ଚିକିଛା ଅଭାବୁ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ବୁଲୁ: ମାଏକିନାର ଉପରେ ୫ ପରାନୀର ବୋଝ୍‌

ଗଣ୍ଡତୁରୁମ, ୮ା୧(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଭାଙ୍ଗକୁଦ ଗଁାର ବୁଲୁ ହଂସ(୪୩)। ସେ ଆଏଜ୍‌କେ ୨ ବଛର ହେଲା ରୋଗ୍‌ ବେମାରୀରେ ଶଢ଼ୁଛନ୍‌। ପରିବାର ଲୋକ୍‌ ଲାଗ୍‌ବରମସ କରି ତାକର ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ବୁଲୁ ଚିକିଛା କରେଇ ନାଇଁପାରି କରି ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ଭାଙ୍ଗକୁଦ ଗଁାର ବୁଲୁ ହଂସକଁର ପରିବାର କହେଲେ ମାଏକିନା ବେଲମତୀ(୩୯), ୩ ଝି’ ବାସନ୍ତି(୧୩), ପଦ୍ମା(୯), ଅର୍ଚ୍ଚିତା(୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ଦୁଇ ମାଏଝି ମୁନୁଷ ପରହର କାମ୍‌ବୁତା କରି ଘରର ତେଲ୍‌ନୁନ୍‌, ପିଁଧନ୍‌ପଟା, ଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିଲେ। ହେଲେ ଆଏଜ୍‌କେ ୨ ବଛର ତଲେ ବୁଲୁ ଦିନେ ଜରେ ପଡ଼ବାର ସଂଗେ ଅଁଟାଥି ଦରଦ୍‌ ଅନୁଭବ କରଥିଲେ। ଏନ୍‌ତାଥି ତାକର ମାଏକିନା ବେଲମତୀ ଲାଗ୍‌ବରମସ କରି ବୁଲୁକୁଁ ଚିକିଛା ଲାଗି ବୁର୍ଲା ଡାକ୍‌ତରଖାନା ନେଇଥିଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ବୁଲୁ ଟିବି, କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଡାକ୍‌ତର ତାହାକୁ ଉଚ ଚିକିଛା ଲାଗି ପରାମଶ ଦେଲେ। ହେଲେ ଉଷୋକଷା ଆର ଚିକିଛା ଖରଚ୍‌ ତୁଲେଇ ନାଇଁପାରି କରି ବୁଲୁ ସେଦିନ୍‌ଠାନୁ ଘରେ ପଡ଼ି ରହିଛନ୍‌। ଏନ୍‌ତାଥି ୫ ପରାନୀ କୁଟୁମ୍‌, ଆପ୍‌ନେର ଉଷୋକଷା, ସେବାଯତନ, ଝି’ମାନକର ପାଠ୍‌ପଢ଼ା ବୋଝ୍‌ ବେଲମତୀ ଉପରେ ରହିଛେ। ଇଆଡ଼େ ବେଲମତୀ ବି ବେମାରିଏନ୍‌ଟା ସେ ଦୁଇଦିନ୍‌ ପରିଶ୍‌ରମ କଲେ ୪ ଦିନ୍‌ ଘରେ ଶୁଉଛନ୍‌। ଏନ୍‌ତା ପରିସ୍ଥିତିରେ ପରିବାରକେ ମିଲୁଥିବାର ୨୫ କେ.ଜି. ପିଡିଏସ୍‌ ଚାଉଲ ସାହାଭରସା ପାଲଟିଛେ। ଗଲା ବଛରନୁ ଇନ୍ଦିରା ଅବାସ ଯୋଜନାରେ ବୁଲୁର ନଁା ରହିଛେ। ହେଲେ ତାହାକୁ କାମ୍‌ ମୂଲକରବାର ଅନୁମତି ପତର ନାଇଁ ଦିଆଯିବାର ବଲି ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଏନ୍‌ତାଥି କୁଟୁମ୍‌ବସିଆ ଗଁାର ବସୁଦେବ ରଣାକଁର ଖଲାରେ ଗୁଟେ ଝାଟିମାଟି କୁରିଆରେ ମୁଡ଼ଗୁଁଜିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବେଲମତୀ ଗଣମାଧ୍ୟମ ଜରିଆରେ ଆପ୍‌ନେର ଚିକିଛା ସାହାଯ୍‌ ସଂଗେ ପରିବାରକେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କେ.ଜି. ଚାଉଲ, ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଜିଲା ପରଶାସନକେ ଆକୁଲବିକୁଲ ହେଇ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri