ଚାଲି ଚାଲି ଆସି ଥକି ପଡ଼ିଲେ

ବାରିପଦା ଅଫିସ, ୧୦ା୫- କରୋନା ସଂକ୍ରମଣକୁ ରୋକିବା ପାଇଁ ତୃତୀୟ ପର୍ଯ୍ୟାୟରେ ହୋଇଥିବା ଲକ୍‌ଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ଏବେ ଘରମୁହଁ। ହୋଇଛନ୍ତି। କିଏ ବସ୍‌ରେ ତ ଆଉ କିଏ ଟ୍ରେନ୍‌ରେ ଆସୁଛନ୍ତି। ସେହିଭଳି କେତେକ ବାଇକ୍‌ ଓ ସାଇକେଲ୍‌ରେ ମଧ୍ୟ ଫେରୁଛନ୍ତି। ଯେଉଁମାନଙ୍କ ପାଖରେ କିଛି ସୁବିଧା ନାହିଁ ସେମାନେ ଚାଲି ଚାଲି ପଳାଇ ଆସୁଛନ୍ତି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲିଆପାଟଣା ପଞ୍ଚାୟତର ସଞ୍ଜୟ କୁମାର ଜେନା (୩୯) ପଶ୍ଚିମବଙ୍ଗରୁ ଚାଲିଚାଲି ଗାଁକୁ ଫେରୁଥିବା ବେଳେ ବାରିପଦାଠାରେ ଥକି ପଡ଼ିଥିଲେ। ୩ ଦିନ ହେଲା ସେ କିଛି ଖାଇ ନ ଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ରବିବାର ଅପରାହ୍ନରେ ପାଲବଣି ଗୋଲେଇାଠାରେ ଥିବା ବସ୍‌ଷ୍ଟପଠାରେ ପଡ଼ି ଯାଇଥିଲେ। ଖବର ପାଇ ସବୁଜ ସୁନ୍ଦର ବାହିନୀର ଆବାହକ ଜିତେନ୍ଦ୍ର ମହାନ୍ତି ସେଠାରେ ପହଞ୍ଚି ତାଙ୍କୁ ସହାୟତା କରିଥିଲେ। କିଛି ଖାଦ୍ୟ ପଦାର୍ଥ ଦେବା ପରେ ତାଙ୍କ ଠିକଣା ବୁଝି ବାଲିପାଟଣା ସରପଞ୍ଚ କିଶୋର କୁମାର ଜେନାଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କୁ ନେବା ପାଇଁ ସରପଞ୍ଚ ଏକ ଗାଡ଼ି ପଠାଇଥିବା ବେଳେ ଉକ୍ତ ଗାଡ଼ି ବାରିପଦାରେ ପହଞ୍ଚିବା ପରେ ସଞ୍ଜୟଙ୍କୁ ନିଜ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ନିଆଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ ପଶ୍ଚିମବଙ୍ଗର ମାଲଦା ଜିଲାରେ ଏକ ଠିକା ସଂସ୍ଥା ଦ୍ୱାରା ରେଳ ଟ୍ରାକ୍‌ରେ କାମ କରୁଥିଲେ। ୪୫ ଦିନ ହେଲାଣି ଲକ୍‌ଡାଉନ ଯୋଗୁଁ ତାଙ୍କ ପାଖରେ ଥିବା ଅର୍ଥ ସରି ଯାଇଥିଲା। ଘରକୁ ଯିବା ଲାଗି ନାମ ପଞ୍ଜୀକରଣ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ନିରାଶ ହୋଇ ସେ ତାଙ୍କ ପଞ୍ଚାୟତର ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ। ହେଲେ ଘରକୁ ଫେରିବା ପାଇଁ ଗାଡ଼ି ନ ମିଳିବାରୁ ୩ ଦିନ ତଳେ ମାଲଦାରୁ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ। ପ୍ରଥମେ ମାଲଦାରୁ ଏକ ଟ୍ରକ୍‌ରେ ୧୫୦ କି.ମି ଆସିଥିଲେ। ପରେ ସେ ଉକ୍ତ ସ୍ଥାନରୁ ଚାଲିଚାଲି ପ୍ରାୟ ୩୫୦ କି.ମି ଦୂର ବାରିପଦାରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri