Posted inଖେଳ

ଚାହିଦାରେ ଯୁବ ଖେଳାଳି

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଲିଗ୍‌ ପାଇଁ ଅନୁଷ୍ଠିତ ମିନି ଅକ୍ସନରେ ଫ୍ରାଞ୍ଚାଇଜ୍‌ ଦଳଗୁଡ଼ିକ ଯୁବ ଏବଂ ଅନ୍ତର୍ଜାତୀୟ ଅଭିଜ୍ଞତା ନ ଥିବା କେତେଜଣ ଖେଳାଳିଙ୍କୁ ନେବାପାଇଁ ଆଗ୍ରହ ଦେଖାଇଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳ ସଜାଡ଼ିବା ଲକ୍ଷ୍ୟ ରହିଥିବାରୁ ଏହି ଖେଳାଳିଙ୍କ ଚାହିଦା ବଢ଼ିଛି…

୨୦୦୮ରୁ ଆରମ୍ଭ ହୋଇଥିବା ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି୨୦ ପ୍ରିମିୟର ଲିଗ୍‌ର ୧୬ତମ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କର ଦଳକୁ ସଜାଡ଼ିବା ସହିତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଗାମୀ ଆଇପିଏଲ୍‌ରେ ଗ୍ରୁପ୍‌ ପର୍ଯ୍ୟାୟ ଏବଂ ପ୍ଲେ ଅଫ୍‌ ସହିତ ଫାଇନାଲକୁ ମିଶାଇ ମୋଟ ୭୪ଟି ମ୍ୟାଚ ଖେଳାଯିବ। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୧୪ଟି ଲେଖାଏ ମ୍ୟାଚ ଖେଳିବାକୁ ଥିବା ବେଳେ ହୋମ ଭେନ୍ୟୁରେ ୭ଟି ଏବଂ ବାହାର ଭେନ୍ୟୁରେ ୭ଟି ମ୍ୟାଚ ଖେଳିବେ। ସୂଚନାଯୋଗ୍ୟ ଯେ ଗତ ୧୫ ତମ ସଂସ୍କରଣରେ ବର୍ତ୍ତମାନର ଭାରତୀୟ ଟି୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଟାଇଟଲ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ଗତ ସଂସ୍କରଣରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏଥର ମିନି ଅକ୍ସନରେ ନିଜ ନିଜର ଟିମ୍‌କୁ ସନ୍ତୁଳିତ କରିବା ପାଇଁ ଚେଷ୍ଟା କରିଛନ୍ତି।
କୋଚିଠାରେ ଅନୁଷ୍ଠିତ ମିନି ଅକ୍ସନ୍‌ରେ ମୋଟ ୮୦ ଖେଳାଳିଙ୍କୁ ୧୬୭ କୋଟି ଟଙ୍କାରେ କିଣାଯାଇଛି। ଏମାନଙ୍କ ମଧ୍ୟରେ ଯୁବ ଖେଳାଳିଙ୍କ ସଂଖ୍ୟା ଅଧିକ ରହିଛି। ୨୫ବର୍ଷରୁ କମ୍‌ ୨୭ ଖେଳାଳିଙ୍କ ପାଇଁ ଫ୍ରାଞ୍ଚାଇଜ୍‌ମାନେ ପାଖାପାଖି ୭୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ୍‌ ପ୍ରତି ଖେଳାଳିଙ୍କ ପାଇଁ ଆଭରେଜ୍‌ ୨.୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୫ରୁ ୨୯ ବର୍ଷର ୨୮ ଖେଳାଳିଙ୍କ ପାଇଁ ୩୮.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫ୍ରାଞ୍ଚାଇଜମାନେ ୩୦ରୁ ୩୪ ବର୍ଷ ୨୦ ଜଣ ଖେଳାଳିଙ୍କ ପାଇଁ ୫୧.୫ କୋଟି ଖର୍ଚ୍ଚ କରିଛନ୍ତି। ଏ କ୍ଷେତ୍ରରେ ପ୍ରତି ଖେଳାଳିଙ୍କ ବେସ୍‌ ପ୍ରାଇସ ମୂଲ୍ୟ ହାରାହାରି ୨.୫୮ କୋଟି ରହିଛି। ଇଂଲଣ୍ଡ ଅଲରାଉଣ୍ଡର ସାମ୍‌ କରନ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ ୧୮.୫ କୋଟି ଟଙ୍କାରେ କିଣିଛି। ଫଳରେ ଆଇପିଏଲ୍‌ ଇତିହାସରେ ଏକ ରେକର୍ଡ ସୃଷ୍ଟି ହୋଇଛି ଏବଂ ସେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେହିପରି ନିଲାମ ପ୍ରକ୍ରିୟାରେ ଦ୍ୱିତୀୟ ମହଙ୍ଗା ଖେଳାଳି କାମେରନ୍‌ ଗ୍ରୀନ୍‌ଙ୍କ ବୟସ ମାତ୍ର ୨୩ବର୍ଷ ହୋଇଥିବା ବେଳେ ତାଙ୍କୁ ୧୭.୫ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ କିଣିଛି। ଅନ୍ୟ ପକ୍ଷରେ ଇଂଲଣ୍ଡର ୨୩ ବର୍ଷୀୟ ଯୁବ ବ୍ୟାଟର ହ୍ୟାରି ବ୍ରୁକ୍‌ଙ୍କୁ ୧୩.୨୫ କୋଟିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିଜ ଦଳରେ ସାମିଲ କରିଛି। ଏଥିରୁ ପ୍ରମାଣ ମିଳୁଛି ଯେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥର ଫ୍ରାଞ୍ଚାଇଜମାନେ ଏହି ଖେଳାଳିଙ୍କ ଉପରେ ବିଡ୍‌ ଲଗାଇଛନ୍ତି।
ଆଇପିଏଲ୍‌ ୨୦୨୩ର ମିନି ନିଲାମ ପ୍ରକ୍ରିୟାରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିବା ଭାରତୀୟ ଖେଳାଳିମାନଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜମାନେ ଭରସା କରିଥିଲେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ କେତେଜଣ ଏହା ମଧ୍ୟରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟ ଟାଇଟନ୍ସ ଦ୍ୱାରା କିଣାଯାଇଥିବା ଶିଭମ୍‌ ମାଭି। ନିକଟରେ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟର ଆରମ୍ଭ କରିଥିବା ମାଭିଙ୍କ ପାଇଁ ଗୁଜରାଟ ଫ୍ରାଞ୍ଚାଇଜ୍‌ ୬ କୋଟି ଟଙ୍କା ବ୍ୟୟ କରିଛି।
ସେହିପରି ଘରୋଇ କ୍ରିକେଟର ଭେଟେରାନ ବାମହାତୀ ଦ୍ରୁତ ବୋଲର ମୁକେଶ କୁମାର ନିଲାମ ସମୟରେ ଦ୍ୱିତୀୟ ମହଙ୍ଗା ଅନ୍‌କ୍ୟାପେଡ ଭାରତୀୟ ଖେଳାଳି ହୋଇଛନ୍ତି। ଫ୍ରାଞ୍ଚାଇଜ ମଧ୍ୟ ତାଙ୍କ ଉପରେ ଟଙ୍କା ବର୍ଷା କରିଥିବାର ଦେଖାଯାଇଛି। ମୁକେଶଙ୍କୁ ନିଜ ଦଳକୁ ନେବାପାଇଁ ନିଲାମ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ, ଦଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ଖେଳାଳିଙ୍କ ଉପରେ ସବୁଠାରୁ ବଡ ବିଡ୍‌ ରଖି ୫.୫ କୋଟିରେ କିଣିଥିଲା।
ଅନ୍ୟ ଖେଳାଳିଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀରର ଯୁବ ଅଲ୍‌ରାଉଣ୍ଡର ବିବ୍ରାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକୋତା ନାଇଟ୍‌ ରାଇଡର୍ସ ମଧ୍ୟରେ ଲଢ଼େଇ ଦେଖାଦେଇଥିଲା। ୨୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ ଥିବା ଏହି ଯୁବ ଖେଳାଳିଙ୍କ ମୂଲ୍ୟ ଶେଷରେ ୨କୋଟି ୬୦ ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା ଏବଂ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ଦଳରେ ନେଇଥିଲା। ବିବ୍ରାନ୍ତଙ୍କୁ ପ୍ରଥମଥରପାଇଁ ଦର୍ଶକମାନେ ଆଇପିଏଲ୍‌ରେ ଦେଖିବାକୁ ପାଇବେ। ଦଳ ନିଶ୍ଚିତ ରୂପେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିବ। ଏହା ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ ଇଣ୍ଡିଆର ପୂର୍ବତନ ଧୂଆଁଧାର ଓପନର ବୀରେନ୍ଦ୍ର ସ୍ବେହାଗଙ୍କ ଭଣଜା ମୟଙ୍କ ଡାଗରେଙ୍କୁ ୧.୬୦ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ କରିଛି। ତାକୁ ନେବାପାଇଁ ରାଜସ୍ଥାନ ରୟାଲ୍ସ ଏବଂ ହାଇଦ୍ରାବାଦ ମଧ୍ୟରେ ଭଲ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ ହାଇଦ୍ରାବାଦ ବାଜି ମାରିଥିଲା। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଅଭିଜ୍ଞ ଉଇକେଟ କିପର ଏବଂ ବ୍ୟାଟର କେ.ଏସ୍‌. ଭରତ ଆଇପିଏଲ୍‌ ୨୦୨୩ର ମିନି ଅକ୍ସନରେ ଅନ୍‌କ୍ୟାପେଡ ଖେଳାଳିଙ୍କ ମଧ୍ୟରେ ରହିଥିଲେ। ଏହାସତ୍ତ୍ୱେ ଗୁଜରାଟ ଟାଇଟନ୍ସ ଦଳ ତାଙ୍କୁ ୧.୨୦ କୋଟିରେ କିଣିଥିଲା। ଭରତ ଯିଏକି ଆନ୍ଧ୍ରପ୍ରଦେଶ ପକ୍ଷରୁ ରଣଜୀ ମ୍ୟାଚ ଖେଳିବା ସହିତ ଘରୋଇ ପ୍ରତିଯୋଗିତାଗୁଡିକରେ ଚମକାଇଲା ପରି ପ୍ରଦର୍ଶନ କରିଛନ୍ତି।
ଆଗାମୀ ସଂସ୍କରଣ ପାଇଁ ବିସିସିଆଇ ନିର୍ଦ୍ଧାରିତ ତାରିଖ ଘୋଷଣା କରି ନ ଥିଲେ ମଧ୍ୟ ଏହା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମେ ୨୮ ପର୍ଯ୍ୟନ୍ତ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଚେନ୍ନାଇ ସୁପର କିଙ୍ଗ୍ସର କାଇଲ ଜେମିସନ, ବେନ୍‌ ଷ୍ଟୋକ୍ସ, ଡେଭନ କନୱେ, ମୋଇନ ଅଲ୍ଲୀ, ମିଚେଲ ସାଣ୍ଟନର, ଡାୱିନ ପ୍ରୋଟୋରିୟସଙ୍କ ପରି ନାମୀ ବିଦେଶୀ ଖେଳାଳି ରହିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଫାଫ୍‌ ଡୁପ୍ଲେସି, ଫିନ୍‌ ଆଲେନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଡେଭିଡ ୱିଲି ପ୍ରମୁଖ ରହିଛନ୍ତି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଟିମ୍‌ ଡେଭିଡ୍‌, ଜୋଫ୍ରା ଆର୍ଚର, କାନେରନ ଗ୍ରୀନ୍‌, କୋଲକୋତା ନାଇଟ୍‌ ରାଇଡର୍ସ ଦଳରେ ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଲୋକି ଫର୍ଗୁସନ, ଟିମ୍‌ ସୌଦୀ ରହିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଆଦିଲ ରସିଦ, ହାରି ବ୍ରୁକ୍‌, ଗ୍ଲେନ ଫିଲିପ୍ସ, ହେନରିଚ କ୍ଲାସେନ ସ୍ଥାନ ପାଇଛନ୍ତି। ରାଜସ୍ଥାନ ରୟାଲ୍ସ ଜାସନ ହୋଲ୍ଡର, ସିମରନ ହେଟମେର, ଜୋସ୍‌ ବଟଲର, ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ନାମୀଦାମୀ ଖେଳାଳିଙ୍କୁ ନିଜ ପାଖରେ ରଖିଥିବାବେଳେ ଦିଲ୍ଳୀ କ୍ୟାପିଟାଲ୍ସ ଦଳରେ ରିଲେ ରୋସୋ, ଡେଭିଡ ୱାର୍ନର, ଏନରିଚ ନର୍ଜେ, ଲୁନ୍‌ଗି ଏନ୍‌ଗିଡ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳରେ ସାମ କୁରନ, ଲିୟାମ ଲିଭିଂଷ୍ଟୋନ, କାଶିଗୋ ରାବାଡା, ଗତଥର ପ୍ରଥମ ପଦାର୍ପଣରେ ଚାମ୍ପିୟନ ହୋଇଥିବା ଗୁଜରାଟ ଟାଇଟନ୍ସ ଦଳରେ ଓଡେନ ସ୍ମିଥ, ଡେଭିଡ ମିଲର, ମାଥ୍ୟୁ ୱେଡ ରହିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦଳରେ ଡାନିଏଲ ସାମ୍ସ, ନିକୋଲାସ ପୁର୍‌ନ, କ୍ୱିଣ୍ଟନ ଡିକକ୍‌, ମାର୍କୁସ ଷ୍ଟୋଇନିସ୍‌, କାଇଲ ମେୟର୍ସଙ୍କ ପରି ଦକ୍ଷ ବିଦେଶୀ ଖେଳାଳି ରହିଛନ୍ତି। ଟିମ୍‌ ଚୟନ ଦୃଷ୍ଟିରୁ ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦଳ ବେଶ୍‌ ଶକ୍ତିଶାଳୀ ଜଣାପଡୁଥିବା ବେଳେ ବିଭିନ୍ନ ଦଳର ପ୍ରଦର୍ଶନ ଉପରେ ନଜର ରହିବ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri