ଚାହିଦା, ଅଭିବୃଦ୍ଧି ଲାଗି ସରକାର ନେବେ ଅଧିକ ପଦକ୍ଷେପ

ନୂଆଦିଲ୍ଲୀ,୨୦ -୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବଢାଇବା ଦିଗରେ ସରକାର ଅଧିକ ପଦକ୍ଷେପ ନେବେ। ଏ ନେଇ ଯୋଜନା ରହିଥିବା ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସୂଚନା ଦେଇଛନ୍ତି। ବ୍ୟାଙ୍କଗୁଡିକ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଅଧିକ ନଗଦ ଯୋଗାଣ ଏବଂ ବ୍ୟକ୍ତିଗତ ଟିକସ କ୍ଷେତ୍ରରେ ସରଳୀକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସୁବ୍ରମଣ୍ୟନ କହିଛନ୍ତି।
ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ, ନିବେଶ ଆକୃଷ୍ଟ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ନିବେଶକୁ ସହାୟତା କରିବା ଲାଗି ଖାଉଟି ଚାହିଦା ବଢାଇବା ଲାଗି ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି। ସ୍ବଳ୍ପ ମିଆଦୀ ଭିତ୍ତିରେ ଚାହିଦା ବଢାଇବା ଲାଗି ଯୋଜନା ଗ୍ରହଣ କରାଯାଇଛି। ଏହି ଆଧାରରେ ଉଭୟ ଚାହିଦା ଏବଂ ନିବେଶ ବଢିବା ନେଇ ଆଶାବାଦୀ ରହିଥିବା ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଟିକସ ତଥା ସମ୍ପୂର୍ଣ୍ଣ ଟିକସ ପ୍ରଶାସନକୁ ସରଳୀକରଣ କରିବାକୁ ଧ୍ୟାନରେ ରଖାଯାଇଛି। ୬ ଦଶନ୍ଧି ପୁରୁଣା ବିଭିନ୍ନ ଟିକସ ଆଇନରେ ପରିବର୍ତ୍ତନ ଆଣିବା ଲାଗି ଟାସ୍କ ଫୋର୍ସ ଦେଇଥିବା ରିପୋର୍ଟକୁ ବିଚାର କରାଯାଉଥିବା ସେ ମତ ଦେଇଛନ୍ତି।
ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କର୍ପୋରେଟ ଟିକସକୁ ୩୦ରୁ ୨୫%କୁ କମାଇଛନ୍ତି। ନୂଆ ମାନୁଫାକଚରିଂ କମ୍ପାନୀଗୁଡିକ ଲାଗି ଏହା ୧୫% ରହିଛି। ଏଭଳି ପଦକ୍ଷେପ ସରକାର ନେଇଥିବା ବେଳେ ମଧ୍ୟବିତ୍ତ ଲୋକଙ୍କ ନିକଟକୁ କିଭଳି ଅଧିକ ନଗଦ ଅର୍ଥ ଆସିବ ସେ ଦିଗରେ ମଧ୍ୟ ବିଚାର କରାଯାଉଛି। ଫେବୃୟାରୀରେ ନୂଆ ବଜେଟ ଆସିବା ଆଗରୁ ଆୟକରରେ ଏକ ବଡ ଧରଣର ହ୍ରାସ ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭିତ୍ତିଭୂମି ପ୍ୟାକେଜ, ନୂଆ ଋଣ କାର୍ଯ୍ୟକ୍ରମ ଦ୍ୱାରା ଘରୋଇ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା କୋହଳ ନେଇ ସର୍ତ୍ତ ରଖିଲେ ରାଜ୍ୟ ସରକାର: ସହରାଞ୍ଚଳରେ ଖୋଲିବନି ମଲ୍‌, ଦୋକାନରେ ରହିବେ ୫୦% କର୍ମଚାରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଥିଲା। ହେଲେ ଶନିବାର ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି।...

୧୫୦୦ ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବ ଆଦାନୀ

ନୂଆଦିଲ୍ଲୀ,୨୮।୩: ଆଦାନୀ ଗ୍ରୁପ୍‌ର ଆଦାନୀ ଟୋଟାଲ୍‌ ଗ୍ୟାସ୍‌ ଲିମିଟେଡ୍‌ (ଏଟିଜିଏଲ୍‌) ପକ୍ଷରୁ ସାରା ଦେଶରେ ୧୫୦୦ ଇଲେକ୍ଟ୍ରିକ୍‌ ଭେହିକିଲ୍‌(ଇଭି) ଚାର୍ଜିଂ ଷ୍ଟେଶନ୍‌ ଆରମ୍ଭ କରିବାକୁ ଲକ୍ଷ୍ୟ...

ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନର ଟାୟାର ବ୍ରାଣ୍ଡ୍‌ ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ

ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର...

ଗରିବ କଲ୍ୟାଣ ଯୋଜନାରେ ୪୨ କୋଟିଙ୍କୁ ସହାୟତା

ନୂଆଦିଲ୍ଲୀ, ୯।୯ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ୪୨ କୋଟି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଏହି ବାବଦକୁ ୬୮,୮୨୦ କୋଟି...

ସଫଳତାର ଉତ୍ସବ ପାଳୁଛି ସ୍କୋଡା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ମିଳିଥିବା ସଫଳତା ଏବଂ ୫ ତାରକା ମୂଲ୍ୟାୟନର ମାନତ୍ୟ ହାସଲ କରିଛି। ସେହିଭଳି କମ୍ପାନୀର...

୭ରୁ ୭ମ ବିଆଇଟିଏଫ୍‌

ଭୁବନେଶ୍ୱର,୨୯।୯: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି .(ଜେଇଏମ୍‌) ପକ୍ଷରୁ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା...

ନଗଦ କାରବାର ଛାଡିବାକୁ ଲୋକେ ବିମୁଖ

ମୁମ୍ବାଇ,୧୭-୧୧: ଦେଶ ମଧ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଏବେବି ଲୋକମାନେ ବିଭିନ୍ନ କାର୍ଯ୍ୟ ଲାଗି ନଗଦ କାରବାର ଛାଡିବାକୁ...

Advertisement
Archives

Model This Week