ଚାହିଦା ଥିଲେ ବି ଅଲୋଡ଼ା

କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଅନେକ ବନବାସୀ ଆଜି ବି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଛନ୍ତି। ସେମାନେ ବିଭିନ୍ନ ଋତୁକାଳୀନ ଫଳ ସଂଗ୍ରହ କରି ହାଟବଜାରରେ ବିକି ତେଲଲୁଣ କିଣିଥାନ୍ତି। ଆମ୍ବ ଅମଳ ଋତୁରେ ସେମାନେ ସଂଗ୍ରହ କରୁଥିବା କଞ୍ଚା, ପାଚିଲା ଆମ୍ବକୁ ବିକ୍ରି କରିବା ସହ ବଳକା ଆମ୍ବରୁ ଆମ୍ବୁଲ, ଆମ୍ବଶଢା ଓ ଆଚାର ଆଦି ପ୍ରସ୍ତୁତ କରି ବିକିଥାନ୍ତି। ଜିଲା ଓ ଜିଲା ବାହାରେ ଏସବୁର ଚାହିଦା ଥିଲେ ମଧ୍ୟ ବଜାର ସୁବିଧା ଅଭାବରୁ ସେମାନେ ଏହାକୁ କମ୍‌ ଦରରେ ବେପାରୀଙ୍କୁ ବିକି କ୍ଷତି ସହୁଛନ୍ତି। ଆମ୍ବ ଭଳି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ସଂରକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଗଲେ ଆଦିବାସୀଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇ ପାରନ୍ତା ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। କିନ୍ତୁ ସରକାର ଓ ପ୍ରଶାସନ ପକ୍ଷରୁ ଏହାକୁ ଅଣଦେଖା କରି ଚାଲିଛନ୍ତି।
କେନ୍ଦୁଝର ଜିଲାର ବଣଜଙ୍ଗଲରେ ବହୁ ସଂଖ୍ୟାରେ ଆମ୍ବ ଗଛ ରହିଛି ା ବର୍ତ୍ତମାନ ବନବାସୀମାନେ ଜଙ୍ଗଲରୁ କଞ୍ଚା ପାଚିଲା ଆମ୍ବ ସଂଗ୍ରହ କରି ହାଟବଜାରକୁ ଆଣି ବିକ୍ରି କରୁଥିବା ଦେଖାଯାଉଛି। ବିଗତ କିଛି ବର୍ଷ ଧରି ଜିଲାରେ କଲମୀ ଆମ୍ବ ଚାଷର ପ୍ରସାର ପରେ ଦେଶୀ ଖଟାମିଠା ଆମ୍ବର ଚାହିଦା କ୍ରମେ କମି କମି ଚାଲିଛି। ବନବାସୀମାନେ ଆମ୍ବ ବିକି ପୂର୍ବଭଳି ଆଉ ଅର୍ଥ ଉପାର୍ଜନ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ବଳକା କଞ୍ଚା, ପାଚିଲା ଆମ୍ବରୁ ପାରମ୍ପରିକ ଶୈଳୀରେ ଆମ୍ବୁଲ, ଆମ୍ବଶଢା ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ପାଚିଲା ଆମ୍ବରୁ ରସ ବାହାର କରି ତାହାକୁ ଖରାରେ ଶୁଖାଇ ଆମ୍ବଶଢା ପ୍ରସ୍ତୁତ କରାଯାଇଥାଏ। ଏହାର ଭଲ ଚାହିଦା ଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ ଓ ବଜାର ସୁବିଧା ଅଭାବରୁ ବନବାସୀମାନେ ଏହାର ବ୍ୟବସାୟକୁ ଆଗେଇ ନେଇପାରୁ ନାହାନ୍ତି। ବର୍ତ୍ତମାନ ନାମୀଦାମୀ କମ୍ପାନୀ ଖାଦ୍ୟ ପ୍ରକ୍ରିୟାକରଣ ପଦ୍ଧତିରେ ଆମ୍ବଶଢା ପ୍ରସ୍ତୁତ କରି ସୁନ୍ଦର ଭାବେ ଏହାକୁ ପ୍ୟାକେଟ କରି ବଜାରରେ ବିକି ଲାଭବାନ ହେଉଛନ୍ତି। ବନବାସୀମାନେ ପାରମ୍ପରିକ ଭାବେ ପ୍ରସ୍ତୁତ କରୁଥିବା ଆମ୍ବସଢାରୁ ସେଭଳି ଲାଭ କରିପାରୁ ନାହାନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ବନବାସୀଙ୍କୁ ତାଲିମ ଦେବା ବ୍ୟବସ୍ଥା କରାଗଲେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରନ୍ତା ବୋଲି ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏ ସମ୍ପର୍କରେ ଓରମାସ କାର୍ଯ୍ୟନିର୍ବାହୀ ଅଧିକାରୀ ସପନ ଗୋସ୍ବାମୀଙ୍କୁ ପଚାରିବାରୁ ଉଦ୍ୟାନ ବିଭାଗ ସହାୟତାରେ ଆମ୍ବଶଢା ବ୍ୟବସାୟକୁ ଅଧିକ ବ୍ୟାପକ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri