ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ ହେଁ ଚାଷକାର୍ଯ୍ୟ ପାଇଁ ସରକାର କୋହଳ କରିଛନ୍ତି। ପନିପରିବା ଚାଷୀ ସେମାନଙ୍କ ଉପତ୍ାଦିତ ସାମଗ୍ରୀ ବିକ୍ରି କରିବାରେ କୌଣସି କଟକଣା ନାହିଁ ବୋଲି କୁହାଯାଇଛି। ଏପରିସ୍ଥଳେ ପରିବା ବିକ୍ରି କରିବାକୁ ଆସିଥିବା କିଛି ଚାଷୀ ପୋଲିସ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ପୋଲିସ ସେମାନଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏଭଳି ଘଟଣା କେନ୍ଦ୍ରପଡା ଜିଲାର ଇନ୍ଦୁପୁରଠାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲା ବରୀ ବ୍ଲକ୍ର ଗମୁଁ, ମହାକାଳପଡା, ମିତ୍ରସେନପୁର ଓ ଢିଅପାଳ ଗ୍ରାମର ଚାଷୀମାନେ ବିରୂପା ନଦୀ ପଠାରେ ପୋଟଳ, ବାଇଗଣ, କଲରା, ଝୁଡଙ୍ଗ ପ୍ରଭୃତି ପରିବା ଚାଷ କରି ଏହାକୁ ୨କି.ମି. ଦୂର ନଦୀ ଆରପଟ ଇନ୍ଦୁପୁରକୁ ବିକ୍ରି କରିବାକୁ ନେଇଥାନ୍ତି। ଶୁକ୍ରବାର ଚାଷୀମାନେ ନଦୀପାର ହୋଇ ଇନ୍ଦୁପୁର ବଜାର ରାସ୍ତା କଡରେ ପରିବା ରଖୁଥିବା ସମୟରେ ନିକିରାଇ ପୋଲିସ ପହଞ୍ଚତ୍ ଆକ୍ରମଣ କରିବାରୁ ସେମାନେ ଭୟଭୀତ ହୋଇ ନଦୀରେ ପହଁରି ନିଜ ଗ୍ରାମକୁ ଫେରି ଆସିଥିଲେ। ପିସିଆର ଭ୍ୟାନରେ ପୋଲିସ କର୍ମଚାରୀ ଚାଷୀଙ୍କ ପରିବା ଲଦି ନେଇଯାଇଥିବା ନେଇ ଚାଷୀ ଖଗେଶ୍ୱର ମଲିକ, ଅଭିମନ୍ୟୁ ମଲିକ, ବାନାମ୍ବର ମଲିକ, ମନ୍ମଥ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଲକ୍ଡାଉନ ଯୋଗୁ ଏମାନେ ଲିଖିତ ଅଭିଯୋଗ କରିପାରି ନ ଥିବା କହିଛନ୍ତି। ବରୀ ଅଞ୍ଚଳର ଚାଷୀମାନଙ୍କ ପ୍ରତି କେନ୍ଦ୍ରାପଡା ଜିଲା ପୋଲିସର ଏଭଳି ଅମାନବିକ କାର୍ଯ୍ୟକୁ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ନିମାଇଁ ଚରଣ ରାୟ ତୀବ୍ର ନିନ୍ଦା କରିଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କ ଉପରେ ଏଭଳି ବେଆଇନ କାର୍ଯ୍ୟାନୁଷ୍ଠାନ ନିଆଗଲେ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ କୁମାର ଦେ’ଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ବିଷୟରେ ମୁ ଜାଣି ନ ଥିଲି। ତଥାପି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ସେ କହିଥିଲେ।
Posted inଆମ ଜିଲା ଖବର, ଯାଜପୁର View All

ପିକ୍ନିକ୍ ସ୍ପଟ୍: ଖଡ଼ିକାଝଡ଼ି ଜଳପ୍ରପାତ
ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନାହାନ୍ତି ହିତାଧିକାରୀ: ପ୍ରଶାସନ ପକ୍ଷରୁ ଧାରଣା
ଚନ୍ଦାହାଣ୍ଡି,୨୭।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନ ଥିବାବେଳେ ଏ ନେଇ ସୋମବାର...

ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ନିର୍ମାଣ ହୋଇଛି ଛାତ୍ରାବାସ: ଅଧିକାରୀଙ୍କ ଅବହେଳାରୁ କାର୍ଯ୍ୟକ୍ଷମ ହୋଇପାରୁନି
ନୂଆଗାଁ,୧୦ା୭ (ଡି.ଏନ.ଏ.): ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ...

ମହିଳାଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର
ଡେଲାଙ୍ଗ,୭ା୩(ଡି.ଏନ୍.ଏ.): ପୁରୀ ଜିଲା ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି। ସୂଚନା ମୁତାବକ,...

ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ
ଛତ୍ରପୁର,୧୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

ଆନନ୍ଦପୁର ବିଧାୟକଙ୍କୁ ସ୍ବାଗତ: ହାଟଡିହୀ ଅଞ୍ଚଳର ସମସ୍ୟା, ବିକାଶ ସମ୍ପର୍କରେ ଗୁରୁତ୍ୱ ପାଇଁ ଆଲୋଚନା
ହାଟଡିହୀ, ୩।୬(ସ୍ବ.ପ୍ର.): ହାଟଡିହୀ ବିକାଶ ମଞ୍ଚ ତରଫରୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ ସ୍ବାଗତ କରାଯାଇଛି। ରବିବାର ସନ୍ଧ୍ୟାରେ ମଞ୍ଚ ସଭାପତି ନିତ୍ୟାନନ୍ଦ ପହୀଙ୍କ ନେତୃତ୍ୱରେ...

ବନ୍ଧୁକ ଲଗାଇ ୪. ୭୦ ଲକ୍ଷ ଟଙ୍କା ଲୁଟ୍
ଗୋପ,୨୩ା୧(ଡିଏନ୍ଏ): ଗୋପ-ଚାରିଛକ ରାସ୍ତାର ଚମ୍ପାଳ କାଦୁଆ ନଦୀ ପୋଲ ପାଖରେ ବୁଧବାର ରାତି ପ୍ରାୟ ୯ଟାବେଳେ ଏକ ଟ୍ରକ୍ରୁ ୫ଜଣ ଦୁର୍ବୃତ୍ତ ୪ଲକ୍ଷ ୭୦ହଜାର ଟଙ୍କା...

ସ୍କୁଲକୁ ସିଗାରେଟ୍, ପାନ ନେଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,୯ା୭(ଡି.ଏନ.ଏ.)-କୌଣସି ସରକାରୀ କିମ୍ବା ସେସରକାରୀ ସ୍କଲ ପରିସରକୁ ଶିକ୍ଷକ ଓ ଛାତ୍ରୀଛାତ୍ର ସିଗାରେଟ୍, ଗୁଟଖା ଆଦି ନେବା ଉପରେ ନିଷେଧ କରାଯାଇଛି ା ଏଥିପାଇଁ ଭାରତ...