ଚାଷ ଦୂର କରିବ ବେକାରି

ବିଚିତ୍ର ବିଶ୍ୱାଳ
ସଂପ୍ରତି ଆମ ଦେଶରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ ଓ ଦିନକୁ ଦିନ ଏହା କାୟା ବିସ୍ତାର କରିଚାଲିଛି। ନିକଟ ଅତୀତରେ ମହାରାଷ୍ଟ୍ର ସଚିବାଳୟରେ ୧୩ଟି ୱେଟର ପଦବୀ ପାଇଁ ୭୦୦୦ ସ୍ନାତକୋତ୍ତର ପ୍ରାର୍ଥୀ ଆବେଦନ କରିଥିଲେ। ତାମିଲନାଡୁରେ ସଚିବାଳୟ ପାଇଁ ୧୪ଟି ଝାଡ଼ୁଦାର ଓ ଅନ୍ୟ ସଫେଇ କର୍ମଚାରୀ ପଦ ପାଇଁ ୪୬୦୭ ଜଣ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଆବେଦନ କରିଥିଲେ। ଗତବର୍ଷ ମାର୍ଚ୍ଚ ୨୦୧୮ରେ ରେଳ ବିଭାଗରେ ନିଯୁକ୍ତି ନିମନ୍ତେ ବାହାରିଥିବା ୯୦ ହଜାର ପଦବୀ ପାଇଁ ଆମ ଦେଶର ୨ କୋଟି ୫୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ। କିଛି ବର୍ଷ ତଳେ ଆମ ରାଜ୍ୟରେ ମଧ୍ୟ ବାହାରିଥିବା ଅଳ୍ପ କେତୋଟି ପଦ ପାଇଁ କଟକର ବାରବାଟୀ ଷ୍ଟାଡ଼ିୟମ୍‌ରେ ଯେତେ ଆଶାୟୀ ଉପସ୍ଥିତ ହୋଇଥିଲେ ତାହା ଅଦିନିଆ କ୍ରିକେଟ୍‌ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଥିଲା। ଆମ ଦେଶର ବେକାରି ସମସ୍ୟାକୁ ବୁଝିବା ପାଇଁ ଏତିକି କ’ଣ ଯଥେଷ୍ଟ ନୁହେଁ!
ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ ନ୍ୟାଶନାଲ ସାମ୍ପଲ୍‌ ସର୍ଭେ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଗତ ୪୫ ବର୍ଷ ମଧ୍ୟରେ ୨୦୧୭-୧୮ରେ ଆମ ଦେଶରେ ବେକାରି ହାର ସର୍ବାଧିକ ବଢ଼ିଛି। ଆମ ଦେଶର ତଥାକଥିତ ଅର୍ଥନୈତିକ ଅଭିବୃଦ୍ଧି ଆଦୌ ବି ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରୁନାହଁି। ତେଣୁ ଅର୍ଥନୀତି ବିଶାରଦମାନେ ଆମ ଆର୍ଥିକ ନୀତି ଓ ବିକାଶର ପରିଭାଷାକୁ ଆଉ ଥରେ ସମୀକ୍ଷା କରିବା ଉଚିତ ନୁହେଁ କି? ସରକାରଙ୍କ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ବୋଲି ଯେତେ ବାହୁସ୍ଫୋଟ ମରାଯାଉଥିଲେ ମଧ୍ୟ ସେଣ୍ଟର୍‌ ଫର୍‌ ମନିଟରିଙ୍ଗ୍‌ ଇଣ୍ଡିଆନ୍‌ ଇକୋନୋମି ଅନୁଷ୍ଠାନର ତଥ୍ୟ ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ଆମ ଦେଶର ୧କୋଟି ୧୦ ଲକ୍ଷ ଲୋକ ନିଜ ଜୀବିକା ହରେଇଛନ୍ତି। ଗ୍ରାମାଞ୍ଚଳରେ ହାରାହାରି ୯୧ ଲକ୍ଷ ନିଜ ଜୀବିକା ହରେଇଥିବା ବେଳେ ସହରାଞ୍ଚଳର ୧୯ ଲକ୍ଷ ଲୋକ ଜୀବିକା ହରେଇଛନ୍ତି। ଆହୁରି ଦୁର୍ଭାଗ୍ୟର ବିଷୟ ଯେ, ପ୍ଲାନିଂ କମିଶନର ରିପୋର୍ଟ ଅନୁସାରେ ୨୦୦୪ରୁ ୨୦୧୨ ମଧ୍ୟରେ କେବଳ କୃଷି କ୍ଷେତ୍ରରେ ୧୪ କୋଟି ଲୋକ ନିଜ ଜୀବିକାରୁ ହାତ ଧୋଇଛନ୍ତି। ବିଶ୍ୱବ୍ୟାଙ୍କ୍‌ର ପରାମର୍ଶ ଅନୁସାରେ ଆମ ଦେଶର ଅନେକ ଅର୍ଥନୀତି ବିଶାରଦ ମତ ଦିଅନ୍ତି ଯେ, କୃଷି କ୍ଷେତ୍ରରୁ ଲୋକମାନେ ବାହାରିଯିବା ଏକ ଶୁଭ ସଙ୍କେତ। କିନ୍ତୁ ପ୍ରକୃତରେ ଏହା ବିପର୍ଯ୍ୟୟର ପୂର୍ବାଭାଷ। ଯେଉଁମାନେ କୃଷି କ୍ଷେତ୍ରରୁ ବାହାରିଗଲେ ସେମାନେ ମୂଲିଆରେ ପରିଣତ ହୋଇଛନ୍ତି ନଚେତ୍‌ ସହର ବଜାରରେ ନିର୍ମାଣ ଶ୍ରମିକ, ଗ୍ୟାରେଜ୍‌ ଶ୍ରମିକ ଓ ଅନ୍ୟାନ୍ୟ ଦିନ ମଜୁରିକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି। ନ୍ୟାଶନାଲ ସ୍କିଲ୍‌ ଡେଭଲପମେଣ୍ଟ ପଲିସି ଲକ୍ଷ୍ୟ ରଖିଛି ଯେ, ୨୦୨୨ ସୁଦ୍ଧା ଆମ ଦେଶରେ କୃଷକମାନଙ୍କ ସଂଖ୍ୟାକୁ ୫୨ ପ୍ରତିଶତରୁ କମ୍‌ କରି ୩୫ ପ୍ରତିଶତରେ ପହଞ୍ଚାଇବା। ଏଇ ଯେଉଁ ଲୋକମାନେ ଚାଷରୁ ବାହାରିବେ, ସେମାନେ କ’ଣ କରିବେ ତାହାର ଉତ୍ତର କାହା ପାଖରେ ନାହଁି। ପ୍ରତିବର୍ଷ ତିଆରି ହେଉଥିବା ଲକ୍ଷ ଲକ୍ଷ ବେକାରଙ୍କୁ କିପରି ନିଯୁକ୍ତି ଦିଆଯିବ ତାକୁ ନେଇ କାହା ପାଖରେ ଠୋସ୍‌ କାର୍ଯ୍ୟକ୍ରମ ବା ଯୋଜନା ଥିବାପରି ବି ଜଣାଯାଉନାହଁି। କିନ୍ତୁ ଅନ୍ଧ ଭାବେ ଲୋକଙ୍କୁ ଚାଷରୁ ଠେଲି ବାହାର କରିଦିଆଯିବା ପାଇଁ ସ୍କିଲ୍‌ ଡେଭଲପମେଣ୍ଟ ନାମରେ ଧୂମ୍‌ଧାମ୍‌ରେ ଯୋଜନା ଚାଲୁଛି।
ଆମ ଦେଶର ପ୍ରାୟ ଦୁଇତୃତୀୟାଂଶ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି, ତେଣୁ କେବଳ କୃଷି ଦ୍ୱାରା ହଁି ଏହି ବିରାଟ ବେକାରି ସେନାକୁ ନିଯୁକ୍ତି ଦେଇହେବ। ଏଥିପାଇଁ ଆମ କୃଷି ନୀତି ଓ କୃଷି ଯୋଜନାକୁ ଭିନ୍ନ ଭାବେ ସଂଚାଳନା କରିବାକୁ ହେବ। ଚାଷୀମାନଙ୍କୁ ସେମାନଙ୍କ ଉପତ୍ାଦନର ଉଚିତ ମୂଲ୍ୟ ଦେବାକୁ ହେବ। ଚାଷର ଖର୍ଚ୍ଚ ତୁଳନାରେ ଚାଷୀମାନଙ୍କୁ ଅଧିକ ମୂଲ୍ୟ ଦେବାକୁ ହେବ। ସେହି ହିସାବରେ ଚାଷରେ ଖର୍ଚ୍ଚ କମ୍‌ କରିବା ପରି ଚାଷ ପଦ୍ଧତି ଆପଣେଇବାକୁ ହେବ। ଚାଷୀମାନଙ୍କୁ ବେପାରି ଓ ଦଲାଲ୍‌ଙ୍କ ଶୋଷଣରୁ ବଞ୍ଚାଇବାକୁ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ଓ ଗୋଦାମ ଘର ଯୁଦ୍ଧକାଳୀନ ଭିତ୍ତିରେ ତିଆରି କରି କାର୍ଯ୍ୟକ୍ଷମ କରେଇବାକୁ ହେବ। ଏଥିରେ ସାମାନ୍ୟ ବି ଅବହେଳା ଗ୍ରହଣଯୋଗ୍ୟ ହେବା ଉଚିତ ନୁହେଁ। ଏତଦ୍‌ବ୍ୟତୀତ ଅଞ୍ଚଳ ସ୍ତରରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ହେବ, ଯେଉଁଥିରେ ସ୍ଥାନୀୟ ଲୋକମାନେ ନିଯୁକ୍ତି ପାଇବେ ଓ ଚାଷୀମାନେ ଉତ୍ସାହିତ ହେବେ। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କୁ କ୍ଷତିପୂରଣ ଯଥାଶୀଘ୍ର ଓ ଉପଯୁକ୍ତ ପରିମାଣରେ ଦେବାକୁ ହେବ। ସର୍ବୋପରି ସରକାର ଚାଷକୁ ଏକ ଅର୍ଥକରୀ ଧନ୍ଦାରେ ପରିଣତ କରିବା ପାଇଁ ତୁରନ୍ତ ଲାଗିପଡ଼ିବାକୁ ହେବ। ତା’ହେଲେ ଆମ ଦେଶରେ ଠିଆ ହୋଇଥିବା ବିରାଟ ବେକାରି ସମସ୍ୟାର ସମାଧାନ ହୋଇପାରିବ। ବେକାରି କେବଳ ଅର୍ଥନୈତିକ ସମସ୍ୟା ଠିଆ କରେନି, ଏହା ଏକ ଭୟଙ୍କର ସାମାଜିକ ଅସ୍ଥିରତାର କାରଣ। ତେଣୁ ସରକାର ଓ ଶାସନ କଳ ଚାଷୀମାନଙ୍କୁ ଅବହେଳା କରି ଅଯଥାରେ ବଡ଼ ବଡ଼ ଶିଳ୍ପ ପଛରେ ନ ମାତି, ଚାଷକୁ ଏକ ଲାଭଜନକ ବୃତ୍ତିରେ ପରିଣତ କରିବା ସହିତ ଉପତ୍ାଦିତ ଦ୍ରବ୍ୟର ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ଚାଷ ଭିତ୍ତିକ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ମନପ୍ରାଣ ଦେଇ ଲାଗିପଡ଼ିବାକୁ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, bichitrabiswal@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri