ଚାଷୀଙ୍କ କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୫ା୮(ସ୍ବ.ପ୍ର.): ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିବା ସହ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସର୍ବ ପ୍ରଥମ ଆବଶ୍ୟକତା ଜଳସେଚନ ସୁବିଧା ନ ଥିବାରୁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଉଗାଁ ବ୍ଲକରେ ସାଧାରଣତଃ ଚାଷୀଙ୍କ ଏକମାତ୍ର ଭରସା ହେଉଛି ବର୍ଷାଜଳ। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷକାର୍ଯ୍ୟ ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଛି। କେନାଲ, ଉଠା ଜଳସେଚନ ପ୍ରକଳ୍ପ, ସ୍ଲୁଇସ ଗେଟ୍‌ ଆଦି ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେସବୁ କାଗଜ କଲମରେ ଚାଲିଛି। ଅନେକ ସ୍ଥାନରେ ସ୍ଲୁଇସ ଗେଟ୍‌ ଓ ଚେକ ଡ୍ୟାମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ସେସବୁ ଚାଷୀଙ୍କ କାମରେ ଲାଗୁନାହିଁ। ଏହି ବ୍ଲକ ତିରୁଣା ପଞ୍ଚାୟତ ପୂର୍ବ ଦିଗରେ ରହିଛି ବାଉଁଶ ଯୋରୀ। ଉକ୍ତ ପଞ୍ଚାୟତ ଖାଲୁଆ ଅଞ୍ଚଳ ହୋଇଥିବାବେଳେ ଏହି ଯୋରୀ ମାଧ୍ୟମରେ ତିରୁଣା ସମେତ ଜାମୁଗାଁ, ଡାବର, କୋରୁଅ ଆଦି ପଞ୍ଚାୟତର ଚାଷଜମିରୁ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଯୋର ଦେଇ ଡାବର, ତିରୁଣା, ଜାମୁଗାଁ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଥାଏ। ନଦୀରୁ ପାଣି ନ କମିବା ପର୍ଯ୍ୟନ୍ତ ଚାଷଜମି ବୁଡି ରହିଥାଏ। ଫଳରେ ଜଳ ନିଷ୍କାସନରେ ବିଳମ୍ବ ହୋଇଥାଏ। ଅଲଣା ପଞ୍ଚାୟତ ଦେଇ ପ୍ରବାହିତ ହାତୀ ଯୋରରେ ଅଲଣା, ନୂଆଗାଁ, ଗଜରାଜପୁର, ଘୋଡାଂଶ, ଜାମୁଗାଁ ପଞ୍ଚାୟତର ଉଦ୍‌ବୃତ ଜଳ ଦେବୀ ନଦୀକୁ ନିଷ୍କାସିତ ହୁଏ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ଉମେଶ ସ୍ବାଇଁଙ୍କ ପ୍ରଚେଷ୍ଟାରେ ୧୯୮୦ରେ କୋରୁଅ ପଞ୍ଚାୟତ ତେଲସରାଠାରେ ଡ୍ରେନେଜ ବିଭାଗ ଦ୍ୱାରା ଏକ ସ୍ଲୁଇସ ଗେଟ୍‌ ନିର୍ମାଣ ହୋଇଥିଲା। ଏହା ଦ୍ୱାରା ବନ୍ୟାଜଳ ରୋକିବା ସହ ମରୁଡ଼ି ସମୟରେ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଦୀର୍ଘ ୩୯ ବର୍ଷ ହେଲା ଏହା ନିର୍ମାଣ ହୋଇଥିବାବେଳେ ମରାମତି ଅଭାବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।
ଫଳରେ ଏହା ଦ୍ୱାରା ଜଳ ସଂରକ୍ଷିତ ହୋଇପାରୁନି। ଏହି ସ୍ଲୁଇସ ଗେଟ୍‌ ଉପରେ ତିରୁଣା, ଡାବର, ଜାମୁଗାଁ ଓ କୋରୁଅ ପଞ୍ଚାୟତ ଅଧୀନ ବହୁ ଗ୍ରାମର ଚାଷୀ ନିର୍ଭରଶୀଳ। ଏହି ସ୍ଲୁଇସ ଗେଟ୍‌ର କବାଟଗୁଡିକ ଭାଙ୍ଗିଗଲାଣି। ଯଦି ଏହା ମରାମତି କରାଯାଆନ୍ତା, ତେବେ ବର୍ତ୍ତମାନ ସ୍ବଳ୍ପବୃଷ୍ଟି ସମୟରେ ହଜାର ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରନ୍ତା ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri