୁଥିଲେ ସେଥ୍‌ରେ ଘର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ଚଲୁଥିଲା। ଇଆଡ଼େ ସରକାରୀ ସାହାଯ୍‌ କହେଲେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ ଆର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଁଡ଼େ ପାଇଛନ୍‌। ଏନ୍‌ତାଥି ଗଲା ୪ ମାସ ତଲ ଜୟ ଘର ଉପରୁ ତଲେ ପଡ଼ି ଗୁରୁତର ହେଇଥିଲେ। ପରିବାର ଲୋକ୍‌ ୮୫ ହଜାର ଟଁକା ଧାର ଉଧାର କରି ଭିନେ ଭିନେ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଥିଲେ। ଶେଷେ ମା’ପୁଓ ଜୟକେ କଟକ ବଡ଼ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ପରୀକ୍ଷାରୁ ଜନାପଡ଼ଲା ଯେ ତାକର ମେରୁହାଡ଼ ଭାଂଗିଯାଇଛେ ଆର ଅପରେଶନ ଲାଗି ଲକ୍ଷାଧିକ୍‌ ଟଁକା ଦରକାର। ଏନ୍‌ତାଥି ମା’ପୁଓ ପଏସା କଉଡ଼ ଅଭାବୁ ଉପେ ଶୂଇନ୍‌ ହେଇ ୪ ହଜାର ଟଁକା ଉଷୋକଷା ଧରି ଘରକେ ପଲେଇ ଆଏଲେ। ସେ ଦିନ୍‌ଠାନୁ ଜୟ ଚିକିଛା ଅଭାବୁ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଆଡ଼େ ସେ ଉଷୋକଷା ସରବାର ଉପରେ ଥିଲାବେଲେ ପାଖାପାଖି ୧୫ ଦିନ୍‌ ହେଲା ଜୟ ଖାନାପିନା ଠିକ୍‌ ହିସାବେ ନାଇଁ କରିପାରବାର। ପରିସ୍ଥିତି ଏତେ ଖରାପ୍‌ ଯେ, ସେ ଖଟେ ଲାଂଗ୍‌ ହେଇ ପଡ଼ି ରହିଛନ୍‌, ହଲ୍‌ଚଲ ବି ନାଇଁ ହେଇପାରବାର। ଖଟେ ଗଧାମଖା, ଖାନାପିନା, ଝାଡ଼ାଝପଟ ସବୁ କରୁଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଝି’ ଆର ପୁଓ ମାଟ୍ରିକ ପାସ କରି ଆଗ୍‌କେ ପଢ଼ି ନାଇଁ ପାରବାର। ଝି’ ବାପର ସେବା ଯତନ କରୁଥିଲାବେଲେ ପୁଓ କୁଲିମଜୁରି କରି ଘର ଚଲଉଛନ୍‌। ଇ ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଜୟକେ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri